ଜନ୍ମମାଟିରେ ଶହୀଦ ଯବାନ ଲକ୍ଷ୍ମଣଙ୍କୁ ଶେଷ ବିଦାୟ

ମୋରଡ଼ା/ରାସଗୋବିନ୍ଦପୁର,୨୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା): ଜନ୍ମମାଟିରେ ଶହୀଦ ଓଡ଼ିଆ ଯବାନଙ୍କୁ ଦିଆଯାଇଛି ଶେଷ ବିଦାୟ। ‘ଅମର ରହେ ଯବାନ ଲକ୍ଷ୍ମଣ’ ସ୍ବରରେ କମ୍ପିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଖୁଣ୍ଟାପାଳ ଗ୍ରାମ।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଲକ୍ଷ୍ମଣ ସୋରେନ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ(ସିଆଇଏସ୍‌ଏଫ୍‌)ରେ ଯୋଗଦାନ କରିଥିବା ବେଳେ ତାମିଲନାଡୁ ରାଜ୍ୟ ଚେନ୍ନାଇ ଏୟାରପୋର୍ଟରେ ହେଡ଼ କନଷ୍ଟେବଳ ଦାୟିତ୍ୱରେ ଥିଲେ। ଗତ ଫେବୃଆରୀ ୪ ତାରିଖରେ ଏୟାରପୋର୍ଟରେ ଲକ୍ଷ୍ମଣ କାର୍ଯ୍ୟରତ ଥିବା ବେଳେ ସକାଳୁ ଜଳଖିଆ ଖାଇବାକୁ କ୍ୟାଣ୍ଟିନକୁ ଯାଇଥିବା ସମୟରେ ଲକ୍ଷ୍ମଣ ବେହୋସ ହୋଇ ପଡ଼ିଥିଲେ। ଲକ୍ଷ୍ମଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କ ମସ୍ତିଷ୍କର ବାମ ପଟ ଭ୍ୟାନ୍‌ ଫାଟି ଯାଇଛି ବୋଲି ଜଣାପଡ଼ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ପକ୍ଷାଘାତ ରୋଗର ଶିକାର ହୋଇଥିଲେ। ତେବେ ଚିକିତ୍ସିତ ହେଉଥିବା ସମୟରେ ଗତ ଫେବୃଆରୀ ୨୪ ରାତିରେ ଲକ୍ଷ୍ମଣଙ୍କ ପ୍ରାଣହାନି ଘଟିଥିଲା। ତେବେ ଆଜି ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମଣଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୁମୁରି ଗୁମୁରି କାନ୍ଦୁଛି ଲକ୍ଷ୍ମଣଙ୍କ ଜନ୍ମ ମାଟି। ମରଶରୀର ବିଦାୟ ସମୟରେ ସିଆଇଏସଏଫ ଅଧିକାରୀ ରଞ୍ଜନ କୁମାର ସାହୁଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଲକ୍ଷ୍ମଣଙ୍କ ମରଶରୀରକୁ ଅଧିକାରୀମାନେ ସ୍ୟାଲୁଟ୍‌ କରିବା ସହିତ ତାଙ୍କ ବାପାଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ। ତେବେ ଅଧିକାରୀ ରଞ୍ଜନ କୁମାର ସାହୁ ଏଠାରେ ତିନି ଦିନ ରହି ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହିତ ଲକ୍ଷ୍ମଣଙ୍କ ପରିବାର କିପରି ସରକାରୀ ସହାୟତା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରେ ନୂଆ ଆଇଆଇସି, ଆସୁ ଆସୁ ରୋକଠୋକ କହିଲେ ଏଣିକି ବିନା ଅନୁମତିରେ…

ପୁରୁଷୋତ୍ତମପୁର,୨୬।୨( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଥାନାଧିକାରୀ ଭାବେ କୁଳମଣି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆସିକା ଥାନାରେ କାର୍ଯ୍ୟରତ ଥିଲେ…

ବାହାଘର ପୂର୍ବରୁ ପୁଅକୁ ନେଇ ଏମିତି କହିଦେଲେ ସଚିନ: ବଢୁଛି ଚର୍ଚ୍ଚା

ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି…

ଫେବୃଆରୀ ଶେଷ ଦିନରେ ଅସ୍ତ ହେବେ ବୁଧ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଜବରଦସ୍ତ ଆର୍ଥିକ ଲାଭ

ବୁଧ ଗ୍ରହ ୨୮ ଫେବୃଆରୀ ୨୦୨୬ ରାତି ୧୦ଟା୦୯ ରେ କୁମ୍ଭ ରାଶିରେ ଅସ୍ତ ହେବ । ବୁଧଙ୍କ ଅସ୍ତ ଅନେକ ରାଶି ପାଇଁ ନକାରାତ୍ମକ ପ୍ରମାଣିତ…

ଟିମ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚାଇବେ ସଞ୍ଜୁ ସାମସନ? ଅଭିଷେକଙ୍କୁ ନେଇ ବଡ଼ କଥା କହିଦେଲେ ସେହୱାଗ

ନୂଆଦିଲ୍ଲୀ,୨୬।୨: ଗୁରୁବାର ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଲଜ୍ଜାଜନକ ପରାଜୟ ପରେ, ଶୀର୍ଷ…

ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର, ସେମିଫାଇନାଲ ରାସ୍ତା ହେଲା ସହଜ!

ନୂଆଦିଲ୍ଲୀ,୨୬।୨: ଫେବୃଆରୀ ୨୬ ତାରିଖରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ ରେ ଭାରତ ଏବଂ ଜିମ୍ବାୱେ ମୁହାଁମୁହିଁ ହେବେ। ଏହା ଉଭୟ ଦଳ ପାଇଁ କର…

ବିପଦରେ ୫୦ ପିଲା! ସେବାଧାମ ଆଶ୍ରମରେ ୧୭ଙ୍କ ମୃତ୍ୟୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶର ଉଜ୍ଜୟିନୀର ଅଙ୍କିତ ସେବାଧାମ ଆଶ୍ରମରେ ୧୭ ଜଣ ବିକଳାଙ୍ଗ ପିଲାଙ୍କ ମୃତ୍ୟୁ ମାମଲାରେ ଇନ୍ଦୋର ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ…

ଭାଙ୍ଗିଲା ନେହେରୁଙ୍କ ପ୍ରତିମୂର୍ତ୍ତି, BJP-RSS କର୍ମୀଙ୍କ ଉପରେ ଆସିଲା ଗୁରୁତର ଅଭିଯୋଗ

ଗୁଆହାଟି,୨୬।୨: ଆସାମରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା…

ଦଶମ ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ସ୍କୁଲରେ ଆସିଲା ପ୍ରସବ ଯନ୍ତ୍ରଣା, ଶୌଚାଳୟରେ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶ ଧାର ଜିଲାର ପିଥମପୁରରେ ମଙ୍ଗଳବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri