Categories: ଖେଳ

ଲନ୍‌ ବଲ୍ସ ବୈଷୟିକ ଅଧିକାରୀଙ୍କ କର୍ମଶାଳା ଶେଷ

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ବୋଲିଂ ଆସୋସିଏଶନ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଇନ୍‌ଡୋର ହଲ୍‌ରେ ଲନ୍‌ ବଲ୍ସ ବୈଷୟିକ ଅଧିକାରୀ ଓ କୋଚ୍‌ଙ୍କ କର୍ମଶାଳା ଶୁକ୍ରବାର ଶେଷ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ବୋଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆର ବୈଷୟିକ ଅଧିକାରୀ ପାରସ ଶର୍ମା, ନୀତୀନ ବାସଓ୍ବାନୀ ଏବଂ ଓଡ଼ିଶା ବୋଲିଂ ଆସୋସିଏଶନ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Share