‘ପ୍ରଦର୍ଶନ ହେବ ଉତ୍ପାଦନର ଜଟିଳ ପ୍ରକ୍ରିୟା’

ଭୁବନେଶ୍ୱର,୨୯।୧୧:ବେଦାନ୍ତ ଆଲୁମିନିୟମ ଚଳିତ ବର୍ଷ ମେକ ଇନ ଓଡିଶା କନକ୍ଲେଭରେ ସାମିଲ ହେଉଛି। ଏପରିକି ୩୦ ନଭେମ୍ବରରୁ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପୁଞ୍ଜି ସମାବେଶରେ ଓଡ଼ିଶାବାସୀଙ୍କୁ କମ୍ପାନୀ ତା’ର ମେକ ଇନ ଓଡ଼ିଶା ଷ୍ଟଲ ପରିଦର୍ଶନ କରିବାକୁ ସବୁ ବର୍ଗଙ୍କୁ ଆମନ୍ତ୍ରଣ କରୁଛି। ବିଶେଷ କରି ଉକ୍ତ ସମାବେଶରେ ବେଦାନ୍ତ ଷ୍ଟଲ ପରିଦର୍ଶକଙ୍କୁ ଏକ ରୋମାଞ୍ଚର ଅଭିଜ୍ଞତା ପ୍ରଦାନ କରିବ ବୋଲି ଜଣାପଡିଛି। ଅତୀତର କଳା ପ୍ରତିପୋଷଣଠାରୁ ଆରମ୍ଭ କରି ଭବିଷ୍ୟତର ଧାତୁରେ ବିନିଯୋଗ ପର୍ଯ୍ୟନ୍ତ ବିଷୟ ବସ୍ତୁ ସହ ଷ୍ଟଲ ହାଉସ ଭିଆର କେନ୍ଦ୍ରର କାରିଗରଙ୍କ ଫଟୋଗ୍ରାଫ ଓ ଅନ୍ୟାନ୍ୟ ବସ୍ତୁ ନିଶ୍ଚିତ ଭାବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆକର୍ଷିତ କରିବ। ସେହିଭଳି ସବୁବର୍ଗର ଲୋକଙ୍କ ପାଇଁ ଏକ ଆକର୍ଷଣୀୟ ମଣ୍ଡପ ସହ କମ୍ପାନୀର ସ୍ମରଣୀୟ ଅନୁଭୂତି ଦର୍ଶକଙ୍କୁ ମିଳିପାରିବ ା ଏପରିକି କମ୍ପାନି ମଧ୍ୟ ରାଜ୍ୟର ବହୁ ଅଗ୍ରଣୀ ବିଦ୍ୟାଳୟ ଓ କଲେଜର ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ କରିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ବିଗତ ୨ ବର୍ଷ ପରେ ମେକ ଇନ ଓଡିଶା ଅନୁଷ୍ଠିତ ହେଉଥିବାରୁ ଆମେ ବେଶ ଆନନ୍ଦିତ। ଆମେ ଓଡ଼ିଶାର ଲୋକ, ଆମର ଗ୍ରାହକ, ଅଂଶୀଦାର ଓ ସମସ୍ତ ଶୁଭେଛୁମାନଙ୍କୁ କମ୍ପାନୀର ଷ୍ଟଲ ପରିଦର୍ଶନ କରିବାକୁ ସାଦର ଆମନ୍ତ୍ରଣ କରୁଛୁ। ବିଶେଷ କରି ଓଡିଶାର ଜୀବନ୍ତ ସଂସ୍କୃତି, ଆଲୁମିନିୟମ ଉପତ୍ାଦନର ଜଟିଳ ପ୍ରକ୍ରିୟା ଓ ମେକ ଇନ ଇଣ୍ଡିଆର ଲକ୍ଷ୍ୟ ପୂରଣ ଦିଗରେ ଆମେ ବିଶ୍ୱରେ କୀର୍ତ୍ତି ସ୍ଥାପନ କରିବାକୁ ଆଶାୟୀ ଅଛୁ। ଏପରିକି ଉକ୍ତ ସମାରୋହରେ କମ୍ପାନିର ଏକ ପ୍ରମୁଖ ଘୋଷଣା ରହିଛି, ଯାହା ଭାରତୀୟ ଆଲୁମିନିୟମ ଉଦ୍ୟୋଗ ପାଇଁ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?