Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନୂତନ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୯: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନୂତନ ଅଭିଯାନ ‘ଦିଲ୍‌ ସେ ଓପୋନ୍‌-ଆପ୍‌କେ ଲିଏ’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଲୋୟେ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଅଭିଯାନରେ ୫ଟି ସ୍ବତନ୍ତ୍ର ଫିଲ୍ମ ପ୍ରଦର୍ଶନ କରାଯିବ। ବିଶେଷକରି ବ୍ୟାଙ୍କର କର୍ମଚାରୀମାନଙ୍କ ବାସ୍ତବ ଜୀବନରୁ ଅନୁପ୍ରାଣିତ, ଯେଉଁମାନେ ନିଜର ଦିଲ୍‌ ସେ ଓପୋନ୍‌ ପ୍ରତିଶ୍ରୁତିକୁ ବାସ୍ତବରେ ପାଳନ କରିଛନ୍ତି। ସେହି କାହାଣୀଗୁଡ଼ିକ ଆକ୍ସିସ୍‌ ବ୍ୟାଙ୍କର କର୍ମଚାରୀମାନଙ୍କ କାର୍ଯ୍ୟ ମୂଲ୍ୟବୋଧର ଅସଲି ମାନ୍ୟତା ଦେଇଛି। ବ୍ୟାଙ୍କ ଶିଳ୍ପରେ ଚାଟ-ବଟ୍‌, ରୋବୋଟିକ୍‌ ଅଟୋମେଶନ ପ୍ରକ୍ରିୟା, ଡିଜିଟାଲ ଆପ୍ଲିକେଶନ ଆଦି ବ୍ୟାପକ ଭାବେ ବ୍ୟବହାର ହେଉଛି। ତଥାପି ମାନବ ସ୍ପର୍ଶ ଓ ଆବେଗିକ ସମ୍ପର୍କ ଶିଳ୍ପ ପାଇଁ ଅସୀମ ସମ୍ପତ୍ତି ହୋଇ ରହିଛି। ଏହି ଅଭିଯାନକୁ ଟିଭି, ଡିଜିଟାଲ ମିଡିଆ ଆଦି ବିବିଧ ମାଧ୍ୟମରେ ପ୍ରଚାର କରାଯିବ। ଉକ୍ତ ଅଭିଯାନରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ମଧ୍ୟରୁ ୩ଟି ଫିଲ୍ମକୁ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମଞ୍ଚଳ ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କର ସାରା ଦେଶରେ ୪୭୫୦ରୁ ଅଧିକ ଶାଖା ଓ ୧୬,୯୦୦ ଏଟିଏମ୍‌ କାଉଣ୍ଟର ରହିଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି, ଆମ ଅର୍ଥନୀତି ହେଉଛି ଗ୍ରାହକଙ୍କ ଦ୍ୱାରା ଆଗକୁ ବଢ଼ୁଥିବା ଅର୍ଥନୀତି, ବହୁ ଜିନିଷ ପୂର୍ବାପେକ୍ଷା ଦ୍ରୁତଗତିରେ ଘଟୁଛି। ତେଣୁ ଏକ ସଂସ୍ଥା ପାଇଁ ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ଗ୍ରାହକମାନଙ୍କୁ ପ୍ରତ୍ୟକ୍ଷ ଭାବେ ନିରନ୍ତର ଭଲ ଭାବେ ଶୁଣି ସେମାନଙ୍କ ଉଦୀୟମାନ ଆଶାକୁ ପୂରଣ କରିବା ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କୁ ସଶକ୍ତ କରିବା।

Share