Posted inଖେଳ

‘ସମସ୍ତଙ୍କ ପାଇଁ କ୍ରୀଡ଼ା’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର,୩୦।୮(ତପନ ସ୍ବାଇଁ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ମଙ୍ଗଳବାର କିଟ୍‌ ଓ କିସ୍‌ ପକ୍ଷରୁ ସମସ୍ତଙ୍କ ପାଇଁ କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଦିଲ୍ଲୀପ ତିର୍କୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ, ପାରାଲିମ୍ପିଆନ ତଥା ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ ପ୍ରମୋଦ ଭଗତ, କିଟ୍‌ ଓ କିସ୍‌ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗଦେଇ ଭାରତର କ୍ରୀଡ଼ା ଗୌରବ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରି ଭଗତ କହିଲେ, ପରିଶ୍ରମ ଓ ନିଷ୍ଠା ହିଁ ଧ୍ୟାନଚାନ୍ଦଙ୍କୁ ପରିଚୟ ଦେଇଥିଲା। ସେ କ୍ରୀଡ଼ା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବା ଓ ଉତ୍ସାହ ପ୍ରଦାନ କ୍ଷେତ୍ରରେ କିଟ୍‌ ଓ କିସ୍‌ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଚ୍ୟୁତ କହିଥିଲେ ଯେ, ଧୈର୍ଯ୍ୟ, ନିଷ୍ଠା ଓ ଏକାଗ୍ରତର ସହ ଖେଳ ଜାରି ରଖିଲେ ଦିନେ ନା ଦିନେ ସଫଳତା ମିଳିବ। କିଟ୍‌ ଓ କିସରେ ଥିବା ବ୍ୟାପକ କ୍ରୀଡ଼ା ଭିତ୍ତିଭୂମିର ସୁବିନିଯୋଗ କରି ବିଭିନ୍ନ କ୍ରୀଡ଼ାରେ ଦେଶ ଓ ରାଜ୍ୟକୁ ଗୌରବ ଆଣିବାକୁ ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। କିଟ୍‌ ଓ କିସ୍‌ରୁ ୧୦ରୁ ୧୨ କ୍ରୀଡ଼ାବିତ୍‌ କିପରି ୨୦୨୮ ଅଲିମ୍ପିକ୍ସରେ ଭାଗନେବେ ସେଥିପାଇଁ ତାଙ୍କର ସ୍ବପ୍ନ ରହିଛି। ଏହି ଅବସରରେ କିଟ୍‌ ଓ କିସ୍‌ କ୍ରୀଡା ଏକାଡେମୀ ଓ ପ୍ରମୋଦ ଭଗତଙ୍କ ନାମରେ ନାମିତ ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ହଲ୍‌ ଉଦ୍‌ଘାଟିତ ହୋଇଥିଲା।
ପ୍ରକାଶ ଯୋଗ୍ୟ ଯେ, ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ପଦକ୍ଷେପ ହାତକୁ ନେଉଥିବାରୁ ସେଥିରେ ଅନୁପ୍ରାଣିତ ହୋଇ ଉପଯୁକ୍ତ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଚ୍ୟୁତ ସର୍ବଦା ପ୍ରୟାସ ଜାରି ରଖିଛନ୍ତି। ଦେଶରେ ଅନେକ କ୍ରୀଡ଼ା ପ୍ରତିଭା ଥିଲେ ମଧ୍ୟ ସେମାନଙ୍କୁ ସୁଯୋଗର ଅଭାବ ରହିଛି। କିଟ୍‌ ଓ କିସ୍‌ରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ଥିବାରୁ ସେଠାରେ ସେହି ପ୍ରତିଭାଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ବିଭାଗରେ ପିଲାଙ୍କୁ ନିଆଯିବ ଓ ପ୍ରତି ବିଭାଗରେ ୧୦୦ ଲେଖାଏ ପିଲା ଚୟନ ହେବେ। ପ୍ରତିଭାଧାରୀ ପିଲାଙ୍କୁ ଶିକ୍ଷା ସହ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ଆଣିବା ଲାଗି ତାଲିମ ଓ ଅନ୍ୟାନ୍ୟ ସୁଯୋଗ ଦିଆଯିବ। ମୋଟ ୧୭ଟି ବିଭିନ୍ନ ବିଭାଗରେ ପିଲାଙ୍କୁ ନିଆଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri