Categories: ଫୁରସତ

ସବୁଠୁ ବଡ଼ ଦୀପ: ରହୁଥିଲା ୮୦୦ ଲିଟର ତେଲ

ହିନ୍ଦୁ ଧର୍ମରେ ଦୀପର ମାହାତ୍ମ୍ୟ ବେଶ୍‌ ରହିଛି। ଯେ କୌଣସି ପୂଜା ହେଉ ନା କାହିଁକି ଦୀପ ଲୋଡା ପଡେ। ଦୀପାବଳି ପର୍ବରେ ତ ଘରେ ଘରେ ଜଳେ ଦୀପ। ଆଲୋକିତ ହୋଇଯାଏ ସାରା ପରିବେଶ। ଆଉ ମହାଦେବଙ୍କ ପର୍ବ ଜାଗରରେ ବି ଦୀପର ମହତ୍ତ୍ୱ ରହିଛି। ଏହି ପର୍ବରେ ଏକ ମହାଦୀପ ଜଳାଯାଇଥାଏ, ଯାହାର ଆକାର ବେଶ୍‌ ବଡ଼ ଥାଏ। ତେବେ ଆସାମର ଗୌହାଟିରେ ଛୋଟି ଦୀଓ୍ବାଲି ବା ନରକ ଚତୁର୍ଦ୍ଦଶୀ ଦିନ ଜଳାଯାଇଥିଲା ଏକ ବିଶାଳକାୟ ଦୀପ। ଯାହା ଏତେ ବଡ ଥିଲା ଯେ, ପୃଥିବୀର ସବୁଠାରୁ ବଡ଼ ଦୀପଭାବେ ରେକର୍ଡ କରିଥିଲା। ଦୀପର ବ୍ୟାସ ୮ ଫୁଟ୍‌ ଥିବାବେଳେ ଉଚ୍ଚତା ୨.୫ ଫୁଟ୍‌ ଥିଲା। ଏଥିରେ ୮୦୦ ଲିଟର ତେଲ ରହୁଥିଲା। ଆସାମର ଗଭର୍ନର ଜଗଦୀଶ ମୁଖୀ ସେହି ଦୀପକୁ ପ୍ରଜ୍ୱଳନ କରିଥିଲେ।

Share