ରେଡ୍‌ମି ଏ୧+ ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୮।୧୦: ଦେଶର ପ୍ରମୁଖ ସ୍ମାର୍ଟ ଫୋନ୍‌ ଉତ୍ପାଦନକାରୀ କମ୍ପାନୀ ‘ସାଓମି ଇଣ୍ଡିଆ’ର ପ୍ରମୁଖ ବ୍ରାଣ୍ଡ୍‌ ରେଡ୍‌ମି ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଡ୍‌ମି ଏ୧+ର ଶୁଭାରମ୍ଭ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ମାତ୍ର ୬୯୯୯ ଟଙ୍କାରେ ଏଭଳି ଏକ ନୂତନ ଉତ୍ପାଦ (ରେଡ୍‌ମି ଏ୧+) ର ବଜାର ପ୍ରବେଶ ଉପଭୋକ୍ତାଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ରେଡ୍‌ମି ଏ୧+ କୁ ଏହାର ସର୍ବୋତମ ଶ୍ରେଣୀର ଫିଚରଗୁଡିକ ସହ ଚମତ୍କାର ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ରଥମ ଥର ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ଲାଗି ଡିଜାଇନ୍‌ କରାଯାଇଛି। ଏକ ଲେଦର୍‌ ଟେକ୍ସଚର୍‌ଡ ଡିଜାଇନ୍‌, ଫିଙ୍ଗର ପ୍ରିଣ୍ଟ୍‌ ସେନ୍ସର ଓ ଏକ ବିଶାଳ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ସହ ପ୍ରଥମ ଥର ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ସ୍ବଳ୍ପ ବଜେଟରେ ଏକ ଉପଯୁକ୍ତ ପସନ୍ଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଡିଭାଇସ୍‌ କ୍ରୟ ପାଇଁ ସ୍ବତନ୍ତ୍ର ରୂପେ ଫ୍ଲିପ୍‌କାର୍ଟ, ଏମ୍‌ଆଇ ଡଟ୍‌ କମ୍‌ ଓ ଅନ୍ୟ ରିଟେଲ୍‌ ଷ୍ଟୋର୍‌ଗୁଡିକରେ ମଧ୍ୟ ଉପଲବ୍ଧ ରହିଛି। ଏହାର ୮ ଏମ୍‌ପି ଡୁଆଲ କ୍ୟାମେରା ରିୟର ସେଟ୍‌ଅପ୍‌ ଉପଭୋକ୍ତାଙ୍କୁ ଆଲୋକ ଓ ସ୍ବତନ୍ତ୍ର ମୁହୂର୍ତ୍ତଗୁଡିକୁ କ୍ୟାପ୍ଚର କରିବାକୁ ଅନୁମତି ଦେଉଥିବା ବେଳେ ଏହାର ୫ଏମ୍‌ପି ଫ୍ରଣ୍ଟ କ୍ୟାମେରା ପାର୍ବଣ ସେଲ୍‌ଫିଗୁଡିକ ପାଇଁ ଉପଯୁକ୍ତ। ୧୦ଡବ୍ଲ୍ୟୁ ଫାଷ୍ଟ୍‌ ଚାର୍ଜର୍‌-ଇନ୍‌-ବକ୍ସ ସହ ଏକ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ସହ ଏହି ସ୍ମାର୍ଟଫୋନ୍‌ ଏକ ସିଙ୍ଗଲ୍‌ ଚାର୍ଜରେ ୨ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥାଏ। ଏହା ୩ଟି ରଙ୍ଗ ବିକଳ୍ପ ଲାଇଟ୍‌ ଗ୍ରୀନ୍‌, ଲାଇଟ୍‌ ବ୍ଲୁ ଓ ବ୍ଲାକ୍‌ ଏବଂ ଦୁଇଟି ଷ୍ଟୋରେଜ୍‌ ଭାରିଆଣ୍ଟ୍‌-୨ଜିବି/୩୨ଜିବି ଏବଂ ୩ଜିବି/୩୨ଜିବିରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri