Categories: ବାଣିଜ୍ୟ

‘ପ୍ରାଇମା ଫାର୍ମ ଫୁଡ୍‌ସ’ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୧୨: ରାଜ୍ୟର ପ୍ରଥମ ଫାର୍ମ ଟୁ ପ୍ଲେଟ୍‌ ଷ୍ଟାର୍ଟଅପ ୟୁନିଟ୍‌ ‘ପ୍ରାଇମା ଫୁଡ୍‌ସ ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ‘ପ୍ରାଇମା ଫାର୍ମ ଫୁଡ୍‌ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭୁବନେଶ୍ୱରଠାରେ ଥିବା ଏହାର କ୍ଲାଉଡ କିଚେନରୁ ମିଲେଟ ମାଣ୍ଡିଆଭିତ୍ତିକ ସ୍ବତନ୍ତ୍ର ଖାଦ୍ୟର ଶୁଭାରମ୍ଭ ହୋଇଯାଇଛି। ଏପରିକି ପ୍ରାଇମା ଫୁଡ୍‌ସ ଏକ ଷ୍ଟାର୍ଟଅପ ୟୁନିଟ୍‌ ଭାବେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଅଧୀନରେ ପଞ୍ଜୀକୃତ ହୋଇଥିବା ଜଣାପଡିଛି।

ସେହିଭଳି ଏଠାରେ ମାଣ୍ଡିଆଭିତ୍ତିକ ସିଙ୍ଗଡା (ଆମିଷ-ନିରାମିଷ), ଦୋସା-ଉପମା, ଉପମା, ରୁଟି, ପରଟା, କେକ୍‌ ଏବଂ ମୋମୋ ଆଦି ଖାଦ୍ୟ ମିଳିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରିକି ସେସବୁ ଖାଦ୍ୟ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଥିବାରୁ ଏହା ଦୀର୍ଘସ୍ଥାୟୀ ଆକାରରେ ସୁସ୍ବାଦୁ କରିବା ନିମନ୍ତେ ଅତି ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଫଳରେ ଗ୍ରାହକମାନେ ବର୍ତ୍ତମାନ ସେମାନଙ୍କ ପ୍ରାତଃଭୋଜନ, ମଧ୍ୟାହ୍ନଭୋଜନ ଏବଂ ରାତ୍ରଭୋଜନରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ବାସ୍ଥ୍ୟକର ବିକଳ୍ପ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ। ଉପରୋକ୍ତ ଖାଦ୍ୟକୁ ପ୍ରାଇମା ଫାର୍ମ ଫୁଡ୍‌ସର ମୋବାଇଲ ଆପରେ ଉଭୟ ଆଣ୍ଡ୍ରଏଡ ଏବଂ ଆଇଫୋନ୍‌, ଜୋମାଟୋ ଏବଂ ହ୍ବାଟ୍‌ସ ଆପ ଜରିଆରେ ୯୦୭୮୭୧୦୫୯୦ରେ ଅର୍ଡର ଦେଇପାରିବେ। ଉଲ୍ଲେଖଯୋଗ୍ୟ ଫାର୍ମ ଟୁ ପ୍ଲେଟ ଚିନ୍ତାଧାରା ଦୀର୍ଘବର୍ଷ ତଳେ ଜନ୍ମ ନେଇଥିଲା ଏବଂ ସେଥିରେ ରହିଯାଇଥିବା ଅନେକ ଦୋଷତ୍ରୁଟିକୁ ପ୍ରାଇମା ଫାର୍ମ ଫୁଡ୍‌ସ ସମାଧାନ କରିବା ସହ ଗତ ୨ବର୍ଷ ଧରି ତାହାକୁ ସଫଳତାର ସହିତ ପ୍ରଦର୍ଶନ କରିଆସୁଛି।

 

Share