Categories: ବାଣିଜ୍ୟ

ଓଲା ପକ୍ଷରୁ ‘ଫ୍ରିଡମ୍‌ ଏଡିଶନ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୮:ଦେଶର ପ୍ରମୁଖ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ଓଲା ଏସ୍‌୧ ସ୍କୁଟରର ଶୁଭାରମ୍ଭ କରାଯାଇଛି ା ସେହିଭଳି ଓଲା ଏସ୍‌୧ ପ୍ରୋରେ ଖାକି ଗ୍ରୀନ୍‌ କଲରରେ ‘ଫ୍ରିଡମ୍‌ ଏଡିଶନ’ର ମଧ୍ୟ ଉନ୍ମୋଚନ କରାଯାଇଛି। ଏହା ନିଜ ବର୍ଗରେ ସବୁଠାରୁ ଆଡ୍‌ଭାନ୍ସଡ୍‌ ସ୍କୁଟର। ପୋର୍କେଲେନ୍‌ ହ୍ବାଇଟ୍‌, ଜେଟ୍‌ ବ୍ଲାକ୍‌, ନିଓ ମିଣ୍ଟ୍‌, କୋରାଲ ଗ୍ଲାମ୍‌ ଓ ଲିକ୍ୱିଡ୍‌ ସିଲ୍‌ଭର ରଙ୍ଗରେ ଉପଲବ୍ଧ ଏସ୍‌୧କୁ ୯୯,୯୯୯ ଟଙ୍କାର ଏକ ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି। ଏହି ‘ଫ୍ରିଡମ୍‌ ଏଡିଶନ’କୁ ଓଲା ଆପ୍‌ର ବ୍ୟବହାର କରି କ୍ରୟ କରାଯାଇପାରିବ। ଏକ ୩କେଡବ୍ଲ୍ୟୁଏଚ୍‌ ଲିଥିୟମ-ଆୟନ ବ୍ୟାଟେରି ପ୍ୟାକ୍‌ରେ ସୁସଜ୍ଜିତ ଓଲା ଏସ୍‌୧ ୧୩୧ କିଲୋମିଟରର ଏକ ଏଆର୍‌ଏଆଇ ସାର୍ଟିଫାଏଡ୍‌ ରେଞ୍ଜ୍‌ ହାସଲ କରିଛି। ନୂଆ ଓଲା ଏସ୍‌ର ପ୍ରାରମ୍ଭିକ ରିଜର୍ଭେଶନ ଆଜିଠାରୁ ୪୯୯ ଟଙ୍କାରେ ଆରମ୍ଭ ହୋଇଛି। ଆଶାୟୀ ଗ୍ରାହକମାନେ ଆସନ୍ତା ସେପ୍ଟେମ୍ବର ୧ରେ ମୋଟ ପେମେଣ୍ଟ ପଇଠ କରିବାକୁ ସକ୍ଷମ ହେବେ ଏବଂ ଅନ୍ୟ ଗ୍ରାହକମାନଙ୍କ ପାଇଁ ଫୁଲ୍‌ ପେମେଣ୍ଟ ୱିଣ୍ଡୋ ଆସନ୍ତା ସେପ୍ଟେମ୍ବର ୨ରୁ ଖୋଲା ରହିବ। ୨୯୯୯ଟଙ୍କାରୁ ଆରମ୍ଭ ହେଉଥିବା ଇଏମ୍‌ଆଇ ଏବଂ ଋଣ ପ୍ରକ୍ରିୟାକରଣ ଶୁଳ୍କ ଛାଡ଼ ସହିତ ଓଲା ଏସ୍‌୧ ଗ୍ରାହକମାନେ ଏବେ ନିଜର ବହୁ ପ୍ରତୀକ୍ଷିତ ଇଭିକୁ ସହଜରେ ହାସଲ କରିପାରିବେ। ଓଲା ଏସ୍‌୧ ପାଇଁ ଡୋର୍‌ଷ୍ଟେପ୍‌ ଡେଲିଭରି ସର୍ବଭାରତୀୟ ସ୍ତରରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହେବ।

Share