ଜନପଥରେ ହିନ୍ଦୁସ୍ଥାନ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୮।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ହିନ୍ଦୁସ୍ଥାନ ଜୁଏଲର୍ସ’ର ଆଉ ଏକ ଶୋ’ରୁମ୍‌ (ଷ୍ଟୋର)ର ଶୁଭାରମ୍ଭ କରାଯାଇଛି। ରବିବାର ପ୍ରତିଷ୍ଠାନର ନୂତନ ଶୋ’ରୁମ୍‌ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ (ଜନପଥ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ସୁନା, ରୁପା ଓ ହୀରାରେ ନିର୍ମିତ ବିଭିନ୍ନ ବର୍ଗର ଗହଣା ଓ ଅଳଙ୍କାର ଭଳି ଅନେକ ସାମଗ୍ରୀ ବିଭିନ୍ନ ଆକର୍ଷଣୀୟ ଡିଜାଇନରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ହିନ୍ଦୁସ୍ଥାନ ଜୁଏଲର୍ସର ମୁଖ୍ୟ ନିର୍ଦ୍ଦେଶକ ବସନ୍ତ ଲାଲ୍‌ ବର୍ମା କହିଛନ୍ତି, ବିଶେଷକରି ସୁନାର ପାରମ୍ପରିକ ଓ ଫେଶନ ଡିଜାଇନ ଗହଣା, ରୁପାର ତିଆରି ଗହଣା ଓ ସାମଗ୍ରୀ ମିଳୁଛି। ସେହିଭଳି ଶୋ’ରୁମ୍‌ର ଶୁଭାରମ୍ଭ ଅବସରରେ ବିଭିନ୍ନ ଆକର୍ଷଣୀୟ ଉଦ୍‌ଘାଟନୀ ଅଫରମାନ ମଧ୍ୟ ଉପଲବ୍ଧ ରହିଛି। ଅନ୍ୟାନ୍ୟ ସୁନା ଅଳଙ୍କାର ଉପରେ ୧୦୦% ଗଢା ମଜୁରି ରିହାତି ମିଳୁଥିବା ବେଳେ ରେଗୁଲାର ସୁନା ଅଳଙ୍କାର ଉପରେ ୫୦% ପର୍ଯ୍ୟନ୍ତ ଗଢା ମଜୁରି ରିହାତି ମିଳୁଛି। ତା’ ଛଡା ରୁପା ସାମଗ୍ରୀ ଉପରେ ଗଢା ମଜୁରି ଗ୍ରାମ୍‌ ପ୍ରତି ଫ୍ଲାଟ ୧୦ ଟଙ୍କା ରହିଛି ଏବଂ ଡାଇମଣ୍ଡ ଜୁଏଲାରିର ଏମ୍‌ଆର୍‌ପି ଉପରେ ୧୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହି ଅଫର କେବଳ ପ୍ରତିଷ୍ଠାନର ମାଷ୍ଟର କ୍ୟାଣ୍ଟିନ (ଜନପଥ) ଶୋ’ରୁମରେ ସୀମିତ ସମୟ ପାଇଁ ଉପଲବ୍ଧ। ପ୍ରତ୍ୟେକ କିଣାକିଣି ଉପରେ ଉପହାରର ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri