Categories: ବାଣିଜ୍ୟ

ପରିବେଶ ଅନୁକୂଳ ଡେବିଟ୍‌ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୧୦।୮: ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଡେବିଟ୍‌ କାର୍ଡର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ଏକ ସେଭିଂସ ବ୍ୟାଙ୍କ ଆକାଉଣ୍ଟ ଥିବା ନୂଆ ଓ ବିଦ୍ୟମାନ ଗ୍ରାହକଙ୍କ ପାଇଁ ପରିବେଶ-ଅନୁକୂଳ ଡେବିଟ୍‌ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହାର ଶୁଭାରମ୍ଭ ଆର୍ଥିକ କ୍ଷେତ୍ରରେ ସ୍ଥାୟିତ୍ୱ ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତା ସହ ଜଡିତ ହୋଇ ଆସିଛି ଏବଂ ଏହା ପରିବେଶ-ଅନୁକୂଳ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରୁଛି। ଏହି ଡେବିଟ୍‌ କାର୍ଡ ଆର୍‌-ପିଭିସି ମ୍ୟାଟେରିଆଲ ସହିତ ଆସିବ। ଏହି ପରିବେଶ-ଅନୁକୂଳ ସାମଗ୍ରୀର ଗ୍ରହଣୀୟତା ସହିତ ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଏ ସମ୍ପର୍କରେ ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ତନାରାୟଣ କହିଛନ୍ତି, ଆମେ ଆମର ନୂଆ ପରିବେଶ ଅନୁକୂଳ ଡେବିଟ୍‌ କାର୍ଡର ଶୁଭାରମ୍ଭକରି ବେଶ୍‌ ଆନନ୍ଦିତ। ଏହାକୁ ରିସାଇକେଲ୍‌ଡ ପିଭିସିର ବ୍ୟବହାର କରି ନିର୍ମାଣ କରାଯାଇଛି। ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ଉପତ୍ାଦନରେ ବିଶ୍ୱାସ ରଖିଥାଏ। ଏହି କାର୍ଡଗୁଡିକ ସ୍ଥାୟିତ୍ୱ ପ୍ରତି ଆମର ସମର୍ଥନ ଏବଂ ସୁରକ୍ଷିତ ଓ ସୁବିଧାଜନକ ବ୍ୟାଙ୍କିଙ୍ଗ୍‌ ଅନୁଭୂତି ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥାଏ।

 

Share