ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍‌ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ କାର ଓ ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସାରେ ଗୁରାପଲ୍ଲୀରୁ କହ୍ନେଇପୁର, ବିକ୍ରମପୁର ଦେଇ ଖଲ୍ଲିକୋଟ ଅଭିମୁଖେ ଏକ ଲକ୍ଷ୍ମୀ ବସ୍‌ ଆସୁଥିଲା। କହ୍ନେଇପୁର ଛାଡି ବସ୍‌ଟି ଖଲ୍ଲିକୋଟ ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥରୁ କୈରାଶି ଅଭିମୁଖେ ଯାଉଥିବା ଏକ କାର ସହ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ କାର ଚାଳକ କୈରାଶି ଗ୍ରାମର ଅଶୋକ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା।

କାରରେ ଥିବା ୫ ଯାତ୍ରୀଙ୍କ ସମେତ ବସରେ ଥିବା ଯାତ୍ରୀଙ୍କୁ ମିଶାଇ ମୋଟ ୧୫ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ କାର ଚାଳକ ଅଶୋକ କାର ଭିତରେ ଚାପି ହୋଇ ରହିଥିଲେ। ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ କରି ଗ୍ୟାସ କଟରରେ କାଟି ଅଶୋକଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କ ମଧ୍ୟରେ କୈରାଶି ଗ୍ରାମର ଅଜିତ ଦାସ, ଭାଇଗ ସ୍ବାଇଁ, ମୁକେଶ କୁମାର ପାଳ, ବିକାଶ ପଣ୍ଡା, ମହେନ୍ଦ୍ର ପ୍ରଧାନ, ମଣ୍ଟୁ ମହାପାତ୍ର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri