ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏଥର ଶ୍ରୀମନ୍ଦିର ଗର୍ଭଗୃହ ସହ ଚତୁର୍ଦ୍ଧା ବିଗ୍ରହଙ୍କ ଫୋଟ ଭାଇରାଲ ହୋଇଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ମଧ୍ୟ ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଛି। ଯାହାକୁ ନେଇ ପୋଲିସର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ଭାବରେ ପୋଲିସ ମୁତୟନ ସହ ସିସିଟିଭି ରହିଥିବା ବେଳେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଶ୍ରୀମନ୍ଦିର ଚାରିଦ୍ୱାରରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡାଯାଉଛି ତଥାପି ଅନେକ ସମୟରେ ଶ୍ରୀମନ୍ଦିର ଭିତରକୁ କିଭଳି ମୋବାଇଲ ଫୋନ ଭିତରକୁ ଯାଉଛି ଓ ଶ୍ରୀମନ୍ଦିର ଫିଟୋ ଉଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।ତେଣୁ ଏଥିପ୍ରତି ପୋଲିସ ପ୍ରଶାସନ ସହ ଜିଲା ପ୍ରଶାସନ ସୁରକ୍ଷା ନେଇ ଅଧିକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି କରାଯାଇଛି।

ତେବେ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ଫଟୋ ଏବଂ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଅପଲୋଡ଼ କରିଥିବା ଦେଖିବାକୁ ମିଳିଛି ।ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଟାନ ନିମନ୍ତେ ଦାବି କରାଯାଇଛି। ତେବେ ଘଟଣାକୁ ନେଇ ସେବାୟତ ମାନେ କହିଛନ୍ତି କି ଏବେ କିଛିବର୍ଷ ହେବ ଶ୍ରୀମନ୍ଦିର ଭିତର ବେଢା ଫଟୋ ବାରମ୍ବାର ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ଦିନକୁ ଦିନ ଭକ୍ତଙ୍କ ସମାଙ୍ଗମ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଲୋକମାନେ ସେମାନଙ୍କ ସହ ସାଥିରେ ମୋବାଇଲ ନେଇ ପ୍ରବେଶ କରୁଛନ୍ତି। ଯେଉଁଭଳି ଭାବରେ ଚେକିଂ ହେବା କଥା ସେହିଭଳି ଭାବରେ ଚେକିଂ କରାଯାଉନାହିଁ। ଅତ୍ୟାଧିକ ଭକ୍ତ ଆଗମନ କରୁଥିବାରୁ ପ୍ରଶାସନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବାର ଆବଶ୍ୟକ ରହିଛି। ଶ୍ରୀମନ୍ଦିର ଯେତିକି ସୁରକ୍ଷା ବ୍ୟବସ୍ଥା ରହିବା ଦରକାର ତାହା ପର୍ଯ୍ୟାପ୍ତ ହେଉନି । ସେହିପରି ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଅରାଯାଇ ଆଇନ ଉଲଘନ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରଯାଉ ବୋଲି ଦାବି କରିଛନ୍ତି।

ଏନେଇ ଏସପି ପ୍ରତୀକ ସିଂ କହିଛନ୍ତି କି ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ ହୋଇଥିବା ଘଟଣାଗଣମାଧ୍ୟମରୁ ସୂଚନା ପାଇଲୁ। ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଛୁ।କେସ ନମ୍ୱର ୨୩୩/୨୫ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଯିଏ ଦୋଷୀ ସାବ୍ୟସ୍ତ ହେବ କଡା କାର୍ଯ୍ୟାନୁଷ୍ଠାନ ହେବ।

ଏନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି କି ଶ୍ରୀମନ୍ଦିର ପ୍ରଶାସନ କହିବା ପରେ ମଧ୍ୟ କିଛି ଅମାନିଆ ବ୍ୟକ୍ତି ଏପରି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଆହୁରୀ କୋଠର ଦଣ୍ଡବିଧାନ କରାଯିବ ତାହାକୁ ନେଇ ଯୋଜନା ଚାଲିଛି। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁନାହାନ୍ତି । ଏଭଳି ଡ୍ରାମା କରି ନିଜର ସୋସିଆଲ ମିଡିଆ ଚଲେଇବାକୁ ଆସୁଛନ୍ତି। ତେଣୁ ଏପରି କାର୍ଯ୍ୟ ଯେପରି ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର ଆଇନର ଆକ୍ଟରେ କିଛି ପରିବର୍ତ୍ତନ ପାଇଁ କଥା ଚାଲିଛି। ଯାହାଫଳରେ ମୋବାଇଲ ଫୋନ, ହିଡେନ କ୍ୟାମେରା, ଫଟୋ ଭାଇରାଲ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ପାରିବ। ତେଣୁ ଏନେଇ ବର୍ତ୍ତମାନ ପକ୍ରିୟା ଜାରି ରହିଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ସାଂଘାତିକ ଧମକ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri