ଏଆଇ ପ୍ଲାଟ୍‌ଫର୍ମ ‘ଜିଓ ବ୍ରେନ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୩୧।୧: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମସ୍‌ର ଏକ ନୂତନ ୫ଜି ସମନ୍ବିତ ମେଶିନ୍‌ ଲର୍ନିଂ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟ୍‌ଫର୍ମ ‘ଜିଓ ବ୍ରେନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିଓ ବ୍ରେନ୍‌ ସମସ୍ତ ପ୍ରକାର ଶିଳ୍ପ ଏବଂ ବ୍ୟବସାୟ ପାଇଁ ଏକ ସମନ୍ବିତ ମେଶିନ୍‌ ଲର୍ଣ୍ଣିଂ ପ୍ଲାଟ୍‌ଫର୍ମ ପ୍ରଦାନ କରିଥାଏ। ସେହିଭଳି ଜିଓ ବ୍ରେନ୍‌ ପ୍ଲାଟ୍‌ଫର୍ମ କମ୍ପାନୀ ବର୍ତ୍ତମାନର ନେଟ୍‌ୱର୍କ ସହିତ ସହଜରେ ଏକାଠି କାର୍ଯ୍ୟ କରିବାର କ୍ଷମତା ରଖିଛି। ଏହାକୁ ବ୍ୟବହାର କରିବାକୁ କମ୍ପାନୀଗୁଡିକ ସେମାନଙ୍କର ବର୍ତ୍ତମାନର ନେଟ୍‌ୱର୍କକୁ ପରିବର୍ତ୍ତନ କରିବା ଆବଶ୍ୟକ ପଡ଼ିବ ନାହିଁ। ଅପରପକ୍ଷରେ ଟେଲିକମ୍‌ ନେଟ୍‌ୱର୍କ ହେଉ ବା ଏଣ୍ଟରପ୍ରାଇଜ୍‌ ନେଟ୍‌ୱର୍କ କିମ୍ବା ଯେକୌଣସି ପ୍ରକାର ଆଇଟି ନେଟ୍‌ୱର୍କ, ଜିଓ-ବ୍ରେନ୍‌ ସମସ୍ତ ପ୍ରକାର ନେଟ୍‌ୱର୍କ ସହିତ ସଂଯୁକ୍ତ ଭାବେ କାର୍ଯ୍ୟ କରିପାରିବ। ଏପରିକି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସହ ସଜ୍ଜିତ ଏହି ଅଭିନବ ପ୍ଲାଟ୍‌ଫର୍ମ ଶହ ଶହ ଇଞ୍ଜିନିୟରଙ୍କ ଉଦ୍ୟମ ଏବଂ ଦୀର୍ଘ ୨ବର୍ଷର ଗବେଷଣା ପରେ ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ମେଶିନ୍‌ ଲର୍ନିଂକୁ ସହଜ କରିବାକୁ ଜିଓ ବ୍ରେନ୍‌ ପ୍ଲାଟ୍‌ଫର୍ମ ୫୦୦ରୁ ଅଧିକ ପ୍ରୟୋଗ ବା ଆପ୍ଲିକେଶନ ସହିତ ସଜ୍ଜିତ ରହିଛି। ଉଲ୍ଲେଖଯୋଗ୍ୟ, ଜିଓ ପ୍ଲାଟ୍‌ଫର୍ମସ୍‌ ଏହାକୁ ୫ଜି ଏବଂ ଭବିଷ୍ୟତର ଟେକ୍ନୋଲୋଜି ୬ଜି ପାଇଁ ଉତ୍ପାଦ ଶୃଙ୍ଖଳ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ଭାବେ ବିଚାର କରୁଛି। ଜିଓ ବ୍ରେନ୍‌ ଉଦ୍ୟୋଗଗୁଡ଼ିକୁ ପରିବର୍ତ୍ତନ ଏବଂ ନେଟ୍‌ୱର୍କ ଅପ୍ଟିମାଇଜେଶନ୍‌ କରିବା ଦିଗରେ ସହାୟତା କରିବା ସହ ୬ଜି ବିକାଶ ପାଇଁ ମଧ୍ୟ ମଞ୍ଚ ପ୍ରସ୍ତୁତ କରିବ, ଯେଉଁଥିରେ ମେଶିନ୍‌ ଲର୍ନିଂକୁ ଏକ ପ୍ରମୁଖ ସାମର୍ଥ୍ୟ ଭାବେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri