Categories: ବାଣିଜ୍ୟ

ପୁରୀରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ପୁରୀରେ ଏୟାରଟେଲ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପୁରୀରେ ଅଲ୍‌ଟ୍ରାଫାଷ୍ଟ୍‌ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବା ଉପଲବ୍ଧ ବୋଲି ଏୟାରଟେଲ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି କମ୍ପାନୀ ତା’ର ନେଟ୍‌ୱର୍କ ସ୍ଥାପନ ଓ ରୋଲ୍‌ଆଉଟ୍‌ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାଗୁଡିକ ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ। ଏହି ସେବା ଅଧିକ ବ୍ୟାପକ ନ ହେବା ପର୍ଯ୍ୟନ୍ତ ୫ଜି ସକ୍ଷମ ଡିଭାଇସ୍‌ ଥିବା ଗ୍ରାହକମାନେ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ହାଇସ୍ପିଡ୍‌ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କ ଉପଭୋଗ କରିପାରିବେ। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ ଓଡିଶା ୟୁନିଟ୍‌ର ସିଓଓ ସୌମେନ୍ଦ୍ର ସାହୁ କହିଛନ୍ତି, ପୁରୀ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ। ବର୍ତ୍ତମାନ ଓଡ଼ିଶାର ୪ଟି ସହରର ଏୟାରଟେଲ୍‌ ଗ୍ରାହକମାନେ ଅଲ୍‌ଟ୍ରାଫାଷ୍ଟ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବିଦ୍ୟମାନ ୪ଜି ସ୍ପିଡ୍‌ ତୁଳନାରେ ୨୦ରୁ ୩୦ ଗୁଣ ଅଧିକ ସ୍ପିଡ୍‌ ଉପଭୋଗ କରିପାରିବେ। ଆମେ ଏହି ସେବାକୁ ସମଗ୍ର ସହରରେ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛୁ ।

Share