Posted inଖେଳ

ଚାମ୍ପିୟନ ଭଳି ଖେଳୁଛି ଗତ ଥରର ରନର୍ସଅପ୍‌

ଶାରଜା,୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଟସ୍‌ ଜିତିବାର ଅର୍ଥ ଏକତରଫା ମ୍ୟାଚ୍‌ ହାତେଇ ନେବା। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାୟତଃ ଟସ୍‌ ଜିତୁଥିବା ଦଳ ହିଁ ମ୍ୟାଚ୍‌ ଜିତୁଛନ୍ତି। କିନ୍ତୁ ଏହାକୁ ଭୁଲ କରି ଦେଖାଇଛି ଗତ ଥରର ରନର୍ସଅପ୍‌ ଇଂଲଣ୍ଡ। ଟସ୍‌ ହାରିବା ପରେ ମଧ୍ୟ ଇଂଲଣ୍ଡ ୨୬ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍‌ ବେଳେ କାକର ପଡ଼ିଥିଲା। ହେଲେ ଇଆନ ମୋର୍ଗାନଙ୍କ କ୍ୟାପଟେନଶିପ୍‌ ଆଗରେ ତାହା କାମ ଦେଇ ନ ଥିଲା। ଏହା ଇଂଲଣ୍ଡର ଲଗାତାର ଚତୁର୍ଥ ବିଜୟ। ଏହି ବିଜୟ ସହ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟସ୍‌ ଜିତିବା ଠାରୁ ପ୍ରାରମ୍ଭିକ ୧୦ ଓଭର ପର୍ଯ୍ୟନ୍ତ ସବୁ କିଛି ଶ୍ରୀଲଙ୍କା ପକ୍ଷରେ ଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୦ ଓଭର ସୁଦ୍ଧା ୩ ପ୍ରମୁଖ ବ୍ୟାଟରଙ୍କ ଉଇକେଟ ହରାଇ ମାତ୍ର ୪୭ ରନ୍‌ କରିଥିଲା। କିନ୍ତୁ ପରବର୍ତ୍ତୀ ୧୦ ଓଭରରେ ବଟଲରଙ୍କ ଯୋଗୁ ୧୧୬ ରନ୍‌ ଯୋଡ଼ି ହୋଇଥିଲା। ବଟଲର ଅନ୍ତିମ ବଲରେ ଛକା ଲଗାଇ ଶତକ ପୂରଣ କରିଛନ୍ତି। ୬୭ ବଲର ସମ୍ମୁଖୀନ ହୋଇଥିବା ବଟଲରଙ୍କ ଇନିଂସରେ ସାମିଲ ଥିଲା ୬ ଲେଖାଏ ଚୌକା ଓ ଛକା। ତାଙ୍କୁ ଉଚିତ ସହଯୋଗ ଦେଇଥିଲେ ଅଧିନାୟକ ଇଆନ ମୋର୍ଗାନ। ସେ ୧ ଚୌକା ଓ ୩ ଛକା ବଳରେ ୪୦ ରନ୍‌ କରିଥିଲେ।

ଜବାବରେ ପ୍ରାରମ୍ଭକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ୭୬ ରନ୍‌ରେ ୫ ଉଇକେଟ ହରାଇ ସାରିଥିଲା। ଓ୍ବାନିନ୍ଦୁ ହାସରଙ୍ଗା (୩୪ ରନ୍‌, ୩ ଚୌକା ଓ ୧ ଛକା) ଓ ଅଧିନାୟକ ଦାସୁନ ଶନକା (୨୬ )ଙ୍କ ଯୋଡ଼ି ୬ଷ୍ଠ ଉଇକେଟ ପାଇଁ ୫୩ ରନ୍‌ ଯୋଡ଼ି ଶ୍ରୀଲଙ୍କାକୁ ଆଶା ଦେଇଥିଲେ। ହେଲେ ତାହା ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଶ୍ରୀଲଙ୍କା ୧୯ ଓଭରରେ ୧୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri