Categories: ବାଣିଜ୍ୟ

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା ଏହା ହେଉଛି ଏକ ଓପନ୍‌ ଏଣ୍ଡେଡ୍‌ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ ସ୍କିମ୍‌, ଯେଉଁଥିରେ ପାଣ୍ଠିକୁ ନାସଦାକ୍‌ ୧୦୦ ଟିଆର୍‌ଆଇରେ ନିବେଶ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ସର୍ବନିମ୍ନ ଆବେଦନ ରାଶି ୫୦୦ ଟଙ୍କା ଏବଂ ଏହା ପରେ ୧ ଟଙ୍କାର ଗୁଣିତକ ହିସାବରେ ନିବେଶ ବଢ଼ାଇବାକୁ ହେବ। ଏହି ଏନ୍‌ଏଫ୍‌ଓ ୨୦୨୨ ଅକ୍ଟୋବର ୨୧ରେ ବନ୍ଦ ହେବ। ଏ ସମ୍ପର୍କରେ ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ଓ ସିଇଓ ଚନ୍ଦ୍ରେଶ ନିଗମ କହିଛନ୍ତି, ନିବେଶକମାନେ ପରିପକ୍ୱ ହେବା ସହ ନିଜ ସମ୍ପତ୍ତି ସୃଷ୍ଟି ଯାତ୍ରାରେ ପ୍ରତ୍ୟକ୍ଷ ଆଗ୍ରହ ରଖୁଥିବାବେଳେ ସମ୍ପତ୍ତି ଆବଣ୍ଟନରେ ମଧ୍ୟ ଚମତ୍କାର ପରିବର୍ତ୍ତନ ଘଟିଛି। ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ ସହ ଆମେ ନିବେଶକମାନଙ୍କୁ ବିଶ୍ୱସ୍ତରୀୟ ଅନୁଭବ ହାସଲ କରିବାର ସୁଯୋଗ ପ୍ରଦାନ କରୁଛୁ। ଆମର ବିଶ୍ୱାସ ରହିଛି ଯେ ଫଣ୍ଡ୍‌ର ଦର୍ଶନ ଓ ଢାଞ୍ଚା ନିବେଶକମାନଙ୍କ ପାଇଁ ମୂଲ୍ୟ ଯୋଗ କରିବ।

Share