Categories: ବାଣିଜ୍ୟ

‘ମାଇଁ ହେଲ୍‌ଥ କେୟାର ପ୍ଲାନର ଶୁଭାରମ୍ଭ’

ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍‌ସ୍ୟୁରାନ୍ସର ମଡ୍ୟୁଲାର ହେଲଥ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ‘ମାଇଁ ହେଲଥ କେୟାର ପ୍ଲାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଇଁ ହେଲଥ କେୟାର ପ୍ଲାନ ୫କୋଟି ପର୍ଯ୍ୟନ୍ତ ସମ୍‌ ଇନସ୍ୟୁଅର୍ଡ (ଏସଆଇ) ପ୍ରଦାନ କରିଥାଏ। ଏହି ପଲିସି ୧ବର୍ଷ, ୨ବର୍ଷ କିମ୍ବା ୩ ବର୍ଷ ଅବଧି ସହ ବ୍ୟକ୍ତିଗତ ଏବଂ ଫ୍ଲୋଟର ଆଧାରରେ ପ୍ରଦାନ କରିଥାଏ ।

ଏ ସମ୍ପର୍କରେ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍‌ସ୍ୟୁରାନ୍ସ୍ସର ଏମଡି ଏବଂ ସିଇଓ ତପନ ସିଙ୍ଘଲ କହିଛନ୍ତି, ମାଇଁ ହେଲଥ କେୟାର ପ୍ଲାନ ପ୍ରଡକ୍ଟ ସହ ଆମର ଉଦ୍ଦେଶ୍ୟ ହେଉଛି ଆମର ଅନେକ ପ୍ରସ୍ତାବ ଆରମ୍ଭ କରିବା ଯେଉଁଠାରେ ଗ୍ରାହକଙ୍କ ପାଖରେ ସେମାନଙ୍କ ଏବଂ ସେମାନଙ୍କ ପରିବାର ପାଇଁ ବିବିଧତା ସତ୍ତ୍ୱେ ସର୍ବୋତ୍ତମ କଭର ବାଛିବା ଏବଂ ପ୍ୟାକେଜ କରିବାର ସୁବିଧା ରହିଥିବ।

Share