ଲାସ୍‌ ଭେଗାସ୍‌ର ନୂଆ ସଙ୍କେତ

ଲାସ୍‌ ଭେଗାସ୍‌ ଆମେରିକାର ନେଭେଡା ରାଜ୍ୟର ଏକ ଜନବହୁଳ ନଗର। ଜୁଆଖେଳ, ଶପିଂ, ମନୋରଞ୍ଜନ ଓ ନାଇଟ୍‌ ଲାଇଫ୍‌ ଭଳି ଅସରନ୍ତି ଆନନ୍ଦର ଏକ ଭୂଖଣ୍ଡ ଭାବେ ଏହା ପରିଚିତି ହାସଲ କରିଆସିଛି। ହେଲେ ଚଳିତବର୍ଷ ପ୍ରଥମାର୍ଦ୍ଧରୁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଜୁଲାଇରୁ ଏହାର ପ୍ରଭାବ ଅନୁଭୂତ ହେଲାଣି। ଲାସ୍‌ ଭେଗାସ୍‌ କନ୍‌ଭେନଶନ୍‌ ଆଣ୍ଡ୍‌ ଭିଜିଟର୍ସ ଅଥରିଟି ଅନୁଯାୟୀ ଜୁଲାଇ ଆରମ୍ଭରେ ହୋଟଲ ବୁକିଂ ୬୬.୭ ପ୍ରତିଶତ ହ୍ରାସ ପାଇଛି। କାରଣ ଗତବର୍ଷ ତୁଳନାରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ୧୩ ପ୍ରତିଶତ କମିଛନ୍ତି। ଏପରି କି ଘରୋଇ ଆଗମନ ୬.୫ ପ୍ରତିଶତ ହ୍ରାସ ପାଇଛି। ଭୂ-ରାଜନୈତିକ ସ୍ଥିତି ସହ ମୁଦ୍ରାସ୍ଫୀତି ଓ ଆର୍ଥିକ ଅସ୍ଥିରତା ସବୁ ପ୍ରକାର ସାମଗ୍ରୀ ଓ ସେବାର ମୂଲ୍ୟକୁ ବଢ଼ାଇ ଦେଇଛି। ବିଶେଷଜ୍ଞମାନେ ଏହାକୁ ପର୍ଯ୍ୟଟନରେ ଟ୍ରମ୍ପ୍‌ ସ୍ଲମ୍ପ ଆଖ୍ୟା ଦେଇଛନ୍ତି। ସେମାନଙ୍କ ମତରେ ଟାରିଫ୍‌, ଅନ୍ତର୍ଜାତୀୟ ସମ୍ପର୍କରେ ତିକ୍ତତା ଓ ଯାତ୍ରୀଙ୍କ ପାଇଁ ବଢ଼ିଥିବା ଭିଜା ଫି’ ଯୋଗୁ ଏବେ ସେଠାରେ ସ୍ଥିତି ଅସମ୍ଭାଳ ହୋଇଛି। ସ୍ଥିତି ଏମିତି ହୋଇଛି ଯେ, ଲୋକମାନେ ଅନୁଭବ କରୁଛନ୍ତି ସେମାନେ ଠକାମିର ଶିକାର ହେଉଛନ୍ତି। କାରଣ ସେଠାରେ ଥିବା କ୍ୟାସିନୋକୁ ଧନୀ କମ୍‌, ମଧ୍ୟମ ବର୍ଗର ବହୁ ଅଧିକ ପର୍ଯ୍ୟଟକ ଯାଇଥାଆନ୍ତି। ତେଣୁ ଏମିତି ଏକ ସ୍ଥିତି ହେବ ଯେଉଁଠାରେ ଲାସ୍‌ ଭେଗାସ୍‌ର କ୍ୟାସିନୋ ମନୋରଞ୍ଜନ ପ୍ରେମୀଙ୍କୁ ଜାବୁଡ଼ି ଧରିପାରୁ ନ ଥିବ ଭାବିଲେ ଏହାର ହେତୁ ଖୋଜିବାକୁ ପଡୁଛି। ଆର୍ଥିକ ଦୃଷ୍ଟିକୋଣକୁ ତର୍ଜମା କରି ନିରୋଳା ଅର୍ଥନୈତିକ ବ୍ୟାଖ୍ୟାନ ରଖୁଥିବା ବିଶ୍ଳେଷକଙ୍କ ଭିନ୍ନ ଆଉ କେତେକ ବିଶେଷଜ୍ଞ ଦେଉଥିବା ମତକୁ ମଧ୍ୟ ଏଠାରେ ଥୋଇବାର ଆବଶ୍ୟକତା ପଡ଼ୁଛି। କୁହାଯାଉଛି ଆଗଭଳି ନୂଆପିଢ଼ି ମଦମତ୍ତ ଓ କାମୁକ ପ୍ରବଣତାକୁ ଗୁରୁତ୍ୱ ନ ଦେଇ ବାସ୍ତବ ଜୀବନ ଜିଇବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନଙ୍କ ଲାଗି କ୍ୟାସିନୋ, ନାଇଟ୍‌ ଲାଇଫ୍‌ ସହିତ ମଦ୍ୟପାନର ଆକର୍ଷଣ କମି ଆସିଛି। ଅନ୍ୟପକ୍ଷରେ ବୟସ୍କମାନଙ୍କ ଉପସ୍ଥିତି ଲାସ୍‌ ଭେଗାସ୍‌ର କିଛି ଅଞ୍ଚଳକୁ ଚଳଚଞ୍ଚଳ ରଖିଛି।
ନିକଟ ଅତୀତରେ ଆମେ ଯେଉଁ ‘ଜେନ୍‌ ଜି’ଙ୍କ ସ୍ବଭାବ ନେପାଳରୁ ମାଡାଗାସ୍କର ପର୍ଯ୍ୟନ୍ତ ଦେଖିଲେ ସେମାନେ ବାସ୍ତବ ପରିସ୍ଥିତିରେ ବଞ୍ଚତ୍ବାକୁ ଚାହୁଁଛନ୍ତି। ଉପରଠାଉରିଆ ଜୀବନ ଓ ଭାଟ (ପ୍ରଶଂସାମୂଳକ) ସଂସ୍କୃତିକୁ ଘୃଣା କରିବା ସହ ଦୁର୍ନୀତି ବିରୋଧୀ ଅଭିଯାନ ମାଧ୍ୟମରେ ପରିବର୍ତ୍ତନ ଆଣିବା ସେମାନଙ୍କ ଲକ୍ଷ୍ୟ। ଗୋଟେ ପିଢ଼ି ଯେତେବେଳେ ତା’ର ଅଧିକାରରୁ ବଞ୍ଚତ୍ତ ହେବ, ସେତେବେଳେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ। ଅବଶ୍ୟ ଏହି ପରିବର୍ତ୍ତନ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପରିଚାଳିତ ହୋଇ ସ୍ଥଳବିଶେଷରେ ଭୁଲ୍‌ ପଦକ୍ଷେପ ନେଇଯାଉଥିବାରୁ ସମାଲୋଚନାର ଶିକାର ହେଉଛି। ଏକ ସକାରାତ୍ମକ ଲକ୍ଷ୍ୟ ହାସଲ ଦିଗରେ ଏକଜୁଟ ହୋଇ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରୁଥିବା ବର୍ଗ ଉପରେ ନୂଆ ପିଢ଼ି ଏକ ଚାପ ଗୋଷ୍ଠୀରେ ପରିଣତ ହେଲେ ତାହାର ସୁଫଳ ମିଳିପାରନ୍ତା। ‘ଜେନ୍‌ ଜି’ ଇଣ୍ଟରନେଟ୍‌, ସ୍ମାର୍ଟଫୋନ୍‌, ସୋସିଆଲ ମିଡିଆ ଏବଂ ପ୍ରଯୁକ୍ତି ସହ ତାଳ ଦେଇ ଚାଲୁଥିବାରୁ ଆଗକୁ ବଢ଼ୁଛି। ସେହିପରି ଏବର ପିଢ଼ି ଔଦ୍ୟୋଗିକ ଚିନ୍ତାଧାରାକୁ ପଥେୟ କରି କିଛି ନୂଆ କରିବାକୁ ଯାଇ ଜୀବନରେ ଆହ୍ବାନର ସମ୍ମୁଖୀନ ହେବାକୁ ପସନ୍ଦ କରୁଛି। ଚାକିରି କିମ୍ବା ନିର୍ଦ୍ଦିଷ୍ଟ ଆୟ ଉତ୍ସକୁ ଦେଖି ପାରମ୍ପରିକ ଚିନ୍ତା ପୁରୁଣା ପିଢ଼ିରୁ ଯେଉଁଭଳି ଗଡ଼ି ଆସୁଥିଲା ସେଥିରେ ଏହି ବର୍ଗ ବ୍ୟତିକ୍ରମ ସୃଷ୍ଟି କରିବାକୁ ଚାହୁଁଛି। ନବସୃଜନ ତା’ ପାଇଁ ନୂଆ ସୁଯୋଗର ଅପେକ୍ଷା ରଖୁଛି। ଦେଖାଦେଉଥିବା ସାମାଜିକ ଓ ପରିବେଶଗତ ଅସଙ୍ଗତି ବିଷୟରେ ଏମାନେ ବେଶ୍‌ ସଚେତନ। ସେଥିପାଇଁ ନୂଆ ପିଢ଼ିକୁ ଦରକାର ନୈତିକ ସମର୍ଥନ। ଉଚିତ ନିଷ୍ପତ୍ତି ନେବାର ସୂକ୍ଷ୍ମ ବାଟ ପାଇଗଲା ପରେ ସେମାନଙ୍କ କାର୍ଯ୍ୟଧାରାରେ ଘଟୁଥିବା ପରିବର୍ତ୍ତନକୁ ବୁଝିହେବ। ଲାସ୍‌ ଭେଗାସ୍‌ ଏହାର ଏକ ନୂଆ ସଙ୍କେତ ଦେବା ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?