ଭୁବନେଶ୍ୱର,୨୯।୧୧:ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍ କର୍ପୋରେଶନ ଲିମିଟେଡ୍ ପକ୍ଷରୁ ‘ନୁଭୋନିର୍ମାଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ହେଉଛି ପ୍ରଥମ ଡାଇରେକ୍ଟ-ଟୁ-କଷ୍ଟମର ହୋମ୍ ଆସିଷ୍ଟ ଆପ୍। ବିଶେଷକରି ଏହା ଏକ ଅଲ୍-ଇନ୍-ୱାନ୍ ଡିଜିଟାଲ ପ୍ଲାଟ୍ଫର୍ମ, ଯାହା ସର୍ବନିମ୍ନ ନିର୍ମାଣ ସମୟ ଓ ସର୍ବନିମ୍ନ ନିର୍ଭରଶୀଳତା ସହିତ ଘର ନିର୍ମାଣ ପର୍ଯ୍ୟାୟଗୁଡ଼ିକରେ ଏକ ବିସ୍ତୃତ ଶୃଙ୍ଖଳାର ସୂଚନା ଓ ମାର୍ଗଦର୍ଶନକୁ ଅନ୍ତର୍ଭୁକ୍ତ କରିଛି। ଏପରିକି ନିର୍ମାଣ ସମ୍ପର୍କରେ ସୂଚନା ଦେବା ପାଇଁ ନୁଭୋନିର୍ମାଣ ଘର ନିର୍ମାଣର ପର୍ଯ୍ୟାୟ ସମ୍ପର୍କରେ ବିଶେଷଜ୍ଞତା ଶେୟାର କରିଥାଏ ଏବଂ ଉପଭୋକ୍ତାଙ୍କୁ ନୂତନ ଓ ସବୁଠାରୁ ଅଭିନବ ଉପତ୍ାଦଗୁଡିକ ସମ୍ପର୍କରେ ମଧ୍ୟ ସୂଚନା ଦେବା ସହ ଆର୍ଥିକ ପରାମର୍ଶ ମଧ୍ୟ ପ୍ରଦାନ କରିଥାଏ। ଉକ୍ତ ଆପ୍କୁ ବ୍ୟବହାରକରି ଇଣ୍ଡିଭିଜୁଆଲ ହୋମ୍ ବିଲ୍ଡର (ଆଇଏଚ୍ବି)ଙ୍କ ସମେତ ଉପଭୋକ୍ତାମାନେ ଏକାଧିକ ଫ୍ଲୋର୍ ପ୍ଲାନ୍ ଦେଖିପାରିବେ। ସେହିଭଳି ନିର୍ମାଣ ସାମଗ୍ରୀର ମୂଲ୍ୟକୁ ହିସାବ କରିପାରିବେ ଏବଂ ଆର୍ଟିକିଲ ଓ ଭିଡିଓ ମାଧ୍ୟମରେ ନିର୍ମାଣ ପର୍ଯ୍ୟାୟଗୁଡିକ ସମ୍ପର୍କରେ ଜାଣିପାରିବେ। ଏ ସମ୍ପର୍କରେ ନୁଭୋକୋର ଚିଫ୍ ଷ୍ଟ୍ରାଟେଜି ଓ ମାର୍କେଟିଂ ଅଫିସର ମଧୁମିତା ବାସୁ କହିଛନ୍ତି, ‘ବିଭିନ୍ନ ରିପୋର୍ଟ ଅନୁଯାୟୀ, ଭାରତୀୟ କନ୍ଷ୍ଟ୍ରକ୍ଶନ ମାର୍କେଟ୍ ୨୦୨୨ରୁ ୨୦୨୭ ମଧ୍ୟରେ ୧୦% ଅଧିକ ବିକଶିତ ହେବ ବୋଲି ଆଶା କରାଯାଉଛି। ତେଣୁ ନୁଭୋନିର୍ମାଣ ମାଧ୍ୟମରେ ନୁଭୋକୋ ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ଫିଙ୍ଗରଟିପ୍ରେ ଘର ନିର୍ମାଣ ସମ୍ପର୍କିତ ସମସ୍ତ ଅପ୍-ଟୁ-ଡେଟ୍ ସୂଚନା ଓ ଟୁଲ୍ଗୁଡିକ ପାଇଁ ଆକ୍ସେସ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…
ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…
ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..
ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…
୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…
ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…
ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…
ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…
ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…
୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…
ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…
କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍, ସେନ୍ସେକ୍ସ ହ୍ରାସ ପାଇ…
ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍ ବଜାର ହ୍ରାସ ପାଇଛି। ବିଏସ୍ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…
‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’
ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍’ର ପ୍ରତିଷ୍ଠାତା…
Archives

