ଶେଷ ପର୍ଯ୍ୟାୟରେ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧ା୪: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀ ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ଏବେ ଠାରୁ ବ୍ରହ୍ମପୁର ସହରବାସୀଙ୍କ ମହଲରେ ଆନନ୍ଦ ଉଲାସ ଦେଖିବାକୁ ମିଳିଲାଣି। ମା’ ବୁଢୀ ଠାକୁରାଣୀଙ୍କ ନିମନ୍ତେ ଦେଶୀ ବେହେରା ସାହିରେ ନିର୍ମିତ ହେଉଥିବା ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଛି। ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଆସ୍ଥାନ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପିଣ୍ଡି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପିଣ୍ଡିରେ ଟାଇଲ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏଥିସହ ଅସ୍ଥାୟୀ ମଣ୍ଡପରେ ଲୁହାର ଫାଟକ କାର୍ଯ୍ୟ ବି ସରିଛି। ତତସହିତ ଚାବୁକ କାଠ ଓ ବାଉଁଶରେ ଅସ୍ଥାୟୀ ମଣ୍ଡପର ଛାମୁଣ୍ଡିଆ କାର୍ଯ୍ୟ ମଧ୍ୟ ସରିଛି। କୃପାସିନ୍ଧୁପୁରରୁ ପାଳ ଅଣାଯାଇ ବାଉଁଶ ନିର୍ମିତ ଛାମୁଣ୍ଡିଆରେ ଛପର କାର୍ଯ୍ୟ କରାଯିବ। ଏଥିସହ ମଣ୍ଡପ ଚର୍ତୁପାର୍ଶ୍ୱରେ ବାଉଁଶରେ ପାଚେରୀ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଫୁଲସୁନ୍ଦରିସାହିର ମେଦିରିଙ୍କ ଦ୍ୱାରା ମଣ୍ଡପର ସୌନ୍ଦର୍ଯ୍ୟକରଣ ପାଇଁ ବାଉଁଶରେ ବିଭିନ୍ନ ଛାଞ୍ଚ ପ୍ରସ୍ତୁତ କରିବେ ବୋଲି ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ବର୍ତ୍ତମାନ ନିର୍ମିତ ହେଉଥିବା ଅସ୍ଥାୟୀ ମଣ୍ଡପର ଉଚ୍ଚତା ୨୧ ଫୁଟ ଥିବା ବେଳେ ଓସାର ୧୬ ଫୁଟ ରହିଛି। ନରେନ୍ଦ୍ରପୁରରୁ ବାଉଁଶ ଆସିଛି। ଅସ୍ଥାୟୀ ମଣ୍ଡପର ଛପର ନିମନ୍ତେ କୃପାସିନ୍ଧୁପୁର ଅଞ୍ଚଳରୁ ଛଣ ଆସିବ ବୋଲି ଯାତ୍ରା ପରିଚାଳକ କହିଛନ୍ତି। ଆସନ୍ତା ୨ ତାରିଖ ସୁଦ୍ଧା ମଣ୍ଡପର ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଦୁର୍ଗା ପ୍ରସାଦ କହିଛନ୍ତି। ଏହାପରେ ଏପ୍ରିଲ ୪ ତାରିଖ ରାତ୍ରିରେ ଯାତ୍ରା ପାଇଁ ମା’ ଠାକୁରାଣୀଙ୍କ ଆଜ୍ଞାମାଳ ନିମନ୍ତେ ଦେଶୀ ବେହେରା ଠାକୁରାଣୀ ମନ୍ଦିରକୁ ଯିବେ। ସେଠାରେ ବିଶେଷ ପୂଜାର୍ଚ୍ଚନା ପରେ ମା’ଙ୍କ ଆଜ୍ଞାମାଳ ପାଇବା ପରେ ଦେଶୀ ବେହେରା ଅସ୍ଥାୟୀ ମଣ୍ଡପକୁ ଯିବେ। ଏହାପରଠାରୁ ୨୮ ଦିନ ଅର୍ଥାତ ମେ’ ୧ ତାରିଖ ଯାଏଁ ଠାକୁରାଣୀ ଯାତ୍ରା ହେବ। ଅସ୍ଥାୟୀ ମଣ୍ଡପରେ ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ମା’ ଠାକୁରାଣୀଙ୍କ ଦର୍ଶନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri