ବିଳମ୍ବିତ ହେଉଛି ମୌସୁମୀ, ଗଜା ମରୁଡ଼ି ଆଶଙ୍କା

ରସୁଲପୁର,୧୦ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ା ସ୍ଥାନୀୟ ଚାଷୀମାନେ ପାରମ୍ପରିକ ଢଙ୍ଗରେ ଚାଷ କରିଥାଆନ୍ତି ା ଚଳିତ ବର୍ଷ ଖରିଫ ଋତୁ(ଜୁନ୍‌ରୁ ସେପ୍ଟେମ୍ବର) ମଧ୍ୟରେ ଧାନଚାଷ ଆରମ୍ଭ କରିଛନ୍ତି ା ଚାଷ ପାଇଁ ପାଣିପାଗ ଅନୁକୂଳ ନ ଥାଇ ସୁଦ୍ଧା ଚାଷୀକୁଳ କାଳବୈଶାଖୀ ବର୍ଷାକୁ ଭରସାକରି ଧାନ ବୁଣାବୁଣି କାମ ଆଗେଇ ନେଇଥିଲେ ା ବର୍ଷାର ସ୍ବଳ୍ପତା ଓ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଚାଷୀକୁଳକୁ ଗଜା ମରୁଡ଼ି ଆଶଙ୍କା ଘାରିଛି ା ତେଣେ ମୌସୁମୀଜନିତ ବର୍ଷାର ସମ୍ଭାବନା ବିଳମ୍ବ ହେଉଛି ା ଏଥର ମୌସୁମୀ ବିଳମ୍ବରେ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିବାରୁ ଏହା ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି ା ଆସନ୍ତା ୧/୨ ସପ୍ତାହ ମଧ୍ୟରେ ବର୍ଷା ହେବା ସମ୍ଭାବନା କ୍ଷୀଣ ଥିବାରୁ ଚାଷୀକୁଳ ମୂଲ୍ୟବାନ୍‌ ଧାନ ବିହନକୁ ମାଟିରେ ମିଶାଇବାକୁ ଚାହୁଁନାହିଁ ା ପରିବର୍ତ୍ତିତ ପାଣିପାଗ ଚାଷୀମାନଙ୍କ ପାଇଁ ଦାଉ ସାଧୁଛି ବୋଲି ପୁରୁଖା ଚାଷୀମାନେ ମତପୋଷଣ କରୁଛନ୍ତି ା
ସୂଚନା ଅନୁଯାୟୀ, ବ୍ଲକ ଅଞ୍ଚଳରେ ପ୍ରାୟ ୧୦ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ରହିଛି ା ସେଥିମଧ୍ୟରୁ ହାରାହାରି ୬ହଜାର ହେକ୍ଟରରୁ ଅଧିକ ଜମିରେ ଧାନଚାଷ କରାଯାଉଛି ା ଧାନକ୍ଷେତର ଶତକଡା ୮୦ ଭାଗ ଚାଷଜମିରେ ସ୍ବଳ୍ପମିଆଦି(ବିଅଳି)ଧାନ ଚାଷ ହେଉଛି ା ବଳକା ୨୦ ଶତକଡା ଖାଲୁଆ ଜମିରେ ଦୀର୍ଘମିଆଦି(ଶାରଦ) ଧାନ ଚାଷ କରାଯାଉଛି ା ବିଅଳି ଚାଷ ଜୁନ୍‌ ମାସରେ ଆରମ୍ଭହୋଇ ଅକ୍ଟୋବରରେ ଶେଷ ହୋଇଥାଏ ା ଚାଷୀ କ୍ଷେତକୁ ଖରାଟିଆ ଚାଷକରି ବିହନ ବୁଣିବାଯୋଗ୍ୟ କରି ରଖିଛି ା ଏବେ ଜୁନ୍‌ ଦ୍ୱିତୀୟ ସପ୍ତାହ ହୋଇ ସୁଦ୍ଧା ଅର୍ଦ୍ଧାଧିକ ଚାଷଜମିକୁ ଧାନ ବିହନ ଯାଇପାରିନାହିଁ ା ଏହାପଛର କାରଣ ହେଉଛି ସରକାରୀ ଭାବେ ଚାଷୀମାନଙ୍କ ଲାଗି ଆବଶ୍ୟକ ଉନ୍ନତ କିସମର ବିହନ ସମବାୟ ସମିତି, ଲାଇସେନ୍ସପ୍ରାପ୍ତ ଡିଲର, ବିହନ ନିଗମ, ଖୋଲା ବଜାର ଆଦି କୌଣସି ସ୍ଥାନରେ ଉପଲବ୍ଧ ହେଉନାହିଁ ା ଏହାଛଡ଼ା ଚାଷୀମାନେ ଘରୋଇ ଭାବେ ସଂରକ୍ଷିତ କରି ରଖିଥିବା ଉନ୍ନତମାନର ବିହନ କ୍ଷେତକୁ ନେବାକୁ ପଛଘୁଞ୍ଚା ଦେଉଛନ୍ତି ା ଏହା ପଛର କାରଣ ହେଉଛି ପାଣିପାଗରେ ଅନିଶ୍ଚିତତା ା କ୍ଷେତରେ ବୁଣି ଗଜା ମରୁଡ଼ି ହୋଇଗଲେ ବିହନ ସରିଯିବା କାରଣରୁ ଜମି ପଡ଼ିଆ ପଡ଼ିବ ା ତେଣେ ବିହନ ବୁଣିବାରେ ବିଳମ୍ବ ହେଲେ ଏହି ଅଞ୍ଚଳର ଅଧିକାଂଶ ଚାଷୀ ଧାନ ଚାଷ କରିବାକୁ ଅରାଜି ହେବେ ା ଏହି ଆଳରେ ଶତାଧିକ ହେକ୍ଟର ଚାଷଜମି ପଡ଼ିଆ ପଡ଼ିବ ା ସ୍ବଳ୍ପମିଆଦି ଧାନଚାଷ ହେଉଥିବା ଜମିର ଉର୍ବରତାକୁ ଦୃଷ୍ଟି ଦେଇ ଚାଷୀମାନେ ଏହି କିସମର ଜମିରେ ଦୁଇରୁ ତିନିପ୍ରକାର ଫସଲ କରି ଲାଭବାନ୍‌ ହୋଇଥାଆନ୍ତି ା ଧାନଚାଷରେ ବିଳମ୍ବ ହେଲେ ରବିଋତୁରେ ପରିବା ଚାଷ ବିଳମ୍ବ ହେବ ା ଆଗୁଆ ପରିବା ଚାଷକୁ ଗୁରୁତ୍ୱ ଦେଇ ଚାଷୀକୁଳ ଧାନଚାଷକୁ ପ୍ରତ୍ୟାଖ୍ୟାନ କରିବାକୁ ପଛାଇବ ନାହିଁ ା ଏହାପଛର କାରଣ ସଅଳ କିସମ ପନିପରିବା ଚାଷକୁ ଚାଷୀମାନେ ଏକ ଲାଭଜନକ ଫସଲ ଭାବେ ଗ୍ରହଣ କରିଥାଆନ୍ତି ା ଏହି ଆଳରେ ଜୁନ୍‌ ସୁଦ୍ଧା କ୍ଷେତରେ ଧାନ ବୁଣାଯାଇ ନ ପାରିଲେ ଉକ୍ତ ଜମିଗୁଡ଼ିକ ପଡ଼ିଆ ପକାଇ ପରିବା ଚାଷ ପାଇଁ ଚାଷୀମାନେ କ୍ଷେତକୁ ପ୍ରସ୍ତୁତ କରିବାକୁ ସୁଯୋଗ ପାଇବେ ବୋଲି ଅଗ୍ରଣୀ ପରିବା ଚାଷୀମାନେ ମତବ୍ୟକ୍ତ କରିଛନ୍ତି ା ଧାନଚାଷ ହେଲେ ମାଟି ଉର୍ବର ହୋଇଥାଏ ା ଧାନଗଛ ନଡ଼ା ମାଟିରେ ପଚି ଖତରେ ପରିଣତ ହୋଇଥାଏ, ଯାହା ପରିବା ଚାଷ ପାଇଁ ଉପକାରୀ ହୋଇଥାଏ। ଧାନଚାଷରୁ ଚାଷୀକୁ ବର୍ଷକର ଭାତ ସମସ୍ୟା ଦୂର ହେବା ସହ ପରିବା ଚାଷ ଚାଷୀକୁଳକୁ ସମୃଦ୍ଧ କରିଥାଏ ବୋଲି ଚାଷୀ ଯୁକ୍ତି ବାଢ଼ିଛନ୍ତି ା ହେଲେ ପରିବର୍ତ୍ତିତ ପାଣିପାଗ ଚାଷୀ ହାତରୁ ଏଭଳି ସୁଯୋଗ ଛଡ଼ାଇ ନେଉଛି ା ଏହାଛଡ଼ା ବର୍ଷାର ଲୁଚକାଳି ଖେଳ ଓ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଧାନଚାଷ ପ୍ରଭାବିତ ହେବ ବୋଲି ଅଗ୍ରଣୀ ଚାଷୀ ଆତୁଳ ମଳିକ, କେଦାର ଦେଓ, ସଞ୍ଜୟ ରାଉତ, କୈଳାସ ରାଉତ ପ୍ରମୁଖ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri