ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ଚର୍ଚ୍ଚ ରୋଡ ସ୍ଥିତ ବାସଭବନରେ ଭୁବନେଶ୍ବର ଏମ୍ସରୁ ତାଙ୍କ ପାର୍ଥିବ ଶରୀର ପହଁଞ୍ଚିବା ପରଠାରୁ ଶେଷ ଦର୍ଶନ କରିବା ପାଇଁ ନିଜ ସମ୍ପର୍କୀୟଙ୍କ ସହିତ ବହୁ ସଂଖ୍ୟାରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଲାଗିରହିଥିଲା।
ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଭୁବନେଶ୍ଵର ଏମ୍ସ ଠାରେ ଶର୍ମିଷ୍ଠା ଚିକିତ୍ସିତ ହୋଇଆସୁଥିଲା। ବୁଧବାର ସନ୍ଧ୍ୟା ୬ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇବା ପରଠାରୁ ଛତ୍ରପୁର ସହରରେ ଶୋକର ଛାୟା ଖେଳି ଯାଇଥିଲା। ଖବର ପାଇବା ମାତ୍ରେ ବୁଧବାର ରାତିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ପରିବହନ, ଖଣି, ଇସ୍ପାତ ଓ ବାଣିଜ୍ୟ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ‘ଏକ୍ସ’ ମାଧ୍ୟମରେ ଟ୍ୱିଟ୍ କରି ଗଭୀର ଶୋକ ପ୍ରକାଶ କରିଥିଲେ।

ଶର୍ମିଷ୍ଠା ଜଣେ ଲୋକପ୍ରିୟ, ସ୍ନେହୀ ଏବଂ ଦକ୍ଷ ଜନପ୍ରତିନିଧି ଥିଲେ। ତାଙ୍କର ବିୟୋଗରେ ଛତ୍ରପୁର ସମତେ ଆଖପାଖର ସମସ୍ତ ଲୋକମାନେ ଦୁଃଖରେ ମର୍ମାହତ ହୋଇପଡ଼ିଛନ୍ତି। ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲା ଭାଜପା ଅଧ୍ୟକ୍ଷ ସରୋଜ କୁମାର ସାବତ, ପୌରପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ, ସମସ୍ତ କାଉନସିଲର୍, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ ଅନେକ ସମାଜ ସେବୀ, ବୁଦ୍ଧିଜୀବୀ, ପୌରପରିଷଦ ଅଧିକାରୀ ଏବଂ କର୍ମଚାରୀମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସ୍ଵର୍ଗତା ଶର୍ମିଷ୍ଠାଙ୍କ ପାର୍ଥିବ ଶରୀରକୁ ହଜାର ହଜାର ଲୋକଙ୍କ ସମାଗମରେ ନଗର ପରିକ୍ରମା ପରେ ଭାଜପା କାର୍ଯ୍ୟାଳୟରେ ଶେଷ ଦର୍ଶନ ଲାଗି କିଛି ସମୟ ରଖିବା ପରେ ପୌରପରିଷଦ କାର୍ଯ୍ୟାଳୟରେ କିଛି ସମୟ ରଖା ଯାଇଥିଲା। ପରେ ତାଙ୍କ ଶେଷକୃତ୍ୟ ସ୍ଥାନୀୟ ପୂତିଗୋପାଳପୁର ଶ୍ମସାନରେ ତାଙ୍କ ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ। ସ୍ଵାମୀ ତଥା ଯୁବ ଭାଜପା ନେତା କେ. ଚନ୍ଦ୍ରଶେଖର ରେଡ୍ଡୀ ସ୍ଵର୍ଗତା ସ୍ତ୍ରୀ ଶର୍ମିଷ୍ଠାଙ୍କୁ କୋହ ଭରା ହୃଦୟରେ ଶେଷ ବିଦାୟ ଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ବଙ୍ଗ ରାଜନୀତିରେ ହଇଚଇ! ମମତାଙ୍କୁ ବଡ଼ ଝଟ୍‌କା, ପୁତୁରା ଅଭିଷେକଙ୍କ ପାଇଁ ଦଳ ଛାଡ଼ିବେ କି କଲ୍ୟାଣ?

କୋଲକାତା,୧୧।୬: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)କୁ ଝଟକା ପରେ ଝଟକା ଲାଗୁଛି । ମମତାଙ୍କ ନିକଟତମ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ କୁହାଯାଉଥିବା କଲ୍ୟାଣ ବାନାର୍ଜୀ ଏବେ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri