ବୃହତ୍‌ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…

ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ ଦିଆଯାଇଛି। ଭାସମାନ ରେଷ୍ଟୁରାଣ୍ଟର ମୂଳ କମ୍ପାନୀ ଏକ ନୂତନ ମାଲିକ ଖୋଜି ପାଇଲା ନାହିଁ ଏବଂ କରୋନା କଟକଣା ପରେ ଭାସମାନ ରେଷ୍ଟୁରାଣ୍ଟର କାରବାରକୁ ଜାରି ରଖିବା ପାଇଁ ଅର୍ଥର ଅଭାବ ରହିଲା।

ଆବର୍ଡେନ ହାରବର୍‌ ଉପରେ ଏକ ଚାଇନାର ସାମ୍ରାଜ୍ୟ ପ୍ରାସାଦ ପରି ଡିଜାଇନ ହୋଇଥିବା ବିଶାଳ ଭାସମାନ ରେଷ୍ଟୁରାଣ୍ଟ ଏହାର କ୍ୟାଣ୍ଟୋନ ରୋଷେଇ ଏବଂ ସାମୁଦ୍ରିକ ଖାଦ୍ୟ ପାଇଁ ଜଣାଶୁଣା ଥିଲା। ୧୯୭୬ ରେ ପ୍ରତିଷ୍ଠା ହେବା ପରଠାରୁ ଏହା ୩୦ ମିଲିୟନରୁ ଅଧିକ ଅତିଥିଙ୍କୁ ଆପ୍ୟାୟିତ କରିଥିଲା ।

କରୋନା ମହାମାରୀ ଯୋଗୁ ଏହି ଜୁମ୍ବୋ ଫ୍ଲୋଟିଂ ରେଷ୍ଟୁରାଣ୍ଟ ୨୦୨୦ରେ ବନ୍ଦ ହେବାକୁ ବାଧ୍ୟ ହୋଇଥିଲା ଏବଂ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ପ୍ୟାରେଣ୍ଟ କମ୍ପାନୀ ଆବର୍ଡିନ ରେଷ୍ଟୁରାଣ୍ଟ ଏଣ୍ଟରପ୍ରାଇଜେସ କହିଛି ଯେ ରେଷ୍ଟୁରାଣ୍ଟ କାର୍ଯ୍ୟ କରୁ ନ ଥିଲେ ମଧ୍ୟ ପ୍ରତିବର୍ଷ ଫ୍ଲୋଟିଂ ରେଷ୍ଟୁରାଣ୍ଟର ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ହଂକଂ ଡଲାର ଖର୍ଚ୍ଚ ହୋଇଥିବାରୁ ଏହା ଅଂଶୀଦାରମାନଙ୍କ ପାଇଁ ଏକ ଆର୍ଥିକ ବୋଝ ପଡ଼ିଥିଲା।

 

କମ୍ପାନୀ କହିଛି ଯେ ଜୁମ୍ବୋ ଫ୍ଲୋଟିଂ ରେଷ୍ଟୁରାଣ୍ଟ ଶୀଘ୍ର ବ୍ୟବସାୟ ଆରମ୍ଭ କରିପାରିବ ବୋଲି ଆମର ଆଶା ନାର୍ହି। ରେଷ୍ଟୁରାଣ୍ଟ ଅପରେଟିଂ ଖର୍ଚ୍ଚ ବଢ଼ିବାରେ ଲାଗିଛି ବୋଲି କମ୍ପାନୀ କହିଛି। ଟଗବୋଟଗୁଡିକ ମଙ୍ଗଳବାର ରେଷ୍ଟୁରାଣ୍ଟକୁ ଟାଣି ନେଇଛି। କିନ୍ତୁ ଏହା କେଉଁଠାରେ ଅବସ୍ଥାନ କରିବ ହେବ ତାହା ସ୍ପଷ୍ଟ ହୋଇନାହିଁ। କମ୍ପାନୀ ଏହାକୁ ଏକ କମ୍‌ ମୂଲ୍ୟର ସାଇଟକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛି ଯେଉଁଠାରେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଇପାରିବ । ଆଇକନିକ ଲ୍ୟାଣ୍ଡମାର୍କ ସଂରକ୍ଷଣ ପାଇଁ ଆହ୍ବାନ ସତ୍ତ୍ୱେ ହଂକଂ ନେତା କାରୀ ଲାମ ରେଷ୍ଟୁରାଣ୍ଟକୁ ବେଲ୍‌ ଆଉଟ୍‌ ଦେବା ଲାଗି ଆଗତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଲାମ ଗତ ମାସରେ କହିଥିଲେ ଯେ ରେଷ୍ଟୁରାଣ୍ଟକୁ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ସତ୍ତ୍ୱେ ସରକାର ଏହି ପରିସର ଚଳାଇବାକୁ ଆର୍ଥିକ ଦୃଷ୍ଟିରୁ ଭଲ ସ୍ଥିତିରେ ନ ଥିବାରୁ ଟିକସଦାତାଙ୍କ ଟଙ୍କା ରେଷ୍ଟୁରାଣ୍ଟରେ ବିନିଯୋଗ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri