Categories: ବାଣିଜ୍ୟ

ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭ ରିଡ୍‌ଲେର ଶୁଭାରମ୍ଭ

ଭୁବନେଶ୍ୱର,୧୯।୯: ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ବିକାଶ ଓ ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି କିଏ ଜିମ୍‌ ଯାଇ ବ୍ୟାୟାମ କରୁଛି ତ କିଏ ଯୋଗ ଓ ପ୍ରାଣାୟାମ ଆଦି କରୁଛନ୍ତି। ହେଲେ ଗୋଟିଏ ଛାତ ତଳେ ଏ ତମାମ ସମସ୍ୟାର ସମାଧାନ ପାଇଁ ନିକଟରେ ସ୍ବାସ୍ଥ୍ୟଭିତ୍ତିକ ପ୍ଲାଟଫର୍ମ ଅଲିଭରିଡଲେର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭିନ୍ନ ଚିନ୍ତାଧାରା ଏବଂ ଏଭଳି ଏକ ଅଭିନବ ପ୍ଲାଟଫର୍ମକୁ ନେଇ ପୂର୍ବତନ କ୍ରିକେଟର ତଥା ଷ୍ଟାର୍ଟଅପର ସୌରଜିତ ପ୍ରଧାନୀ ଚର୍ଚ୍ଚାରେ ରହିଛନ୍ତି। ସେହିଭଳି ଓଡ଼ିଶାରେ ଏହା ପ୍ରଥମ ସ୍ବାସ୍ଥ୍ୟ ଭିତ୍ତିକ ପ୍ଲାଟଫର୍ମ ଅଟେ, ଯେଉଁଥିରେ କ୍ରୀଡ଼ା, ସ୍ବାସ୍ଥ୍ୟ ସହ ମାନସିକ ବିକାଶ ସମ୍ପର୍କରେ ଅନେକ ପ୍ରକାରର ସେବା ଓ ସୁବିଧା ମିଳିପାରିବ। ପ୍ରଥମେ ଏହା ଚେସ୍‌ ଓ କ୍ରିକେଟ ଭଳି କ୍ରୀଡାକୁ ଫୋକସ କରୁଛି। ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ କ୍ରୀଡ଼ା ଉପରେ ମଧ୍ୟ କାମ କରିବ।

ଏପରିକି ଏହା ସହ ଶିଶୁ ଅବସ୍ଥାରୁ ମାନସିକ ପ୍ରଶିିକ୍ଷଣ ଦେବ। ଫଳରେ ଶୈଶବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଖେଳକୁଦ ସହ ବିଶ୍ୱସ୍ତରୀୟ ଯୋଗ ପ୍ରଶିକ୍ଷଣ ମାଧ୍ୟମରେ ମାନସିକ ଓ ଶାରୀରିକ ବିକାଶ କରାଯାଇପାରିବ। ସେହିପରି ଏହାର ଅଭିଜ୍ଞ ପ୍ରଶିକ୍ଷକମାନେ ଉକ୍ତ ପ୍ଲାଟଫର୍ମ ଜରିଆରେ ସବୁ ବର୍ଗଙ୍କୁ ଟ୍ରେନିଂ ଦେବେ ବୋଲି ସୌରଜିତ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କଷ୍ଟମାଇଜ୍‌ ଡାଏଟ ପ୍ଲାନ, ପ୍ରୋଟିନ ଓ କ୍ୟାଲୋରୀ କଣ୍ଟ୍ରୋଲ ସହ କାର୍ବୋହାଇଡ୍ରେଟ ଓ ଫାଇବର ସନ୍ତୁଳନ ଶାରୀରିକ ଗଠନ ଓ ବିକାଶ ଉପରେ ଏକ ସ୍ବତନ୍ତ୍ର ଡ୍ରାଇଭ ‘ଟ୍ରେନ୍‌ ଦି ଟ୍ରେନର୍ସ’ନାମରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି, ଯେଉଁଥିରେ ପ୍ରଶିକ୍ଷଣ ସହ ପ୍ରମାଣପତ୍ର ମଧ୍ୟ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Share