Categories: ବାଣିଜ୍ୟ

ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି ୧୫୦ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌ ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂଆ ପଲ୍‌ସରରେ କମ୍ପାନୀ ଅନେକ କିଛି ବିଶେଷ ପରିବର୍ତ୍ତନ କରିଛି, ଆକର୍ଷଣୀୟ ଡିଜାଇନ ଏବଂ ଦମ୍‌ଦାର ଇଞ୍ଜିନ୍‌ କ୍ଷମତା ସହ ଏହି ବାଇକ୍‌ ୨ଟି ଭାରିଆଣ୍ଟର ବଜାର ପ୍ରବେଶ କରାଇଛି। ସେହିଭଳି କମ୍ପାନୀ ଏହି ବାଇକକୁ ସ୍ପୋର୍ଟି ଲୁକ୍‌ ତଥା ଡିଜାଇନ୍‌ ଦେବା ସହ ଏହାର ଓଜନକୁ ମଧ୍ୟ କମ୍‌ କରାଇଛି। ପଲ୍‌ସର ପି୧୫୦ ରେ କମ୍ପାନୀ ନୂଆ ୧୪୯.୬୮ ସିସି କ୍ଷମତାର ଇଞ୍ଜିନ୍‌ ବ୍ୟବହାର କରିଥିବା ବେଳେ ୧୪.୫ ପିଏସ୍‌ ପାଓ୍ବାର ଏବଂ ୧୩.୫ ଏନ୍‌ଏମ୍‌ର ଟର୍କ ଉତ୍ପନ୍ନ କରିଥାଏ। ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି, ଉଭୟ ବାଇକର ଓଜନ ପୂର୍ବ ମଡେଲ ତୁଳନାରେ ହ୍ରାସ କରାଯାଇଛି। ସେହିଭଳି ପାଓ୍ବାର ଟୁ ରେସିଓ ପ୍ରାୟ ୧୧% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଫଳରେ ବାଇକରେ ୭୯୦ଏମ୍‌ଏମ୍‌ର ସିଟ୍‌ ହାଇଟ୍‌ ଏବଂ ମୋନୋଶକ୍‌ ସସ୍ପେନ୍ସନ ସହ ବାଇକର ରାଇଡିଂ ଏକ୍ସପେରିଏନ୍ସକୁ ଆହୁରି ଭଲ କରିଥାଏ। ଉକ୍ତ ବାଇକକୁ ରେସିଙ୍ଗ ରେଡ୍‌, କାରିବିଆନ ବ୍ଲୁ, ଏଭୋନି ବ୍ଳାକ୍‌ ରେଡ୍‌ ଏବଂ ଏଭୋନି ବ୍ଲାକ୍‌ ହ୍ବାଇଟ୍‌ ଭଳି ୫ଟି ରଙ୍ଗରେ ଉପଲବ୍ଧ କରାଇଛି।

Share