Posted inଜାତୀୟ

ବେଆଇନ ଗଛକଟାରୁ ଭୂସ୍ଖଳନ, ବନ୍ୟା: କେନ୍ଦ୍ର, ପ୍ରଭାବିତ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୯(ପି.ଟି.):ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ। ଅବାଧରେ ଗଛକଟା ଜାରି ରହିଥିବାରୁ ଏଭଳି ବିପର୍ଯ୍ୟୟ ଆସିଥିବା କହି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଓ ପ୍ରଭାବିତ ରାଜ୍ୟଗୁଡ଼ିକ ଜବାବ ମାଗିଛନ୍ତି।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍‌. ଗବଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ପଞ୍ଜାବ ସରକାରଙ୍କୁ ଏନେଇ ନୋଟିସ ଜାରି କରିଛନ୍ତି। ସିଜେଆଇ ଗବଇ କହିଛନ୍ତି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ଆମେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ଦେଖିଛୁ। ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ବହୁ ସଂଖ୍ୟକ ଗଛ କଟାଯାଇଛି। ପ୍ରଥମ ଦୃଷ୍ଟିରୁ ଦେଖିଲେ ଏହା ବେଆଇନ ଗଛକଟା ବୋଲି ଜାଣିହେଉଛି।
ଆବେଦନକାରୀ ଅନାମିକା ରାଣାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆକାଶ ବଶିଷ୍ଠ ଓ ଶୁଭମ୍‌ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ନୋଟିସ ତଥା ପିଟିଶନ୍‌ କପି ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟ ଏକ ମାମଲାରେ କୋର୍ଟରୁମ୍‌ରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସିଜେଆଇ କହିଛନ୍ତି, ବନ୍ୟା ଓ ଭୂସ୍ଖଳନର ଗମ୍ଭୀର ସ୍ଥିତିକୁ ଅନୁଧ୍ୟାନ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିଶ୍ଚିତ କରନ୍ତୁ। ଏହା ଏକ ଗମ୍ଭୀର ପ୍ରସଙ୍ଗ। ବହୁ ସଂଖ୍ୟକ ଗଛକୁ ବେଆଇନ ଭାବେ କଟାଯାଉଛି। ପଞ୍ଜାବର ଚିତ୍ର ଦେଖିଲେ ଚାରିଆଡ଼େ ବନ୍ୟାଜଳରେ ଚାଷଜମି ଓ ଫସଲ ବୁଡ଼ିଯାଇଛି। ବିକାଶକୁ ପ୍ରତିକାର ପଦକ୍ଷେପ ସହ ସନ୍ତୁଳିତ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି। ମେହେଟ୍ଟା କହିଛନ୍ତି, ପ୍ରକୃତି ଉପରେ ଆମେ ଏତେ ହସ୍ତକ୍ଷେପ କରିଛୁ ଯେ, ପ୍ରକୃତି ଏବେ ନିଜ କୋପ ଦେଖାଇବା ଆରମ୍ଭ କରିଛି। ଏନେଇ ସେ ପରିବେଶ ମନ୍ତ୍ରଣାଳୟ ସଚିବଙ୍କ ସହ ଆଲୋଚନା କରିବେ। ପରିବେଶ ମନ୍ତ୍ରଣାଳୟ ସଚିବ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ସହ କଥାହେବେ। ଏଭଳି ସ୍ଥିତି ବଜାୟ ରହିବାକୁ ଦିଆଯାଇପାରିବ ନାହିଁ। ଏହା ଶୁଣିବା ପରେ ଆବେଦନକାରୀଙ୍କ ଓକିଲ କହିଥିଲେ, ଟନେଲଗୁଡ଼ିକରେ ଲୋକେ ଫସିରହି ମୃତ୍ୟୁ ସ୍ଥିତିର ନିକଟତର ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ସିଜେଆଇ କହିଥିଲେ, ଏହି ପ୍ରସଙ୍ଗର ଗମ୍ଭୀରତାକୁ ସେ ଦେଖିଛନ୍ତି। ୨ ସପ୍ତାହ ପରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।
ଉଲ୍ଲେଖଯୋଗ୍ୟ, ଭୂସ୍ଖଳନ ଓ ବନ୍ୟାର କାରଣ ଖୋଜିବା ସହ ଏଭଳି ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ସକାଶେ କାର୍ଯ୍ୟ ଯୋଜନା ପ୍ରସ୍ତୁତି ସାଙ୍ଗକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଉ ବୋଲି ଆଇନଜୀବୀ ଆକାଶ ବଶିଷ୍ଠଙ୍କ ଜରିଆରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବିପର୍ଯ୍ୟୟ କର୍ତ୍ତୃପକ୍ଷ ଥିବା ସତ୍ତ୍ୱେ ସେମାନେ ଏଭଳି ବିପର୍ଯ୍ୟୟଜନିତ କ୍ଷୟକ୍ଷତି ରୋକିବା ପାଇଁ କୌଣସି ଯୋଜନା କରି ନ ଥିବା ସେ ଉକ୍ତ ପିଟିଶନରେ ଦର୍ଶାଇଛନ୍ତି। ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନଧାରଣ ଅଧିକାରକୁ ସୁନିଶ୍ଚିତ କରି ହିମାଳୟ ପାଦଦେଶରେ ଅବସ୍ଥିତ ରାଜ୍ୟଗୁଡ଼ିକର ବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଥିରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri