ଫ୍ଲିପ୍‌କାର୍ଟ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୭: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ର ନୂତନ ଅଭିଯାନ ‘ଫ୍ଲିପ୍‌କାର୍ଟ ପେ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ପାର୍ବଣ ଋତୁ ପୂର୍ବରୁ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟ ପେ ଅଧୀନ ଆପ୍‌ ଜରିଆରେ ବ୍ରାଣ୍ଡ୍‌ର ସମସ୍ତ ଫାଇନାନ୍ସିଆଲ ଓ ପେମେଣ୍ଟ ଅଫରିଂଗୁଡିକୁ ଏକତ୍ରିତ କରିଛି। ସେହିଭଳି ଏହି ନୂଆ ଫିନ୍‌ଟେକ୍‌ ପ୍ଲାଟ୍‌ଫର୍ମକୁ ଗ୍ରାହକଙ୍କ ଯୋଗଦାନ ବୃଦ୍ଧି କରିବା ଏବଂ ଗ୍ରାହକଙ୍କ ପାଇଁ ଏକ ବାଧାମୁକ୍ତ ପେମେଣ୍ଟ ଅନୁଭୂତିକୁ ପରିଚାଳନା କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି। ସେହିପରି ବ୍ରାଣ୍ଡ୍‌ର ନୂଆ ଟ୍ୟାଗ୍‌ଲାଇନ ‘ଫ୍ଲିପ୍‌କାର୍ଟ ପେ-ପେ, ସେଭ୍‌ ଆଣ୍ଡ ୟର୍ନ’ ସହିତ ଫ୍ଲିପ୍‌କାର୍ଟ ପେ’ଗ୍ରାହକଙ୍କୁ ଟଚ୍‌ ପଏଣ୍ଟରୁ ଏକ ଉନ୍ନତ ଅଭିଜ୍ଞତା ଉପଭୋଗ କରିବା ପାଇଁ ଅନୁମତି ଦେଉଛି। ଉଲ୍ଲେଖଯୋଗ୍ୟ, ଗିଫ୍ଟ କାର୍ଡସ ସହ ୨୦୧୩ରେ ଫିନ୍‌ଟେକ୍‌ ସର୍ଭିସେସ୍‌ କ୍ଷେତ୍ରରେ ପ୍ରବେଶ ପରଠାରୁ ଫ୍ଲିପ୍‌କାର୍ଟ ବାଧାମୁକ୍ତ ପେମେଣ୍ଟ ବିକଳ୍ପଗୁଡିକ ପାଇଁ ପହଞ୍ଚକୁ ଗଣତାନ୍ତ୍ରିକ କରିବା ଲାଗି ଏହାର ଆର୍ଥିକ ଉପତ୍ାଦଗୁଡିକୁ ପ୍ରଗତିଶୀଳ ଭାବେ ବିସ୍ତାରକରି ଆସିଛି। ଏହି ଯାତ୍ରା ଫ୍ଲିପ୍‌କାର୍ଟ ଆକ୍ସିସ ବ୍ୟାଙ୍କ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ କାର୍ଡର ଶୁଭାରମ୍ଭ ସହିତ ଜାରି ରହିଥିଲା,ଯାହାକୁ ବର୍ତ୍ତମାନ ୪ ମିଲିୟନରୁ ଅଧିକ ଉପଭୋକ୍ତା ବ୍ୟବହାର କରୁଛନ୍ତି। ଏହି କୋ-ବ୍ରାଣ୍ଡେଡ୍‌ କ୍ରେଡିଟ କାର୍ଡ ଏହାର ଆକର୍ଷଣୀୟ ରିୱାର୍ଡ ଓ ସଞ୍ଚୟ ଲାଭ ପାଇଁ ଅନ୍ୟତମ ପସନ୍ଦର କ୍ରେଡିଟ୍‌ କାର୍ଡରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri