ପୂଜା ଅଫର ‘ବାଏ ୧ ଗେଟ୍‌ ୨’ର ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ବାଣିଜି୍ୟକ ସଂସ୍ଥା ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବାଏ ଓ୍ବାନ୍‌ ଗେଟ୍‌ ଟୁ ଅଫର ମାଧ୍ୟମରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର ମଧ୍ୟ ଭେଟି ଦେଉଛି। ଏପରିକି ଅନେକ ନାମୀଦାମୀ କମ୍ପାନୀଗୁଡ଼ିକର ପୂଜା ଅଫର ଜରିଆରେ ଗ୍ରାହକମାନେ ଜିତିପାରିବେ। ସେହିଭଳି ବମ୍ପର ଅଫର ମାଧ୍ୟମରେ ମାରୁତି ବ୍ରିଜା କାର୍‌ ରହିଥିବା ବେଳେ ଗ୍ରାଣ୍ଟ ଅଫରରେ ଏୟାର କଣ୍ଡିସନର, ଏଲ୍‌ଇଡି ଟିଭି, ସାଇଡ ବାଇ ସାଇଡ ରେଫ୍ରିଜରେଟର,ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏସ୍‌ଏ୨୨ ଅଲ୍‌ଟ୍ରା, ଏଲ୍‌ଜି ସାଉଣ୍ଡ ବାର୍‌, ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି ଏ୩୨, ମିନି ରେଫ୍ରିଜରେଟର ଏବଂ ଡିଶ୍‌ୱାସର ଭଳି ଅନେକ କିଛି ସାମିଲ ରହିଛି। ଏତଦ୍‌ବ୍ୟତୀତ ଗ୍ରାହକମାନେ ବିଭିନ୍ନ ବଛା ବଛା ମଡେଲ ଉପରେ ୪୦% ପର୍ଯ୍ୟନ୍ତର ଡିସ୍‌କାଉଣ୍ଟ ସାଙ୍ଗକୁ ଫାଇନାନ୍ସରେ କିଣୁଥିବା ପ୍ରଡକ୍ଟ ଉପରେ ମଧ୍ୟ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଏବଂ ବିଭିନ୍ନ ନାମୀ କମ୍ପାନୀର କ୍ରେଡିଟ୍‌ କାର୍ଡ ମାଧ୍ୟମରେ ନୋ କଷ୍ଟ ଇଏମ୍‌ଆଇ ଓ ସବୁଠାରୁ କମ୍‌ ମୂଲ୍ୟର କିସ୍ତିରେ କିଣିବାର ସୁଯୋଗ ରହିଛି।
ସେହିପରି ସର୍ବଦା ଗ୍ରାହକଙ୍କ ସାଥିରେ ଥିବା ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଏସି ଯୋଗାଇଦେବା ପାଇଁ ମଧ୍ୟ ଘୋଷଣା କରିଛି। ବିଭିନ୍ନ ବ୍ରାଣ୍ଡେଡ୍‌ ଏସି ଯଥା- ଭୋଲ୍‌ଟାସ୍‌, ଏଲ୍‌ଜି, ବ୍ଲୁଷ୍ଟାର, କ୍ୟାରିଅର, ସାମ୍‌ସଙ୍ଗ୍‌, ହୁଇଲପୁଲ, ହାୟର, ପାନାସୋନି, ଗୋଦ୍‌ରେଜ୍‌, ହିଟାଚି, ଆଇଏଫ୍‌ବି ଏବଂ ଲୟଡ୍‌ ଭଳି କମ୍ପାନୀର ବିଭିନ୍ନ ବର୍ଗର ଏସିରେ ଭରପୂର ଶୋ’ରୁମ୍‌ରୁ ଗ୍ରାହକମାନେ କିଣିବାର ସୁଯୋଗ ପାଇବେ।
ଅପରପକ୍ଷରେ ନଗଦ ଭାବେ ନ ଦେଇ ସବୁଠୁ କମ୍‌ ଡାଉନ ପେମେଣ୍ଟରେ ଶୂନ ପ୍ରତିଶତ ସୁଧ ଓ ସହଜ କିସ୍ତିରେ ଗ୍ରାହକମାନେ ଏସି କିଣିବାର ଲାଭ ମଧ୍ୟ ଏବେ ନେଇପାରିବେ। ଆସନ୍ତା ଗ୍ରୀଷ୍ମଋତୁ ପାଇଁ ଏବଂ ମୂଲ୍ୟ ବୃଦ୍ଧିକୁ ଅପେକ୍ଷା ନ କରି ଗ୍ରାହକମାନେ ଏବେଠୁ ଏସି କିଣିଲେ ଖରାଦିନେ ଘରେ ଏସି ଇନ୍‌ଷ୍ଟଲ ପାଇଁ ହେଉଥିବା ଭିଡ଼ରୁ ରକ୍ଷା ପାଇପାରିବେ। ରାଜ୍‌ ଇଲେକ୍ଟ୍ରୋନିକ୍ସର ସମସ୍ତ ଶୋ’ରୁମ୍‌ ଏବଂ ବିଶ୍ବାଳ ସେଲ୍ସ ଯାଜପୁର ଏବଂ ଭଦ୍ରକ ଶୋ’ରୁମ୍‌ରେ ପ୍ରାୟ ସବୁ ପ୍ରତିଷ୍ଠିତ କମ୍ପାନୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ବର୍ଗର ପ୍ରଡକ୍ଟ ଉପଲବ୍ଧ ରହିଛି। ଚଳିତ ବର୍ଷର ପୂଜା ଅଫର ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଶୋ’ରୁମ୍‌ରେ ଅଭିଜ୍ଞ ବିକ୍ରେତାମାନେ ମଧ୍ୟ ସଚେତନ କରାଉଛନ୍ତି। ଏ ସମ୍ପର୍କରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ପ୍ରକାଶ କୁମାର ବିଶ୍ୱାଳ (ଟୁଟୁଭାଇ) କହିଛନ୍ତି, ରାଜ୍‌ ଇଲେକ୍ଟ୍ରୋନିକ୍ସ ଉପରେ ଗ୍ରାହକମାନେ ଦୀର୍ଘ ୪୪ ବର୍ଷ ହେଲା ଭରସା ରଖିଛନ୍ତି। ଏଠାରେ ସବୁଠୁ କମ୍‌ ମୂଲ୍ୟରେ ସାମଗ୍ରୀ ମିଳିଥାଏ ବୋଲି ଲୋକଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି। ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କ ବିଶ୍ବାସ ଓ ଭରସାକୁ ପାଥେୟକରି ସର୍ବଦା ଆଗକୁ ବଢ଼ିବା ପାଇଁ ପ୍ରାୟସ ଜାରି ରଖିଛି। ଚଳିତ ବର୍ଷର ପାର୍ବଣରେ କିଛି ନୂଆ ସାମଗ୍ରୀ ଘରକୁ ନେବାର ଇଚ୍ଛାକୁ ପୂରଣ କରିବା ଉଦ୍ଦେଶ୍ୟରେ ଆକର୍ଷଣୀୟ ଅଫର ଓ ସୁବିଧା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ତେଣୁ ଅପେକ୍ଷା ନ କରି ଗ୍ରାହକମାନେ ଏବେ ରାଜ୍‌ ଇଲେକ୍ଟ୍ରୋନିକ୍ସରୁ ସୁଲଭ ମୂଲ୍ୟରେ ନାମୀଦାମୀ ବ୍ରାଣ୍ଡ୍‌ର ସମସ୍ତ ପ୍ରଡକ୍ଟ କିଣିବାର ସୁଯୋଗ ନେବେ ବୋଲି ବିଶ୍ୱାଳ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri