Categories: ବାଣିଜ୍ୟ

ତନିସ୍କରେ ଫେଷ୍ଟିଭାଲ ଅଫ୍‌ ଡାଇମଣ୍ଡ୍ସର ଶୁଭାରମ୍ଭ

ଭୁବନେଶ୍ୱର,୬ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ‘ଫେଷ୍ଟିଭାଲ ଅଫ୍‌ ଡାଇମଣ୍ଡ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୀରା ଗହଣାର ସର୍ବବୃହତ୍‌ ସମ୍ଭାର ‘ସମର ଏଡିଟ୍‌-୨୩’ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ମୁଦି, ପେଣ୍ଡେଣ୍ଟ, ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌, ବ୍ୟାଙ୍ଗେଲ ଏବଂ ଅନେକ କିଛି ଅନ୍ତର୍ଭୁକ୍ତ ରହିଛି। ଏପରିକି ମହିଳା ଏବଂ ହୀରା ମଧ୍ୟରେ ଏକ ଆନ୍ତରିକ ସମ୍ପର୍କ ରହିଛି। ମହିଳାଙ୍କ ଜୀବନର ସ୍ବତନ୍ତ୍ର କାହାଣୀକୁ ବଖାଣିବା ପାଇଁ ତନସ୍କି ହୀରା ସର୍ବଦା ଆଗରେ ରହିଥାଏ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିଭଳି ଚଳିତ ନୂଆବର୍ଷ ପରିପ୍ରେକ୍ଷୀରେ ତନିସ୍କ ୮ ପୃଥକ୍‌ ଡିଜାଇନର ହୀରା ଗହଣା କଲେକ୍ସନରେ ୪ଜଣ ମହିଳାଙ୍କୁ ଉପସ୍ଥାପନ କରାଯାଇଛି। ଉଲ୍ଲେଖଯୋଗ୍ୟ, ‘ସମର ଏଡିଟ୍‌-୨୩’ ମାଧ୍ୟମରେ ତନିସ୍କ ଚଳିତ ଋତୁର ହୀରା ଉତ୍ସବକୁ ମହା ଆଡମ୍ବର ଓ ଆକର୍ଷଣୀୟ ଅଫର ମାଧ୍ୟମରେ ପାଳନ କରୁଛି। ବିଶେଷକରି ହୀରା କ୍ରୟ ଅନୁଭୂତିକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ପ୍ରତି ହୀରା ଗହଣା କ୍ରୟ ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ, ଦେଶର ସମସ୍ତ ତନିସ୍କ ଷ୍ଟୋରରେ ଏହି ଅଫର ଉପଲବ୍ଧ ହେଉଛି। ଏପରିକି ଗ୍ରାହକ ସେମାନଙ୍କ ସୁବିଧା ଆଧାରରେ ନିକଟସ୍ଥ ତନିସ୍କ ଷ୍ଟୋର କିମ୍ବା ଘରେ ବସି ଅନ୍‌ଲାଇନରେ ମଧ୍ୟ ବ୍ରାଣ୍ଡ୍‌ର ଓ୍ବେବ୍‌ସାଇଟ ଜରିଆରେ ଶପିଂ କରିପାରିବେ।

Share