Categories: ବାଣିଜ୍ୟ

ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୧।୪: ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍‌ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଲାଗି ଶୁକ୍ରବାର ‘ଉତ୍କଳ ଦିବସ’ ପୂର୍ବରୁ ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଏକାମ୍ର ହାଟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ତଥା ସୁଦର୍ଶନ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଭିଲେଜ୍‌ର ପ୍ରତିଷ୍ଠାତା ସୁଦର୍ଶନ ସାହୁ, କଳାକୃତି କ୍ଷେତ୍ରର ପୁନରୁଦ୍ଧାର ପାଇଁ ସମର୍ପିତ ସଂସ୍ଥା ‘ଶ୍ରଦ୍ଧା’ର ସଭାପତି ଓ ଭାରତ ସରକାରଙ୍କ ପୂର୍ବତନ ବୟନ ସଚିବ ଡକ୍ଟର ସଂଜୟ କୁମାର ପଣ୍ଡା, କଳାକୃତି କର୍ମୀ ଓ ଓଡ଼ିତା ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ଅନିତା ସାବତ ଏବଂ ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏ ସମ୍ପର୍କରେ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଲିମିଟେଡ୍‌ର ସଭାପତି-ପ୍ୟାକେଜଡ୍‌ ବେଜରେଜେସ୍‌ (ଭାରତ ଓ ଦକ୍ଷିଣ ଏସିଆ) ପୁନୀତ ଦାସ କହିଛନ୍ତି, ଓଡ଼ିଶାର ଲୋକମାନଙ୍କ ସହିତ ଆମ ବ୍ରାଣ୍ଡ୍‌ର ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଆମର ଜାରି ରହିଥିବା ଉଦ୍ୟମର ଅଂଶସ୍ବରୂପ ଏହି ଉତ୍କଳ ଦିବସରେ ଆମ ଉତ୍କଳ କି କଳା ଅଭିଯାନ ଜରିଆରେ ରାଜ୍ୟର ହସ୍ତତନ୍ତ ସଂସ୍କୃତିକୁ ପାଳନ କରିବାକୁ ଆମେ ଉତ୍ସାହିତ। ଓଡ଼ିଶାର ବ୍ୟାପକ ହସ୍ତତନ୍ତ ଶାଢ଼ି ରାଜ୍ୟ ସାଂସ୍କୃତିକ ଭାବର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମ ଲିମିଟେଡ୍‌ ଏଡିସନ୍‌ ପ୍ୟାକ୍‌ରେ ଆମେ ଏହି ପାରମ୍ପରିକ ହସ୍ତତନ୍ତ ଓ ତାହାର ଯାଦୁକରୀ ଡିଜାଇନ୍‌କୁ ଜୀବନ୍ତ କରିପାରିଛୁ। ସେହି କାହାଣୀକୁ ପ୍ୟାକ୍‌ଠାରୁ ଆଗକୁ ନେଇ ଏକ ସିନେମାରେ ଯୋଡ଼ାଯାଇଛି ଯାହାକୁ ଓଡ଼ିଶାର ଗ୍ରାହକମାନେ ଦେଖିପାରିବେ। ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ପାଳନ କରିବା ସହିତ ଏହି ଅଭିଯାନକୁ ଆଗକୁ ବଢ଼ାଇ ଏହି କଳାକାରମାନଙ୍କ ଯାଦୁରେ ଗୁରୁତ୍ୱାରୋପ କରି, ଓଡ଼ିଶାର ଲୋକମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବା ହେଉଛି ଆମ ହାଇପରଲୋକାଲ୍‌ ରଣନୀତିର ମୂଳ ଉଦ୍ଦେଶ୍ୟ।

Share