ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ- କମ୍-କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କୁ ଚିଠି ଲେଖିଛନ୍ତି। ସେ ସେଥିରେ ଉଲ୍ହେଖ କରିଛନ୍ତି ଯେ, ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗ୍ରାମରୁ ବାରମ୍ବାର ବସ ଚଳାଚଳ କରାଯିବା ପାଇଁ ଜନସାଧାରଣ ବିଡିଓଙ୍କ ନିକଟରେ ନିବେଦନ କରୁଛନ୍ତି।
ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ସଂଶୋଧିତ ବସ ରୁଟ୍ ଚାର୍ଟ ଦାରିଙ୍ଗବାଡ଼ି ବ୍ଲକ ପାଇଁ ‘ଗ୍ରାମାଞ୍ଚଳ ପରିବହନ ସେବା’ ଯୋଜନା ପାଇଁ ପ୍ରସ୍ତୁତ କରାଯାଇଛି। ଆଉ ଏଥିପାଇଁ ଏବେ କୌଣସି ନୂତନ ବସ୍ର କିମ୍ବା ରୁଟ୍ ପରମିଟ୍ର ଆବଶ୍ୟକତା ମଧ୍ୟ ଆବଶ୍ୟକ ପଡ଼ିବନି। କାରଣ ପୂର୍ବରୁ ଏହି ରୁଟ୍ରେ ବସ ଯାତାୟାତ କରୁଥିବା ସେ ଜିଲାକୁ ଦେଇଥିବା ଚିଠିରେ ଅବଗତ କରାଇଛନ୍ତି। ଶୀଘ୍ର ବସ୍ ଯାତାୟାତ କରିବା ପାଇଁ ନିବେଦନ କରିଛନ୍ତି ବୋଲି ବିଡିଓ ରଥ କହିଛନ୍ତି। ଆଶା କରାଯାଉଛି ଜିଲା ପ୍ରଶାସନ ଖୁବ୍ଶୀଘ୍ର ଅନୁମତି ପ୍ରଦାନ କରିବେ ଓ ପୂର୍ବଭଳି ବସ ଯାତାୟାତ କରିବ ବୋଲି ବିଡିଓ କହିଛନ୍ତି। ଗତ କିଛି ମାସ ହେଲା ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ଏକ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ ଯାତାୟାତ କରୁଥିଲା। ଯାହାକୁ ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ଓ ବାରମ୍ବାର ଦାବି ହୋଇଆସୁଥିଲା। ମହିଳାମାନେ ମାତ୍ର ୧୦ ଟଙ୍କାରେ ଜିଲା ମୁଖ୍ୟାଳୟରେ ପହଞ୍ଚିପାରୁଥିଲେ। ଏବେ ସେହି ବସ୍କୁ ବନ୍ଦ କରିଦିଆଯିବା ଫଳରେ ଲୋକମାନେ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ବସ ଚଳାଚଳ କଲେ ପୁଣି ୨୫ଟି ପଞ୍ଚାୟତବାସୀ ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି।


