ଟିପିସିଓଡିଏଲ୍‌ ପକ୍ଷରୁ ‘କ୍ୱାଲିଟି ମନ୍ଥ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୭।୧୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ/ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କ୍ୱାଲିଟି ମନ୍ଥ୍‌-୨୦୨୩’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସମସ୍ତ ଟିପିସିଓଡିଏଲ୍‌ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଲାଗି ଏଭଳି ଏକ କାର୍ଯ୍ୟକ୍ରମକୁ ଉଭୟ ଭର୍ଚୁଆଲ୍‌ ଓ ପ୍ରତ୍ୟକ୍ଷ ଉପାଦାନ ସହ ହାଇବ୍ରିଡ୍‌ ମୋଡ୍‌ରେ ମଧ୍ୟ ଆୟୋଜନ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘କ୍ୱାଲିଟି-ନିଜର ପ୍ରତିଯୋଗିତାମୂଳକ ସମ୍ଭାବନାକୁ ସାକାର କରିବା’। ଏହା ଚାର୍ଟାର୍ଡ କ୍ୱାଲିଟି ଇନ୍‌ଷ୍ଟିଚ୍ୟୁଟ୍‌ (ସିକ୍ୟୁଆଇ)ର ଅଭିଯାନ ବିଶ୍ୱ କ୍ୱାଲିଟି ଦିବସର ଭାବ ଅନୁସାରେ ରହିଛି, ଯାହା କ୍ୱାଲିଟି ପ୍ରଫେସନାଲମାନଙ୍କ ଯୋଗଦାନକୁ ସ୍ବୀକୃତି ପ୍ରଦାନ କରୁଛି।
ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ଉକ୍ତ କାର୍ଯ୍ୟକ୍ରମ ଟିପିସିଓଡିଏଲ୍‌ର କ୍ୱାଲିଟି ଅଭିଯାନର ଉଲ୍ଲେଖନୀୟ ସମ୍ଭାବନାକୁ ପ୍ରତିଫଳନ କରିବାର ଏକ ମଞ୍ଚ ପ୍ରଦାନ କରିଥିଲା। ଏଥିରେ ଦକ୍ଷତା ବିକାଶ ଓ ଅଭିନବ କର୍ମକ୍ଷେତ୍ର ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କ୍ୱାଲିଟି ମନ୍ଥ୍‌- ୨୦୨୨ର ଉଲ୍ଲେଖନୀୟ ସଫଳତାର ଭାବପୂର୍ଣ୍ଣ ପ୍ରତିଫଳନ ଚଳିତ ସମାରୋହରେ ଦେଖିବାକୁ ମିଳିଥିଲା ଏବଂ ଏହି ଅବସରରେ କମ୍ପାନିର ସିଇଓ ଏବଂ ବରିଷ୍ଠ ଅଧିକାରୀଙ୍କ ଟିମ୍‌ର ସମସ୍ତ ସଦସ୍ୟ କ୍ୱାଲିଟି ମନ୍ଥ୍‌ର ଗୁରୁତ୍ୱ ସମ୍ପର୍କରେ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ। ପରିଶେଷରେ ସିଇଓଙ୍କ ଦ୍ୱାରା ଟିପିସିଓଡିଏଲ୍‌ର ନ୍ୟଜ୍‌ଲେଟର ‘ଆଲୋକର ପଥେ‘ ଉନ୍ମୋଚିତ ହୋଇଥିଲା। ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗୁଣାତ୍ମକ ମାନରେ ଉନ୍ନତି ନୀତି ଓ ପଦ୍ଧତି ଜରିଆରେ ନିଜ ଭିତରର ଦୃଢ଼ତାକୁ ଜାଗ୍ରତ କରିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ କ୍ୱାଲିଟି ମନ୍ଥ୍‌ ପ୍ରତିଫଳିତ କରୁଛି, ଏହା ହେଉଛି ଆତ୍ମସନ୍ଧାନ ଓ ନବସୃଜନ ଆଡ଼କୁ ଏକ ସାମଗ୍ରିକ ଯାତ୍ରା, ଯେଉଁଥିରେ ଗ୍ରାହକ ଓ ଅଂଶୀଦାରଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଆମେ ଆମର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri