ବିଳମ୍ବିତ ହେଉଛି ମୌସୁମୀ, ଗଜା ମରୁଡ଼ି ଆଶଙ୍କା

ରସୁଲପୁର,୧୦ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ା ସ୍ଥାନୀୟ ଚାଷୀମାନେ ପାରମ୍ପରିକ ଢଙ୍ଗରେ ଚାଷ କରିଥାଆନ୍ତି ା ଚଳିତ ବର୍ଷ ଖରିଫ ଋତୁ(ଜୁନ୍‌ରୁ ସେପ୍ଟେମ୍ବର) ମଧ୍ୟରେ ଧାନଚାଷ ଆରମ୍ଭ କରିଛନ୍ତି ା ଚାଷ ପାଇଁ ପାଣିପାଗ ଅନୁକୂଳ ନ ଥାଇ ସୁଦ୍ଧା ଚାଷୀକୁଳ କାଳବୈଶାଖୀ ବର୍ଷାକୁ ଭରସାକରି ଧାନ ବୁଣାବୁଣି କାମ ଆଗେଇ ନେଇଥିଲେ ା ବର୍ଷାର ସ୍ବଳ୍ପତା ଓ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଚାଷୀକୁଳକୁ ଗଜା ମରୁଡ଼ି ଆଶଙ୍କା ଘାରିଛି ା ତେଣେ ମୌସୁମୀଜନିତ ବର୍ଷାର ସମ୍ଭାବନା ବିଳମ୍ବ ହେଉଛି ା ଏଥର ମୌସୁମୀ ବିଳମ୍ବରେ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିବାରୁ ଏହା ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି ା ଆସନ୍ତା ୧/୨ ସପ୍ତାହ ମଧ୍ୟରେ ବର୍ଷା ହେବା ସମ୍ଭାବନା କ୍ଷୀଣ ଥିବାରୁ ଚାଷୀକୁଳ ମୂଲ୍ୟବାନ୍‌ ଧାନ ବିହନକୁ ମାଟିରେ ମିଶାଇବାକୁ ଚାହୁଁନାହିଁ ା ପରିବର୍ତ୍ତିତ ପାଣିପାଗ ଚାଷୀମାନଙ୍କ ପାଇଁ ଦାଉ ସାଧୁଛି ବୋଲି ପୁରୁଖା ଚାଷୀମାନେ ମତପୋଷଣ କରୁଛନ୍ତି ା
ସୂଚନା ଅନୁଯାୟୀ, ବ୍ଲକ ଅଞ୍ଚଳରେ ପ୍ରାୟ ୧୦ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ରହିଛି ା ସେଥିମଧ୍ୟରୁ ହାରାହାରି ୬ହଜାର ହେକ୍ଟରରୁ ଅଧିକ ଜମିରେ ଧାନଚାଷ କରାଯାଉଛି ା ଧାନକ୍ଷେତର ଶତକଡା ୮୦ ଭାଗ ଚାଷଜମିରେ ସ୍ବଳ୍ପମିଆଦି(ବିଅଳି)ଧାନ ଚାଷ ହେଉଛି ା ବଳକା ୨୦ ଶତକଡା ଖାଲୁଆ ଜମିରେ ଦୀର୍ଘମିଆଦି(ଶାରଦ) ଧାନ ଚାଷ କରାଯାଉଛି ା ବିଅଳି ଚାଷ ଜୁନ୍‌ ମାସରେ ଆରମ୍ଭହୋଇ ଅକ୍ଟୋବରରେ ଶେଷ ହୋଇଥାଏ ା ଚାଷୀ କ୍ଷେତକୁ ଖରାଟିଆ ଚାଷକରି ବିହନ ବୁଣିବାଯୋଗ୍ୟ କରି ରଖିଛି ା ଏବେ ଜୁନ୍‌ ଦ୍ୱିତୀୟ ସପ୍ତାହ ହୋଇ ସୁଦ୍ଧା ଅର୍ଦ୍ଧାଧିକ ଚାଷଜମିକୁ ଧାନ ବିହନ ଯାଇପାରିନାହିଁ ା ଏହାପଛର କାରଣ ହେଉଛି ସରକାରୀ ଭାବେ ଚାଷୀମାନଙ୍କ ଲାଗି ଆବଶ୍ୟକ ଉନ୍ନତ କିସମର ବିହନ ସମବାୟ ସମିତି, ଲାଇସେନ୍ସପ୍ରାପ୍ତ ଡିଲର, ବିହନ ନିଗମ, ଖୋଲା ବଜାର ଆଦି କୌଣସି ସ୍ଥାନରେ ଉପଲବ୍ଧ ହେଉନାହିଁ ା ଏହାଛଡ଼ା ଚାଷୀମାନେ ଘରୋଇ ଭାବେ ସଂରକ୍ଷିତ କରି ରଖିଥିବା ଉନ୍ନତମାନର ବିହନ କ୍ଷେତକୁ ନେବାକୁ ପଛଘୁଞ୍ଚା ଦେଉଛନ୍ତି ା ଏହା ପଛର କାରଣ ହେଉଛି ପାଣିପାଗରେ ଅନିଶ୍ଚିତତା ା କ୍ଷେତରେ ବୁଣି ଗଜା ମରୁଡ଼ି ହୋଇଗଲେ ବିହନ ସରିଯିବା କାରଣରୁ ଜମି ପଡ଼ିଆ ପଡ଼ିବ ା ତେଣେ ବିହନ ବୁଣିବାରେ ବିଳମ୍ବ ହେଲେ ଏହି ଅଞ୍ଚଳର ଅଧିକାଂଶ ଚାଷୀ ଧାନ ଚାଷ କରିବାକୁ ଅରାଜି ହେବେ ା ଏହି ଆଳରେ ଶତାଧିକ ହେକ୍ଟର ଚାଷଜମି ପଡ଼ିଆ ପଡ଼ିବ ା ସ୍ବଳ୍ପମିଆଦି ଧାନଚାଷ ହେଉଥିବା ଜମିର ଉର୍ବରତାକୁ ଦୃଷ୍ଟି ଦେଇ ଚାଷୀମାନେ ଏହି କିସମର ଜମିରେ ଦୁଇରୁ ତିନିପ୍ରକାର ଫସଲ କରି ଲାଭବାନ୍‌ ହୋଇଥାଆନ୍ତି ା ଧାନଚାଷରେ ବିଳମ୍ବ ହେଲେ ରବିଋତୁରେ ପରିବା ଚାଷ ବିଳମ୍ବ ହେବ ା ଆଗୁଆ ପରିବା ଚାଷକୁ ଗୁରୁତ୍ୱ ଦେଇ ଚାଷୀକୁଳ ଧାନଚାଷକୁ ପ୍ରତ୍ୟାଖ୍ୟାନ କରିବାକୁ ପଛାଇବ ନାହିଁ ା ଏହାପଛର କାରଣ ସଅଳ କିସମ ପନିପରିବା ଚାଷକୁ ଚାଷୀମାନେ ଏକ ଲାଭଜନକ ଫସଲ ଭାବେ ଗ୍ରହଣ କରିଥାଆନ୍ତି ା ଏହି ଆଳରେ ଜୁନ୍‌ ସୁଦ୍ଧା କ୍ଷେତରେ ଧାନ ବୁଣାଯାଇ ନ ପାରିଲେ ଉକ୍ତ ଜମିଗୁଡ଼ିକ ପଡ଼ିଆ ପକାଇ ପରିବା ଚାଷ ପାଇଁ ଚାଷୀମାନେ କ୍ଷେତକୁ ପ୍ରସ୍ତୁତ କରିବାକୁ ସୁଯୋଗ ପାଇବେ ବୋଲି ଅଗ୍ରଣୀ ପରିବା ଚାଷୀମାନେ ମତବ୍ୟକ୍ତ କରିଛନ୍ତି ା ଧାନଚାଷ ହେଲେ ମାଟି ଉର୍ବର ହୋଇଥାଏ ା ଧାନଗଛ ନଡ଼ା ମାଟିରେ ପଚି ଖତରେ ପରିଣତ ହୋଇଥାଏ, ଯାହା ପରିବା ଚାଷ ପାଇଁ ଉପକାରୀ ହୋଇଥାଏ। ଧାନଚାଷରୁ ଚାଷୀକୁ ବର୍ଷକର ଭାତ ସମସ୍ୟା ଦୂର ହେବା ସହ ପରିବା ଚାଷ ଚାଷୀକୁଳକୁ ସମୃଦ୍ଧ କରିଥାଏ ବୋଲି ଚାଷୀ ଯୁକ୍ତି ବାଢ଼ିଛନ୍ତି ା ହେଲେ ପରିବର୍ତ୍ତିତ ପାଣିପାଗ ଚାଷୀ ହାତରୁ ଏଭଳି ସୁଯୋଗ ଛଡ଼ାଇ ନେଉଛି ା ଏହାଛଡ଼ା ବର୍ଷାର ଲୁଚକାଳି ଖେଳ ଓ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଧାନଚାଷ ପ୍ରଭାବିତ ହେବ ବୋଲି ଅଗ୍ରଣୀ ଚାଷୀ ଆତୁଳ ମଳିକ, କେଦାର ଦେଓ, ସଞ୍ଜୟ ରାଉତ, କୈଳାସ ରାଉତ ପ୍ରମୁଖ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri