ଅନୁଗୋଳ,୮ା୧୦(ମାନସ ବିଶ୍ୱାଳ): ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ପ୍ରତିବାଦରେ ଅନୁଗୋଳ ବାର୍ ଆସୋସିଏଶନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ଶୋକସଭା, କୋର୍ଟ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି।
ଓଡ଼ିଶା ରାଜ୍ୟ ବାର୍ କାଉନସିଲ କଲମ ଛାଡ଼ ଆନ୍ଦୋଳନ ଡାକରାକୁ ସମର୍ଥନ କରି ଅନୁଗୋଳ ବାର୍ ଆସୋସିଏଶନ୍ର ଅନୁରୂପ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ଧୃବଚରଣ ସାହୁ , ଉପସଭାପତି ପ୍ରତାପ କୁମାର ନାଏକ, ସହ ସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ମହେନ୍ଦ୍ର କୁମାର ବସ୍ତିଆ, ମାନସ ରଞ୍ଜନ ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ପାର୍ଥ ସାରଥୀ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ପ୍ରଭାକର ବିଷୋୟୀଙ୍କ ସମେତ ଶତାଧିକ ଆଇନଜୀବୀ ଆନ୍ଦୋଳନର ସାମିଲ ଥିଲେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଆଇନଜୀବୀ।


