ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ଉତ୍ପାଦ ‘ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧୬ ରୁ ୨୫ ବର୍ଷ ବୟସର ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ‘ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟ’ ଏକ ଜିରୋ ବାଲାନ୍ସ ସେଭିଂସ୍‌ ଆକାଉଣ୍ଟ ଭାବେ ଶୁଭାରମ୍ଭ ହୋଇଯାଇଛି। ଏପରିକି ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟ ଛାତ୍ରୀଛାତ୍ରଙ୍କୁ ବ୍ୟାଙ୍କିଙ୍ଗ୍‌ ପ୍ରୋଗ୍ରାମର ବିଭିନ୍ନ ସୁବିଧା ପ୍ରଦାନ କରିଥାଏ। ଏହା ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ କଷ୍ଟୋମାଇଜ୍‌ ହୋଇଛି ଏବଂ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା ନାହିଁ। ଏକ ଆଜୀବନ ମାଗଣା ଡେବିଟ୍‌ କାର୍ଡ ଏବଂ ଅନ୍ୟାନ୍ୟ କେତେକ ସୁବିଧା ସହ କାର୍ଯ୍ୟ କରିବା ସହଜ ଓ ସରଳ ହୋଇଛି। ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟରେ ଛାତ୍ରୀଛାତ୍ରଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ନ ଥିବା, ଶିକ୍ଷାଋଣ ଉପରେ ୧୫ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ସୁଧ ହାର ରିହାତି, ଶିକ୍ଷା ଋଣ ଉପରେ ପ୍ରକ୍ରିୟାକରଣ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ ଏବଂ ଇଲେକ୍‌ଟ୍ରୋନିକ୍‌ସ, କଞ୍ଜୁମର ଡ୍ୟୁରେବଲ୍‌ସ ଭଳି ବର୍ଗର ଶୀର୍ଷ ବ୍ରାଣ୍ଡ ଯଥା ଭ୍ରମଣ, ଖାଦ୍ୟ, ଫ୍ୟାଶନ, ମନୋରଞ୍ଜନ, ଲାଇଫଷ୍ଟାଇଲ୍‌, ଗ୍ରୋସେରି ଓ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଅଫର ସହ ଜୀବନବ୍ୟାପୀ ମାଗଣା ଭାବରେ ପ୍ଲାଟିନମ୍‌ ଡେବିଟ୍‌ କାର୍ଡ ଆଦି ଅଫର ରହିଛି। ଏ ସମ୍ପର୍କରେ ବ୍ୟାଙ୍କ ଅଫ୍‌ ବରୋଦାର ରିଟେଲ ଲାଏବିଲିଟିଜ୍‌ ଏବଂ ଏନ୍‌ଆର୍‌ଆଇ ବିଜ୍‌ନେସ୍‌ର ମୁଖ୍ୟ ମହାପ୍ରବନ୍ଧକ ରବୀନ୍ଦ୍ର ସିଂ ନେଗୀ କହିଛନ୍ତି, ଆଜିର ଯୁବପିଢ଼ି ସୁରକ୍ଷା ଏବଂ ସେବା ସହିତ ସେମାନଙ୍କ ବ୍ୟାଙ୍କ ସହିତ ଏକ ସମୃଦ୍ଧ, ଅଧିକ ବ୍ୟକ୍ତିଗତ ଏବଂ ଲାଭଦାୟକ ଅଭିଜ୍ଞତାର ଆଶା କରିଥାନ୍ତି। ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟ ଯୁବ ବୟସ୍କମାନଙ୍କୁ ବ୍ୟାଙ୍କିଙ୍ଗ୍‌ ଦୁନିଆ ସହ ପରିଚିତ କରାଇଥାଏ ଯାହା ସେମାନଙ୍କ ନିର୍ଦ୍ଦିଷ୍ଟ ବ୍ୟାଙ୍କିଙ୍ଗ୍‌ ଆବଶ୍ୟକତାଗୁଡ଼ିକର ଯତ୍ନ ନେଇଥାଏ ଏବଂ ସେମାନଙ୍କୁ ସେମାନଙ୍କ ସର୍ବାଧିକ ଗୁରୁତ୍ୱ ଦେଉଥିବା ବୈଶିଷ୍ଟ୍ୟ ଏବଂ ସୁବିଧାଗୁଡ଼ିକ ଉପଲବ୍ଧ କରାଇଥାଏ। ବବ୍‌ ବ୍ରୋ ବ୍ୟାଙ୍କିଙ୍ଗ୍‌କୁ ସରଳ କରିଥାଏ, ଯାହା ସେମାନଙ୍କୁ ସହଜରେ ସଞ୍ଚୟ ଏବଂ ଆର୍ଥିକ ସ୍ବାଧୀନତା ଦିଗରେ ଯାତ୍ରା ଆରମ୍ଭ କରିବାକୁ ସକ୍ଷମ କରିଛି। ସେହିଭଳି ବ୍ୟାଙ୍କ ଅଫ୍‌ ବରୋଦାର ମାର୍କେଟିଂ ଓ ବ୍ରାଣ୍ଡିଂ ହେଡ୍‌ ଭି. ଜି. ସେନ୍ଥିଲ୍‌ କୁମାର କହିଛନ୍ତି, ଦ୍ରୁତଗତିରେ ପରିବର୍ତ୍ତିତ ପରିପ୍ରେକ୍ଷୀରେ ବ୍ୟାଙ୍କ ଅଫ୍‌ ବରୋଦା ନୂତନ ପିଢ଼ିର ଗ୍ରାହକଙ୍କ ପାଇଁ ପ୍ରାସଙ୍ଗିକ ଓ ଅର୍ଥପୂର୍ଣ୍ଣ ରହିବା ପାଇଁ ବିକଶିତ ତଥା ରୂପାନ୍ତରିତ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri