Posted inଜାତୀୟ

ବେଆଇନ ଗଛକଟାରୁ ଭୂସ୍ଖଳନ, ବନ୍ୟା: କେନ୍ଦ୍ର, ପ୍ରଭାବିତ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୯(ପି.ଟି.):ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ। ଅବାଧରେ ଗଛକଟା ଜାରି ରହିଥିବାରୁ ଏଭଳି ବିପର୍ଯ୍ୟୟ ଆସିଥିବା କହି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଓ ପ୍ରଭାବିତ ରାଜ୍ୟଗୁଡ଼ିକ ଜବାବ ମାଗିଛନ୍ତି।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍‌. ଗବଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ପଞ୍ଜାବ ସରକାରଙ୍କୁ ଏନେଇ ନୋଟିସ ଜାରି କରିଛନ୍ତି। ସିଜେଆଇ ଗବଇ କହିଛନ୍ତି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ଆମେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ଦେଖିଛୁ। ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ବହୁ ସଂଖ୍ୟକ ଗଛ କଟାଯାଇଛି। ପ୍ରଥମ ଦୃଷ୍ଟିରୁ ଦେଖିଲେ ଏହା ବେଆଇନ ଗଛକଟା ବୋଲି ଜାଣିହେଉଛି।
ଆବେଦନକାରୀ ଅନାମିକା ରାଣାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆକାଶ ବଶିଷ୍ଠ ଓ ଶୁଭମ୍‌ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ନୋଟିସ ତଥା ପିଟିଶନ୍‌ କପି ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟ ଏକ ମାମଲାରେ କୋର୍ଟରୁମ୍‌ରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସିଜେଆଇ କହିଛନ୍ତି, ବନ୍ୟା ଓ ଭୂସ୍ଖଳନର ଗମ୍ଭୀର ସ୍ଥିତିକୁ ଅନୁଧ୍ୟାନ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିଶ୍ଚିତ କରନ୍ତୁ। ଏହା ଏକ ଗମ୍ଭୀର ପ୍ରସଙ୍ଗ। ବହୁ ସଂଖ୍ୟକ ଗଛକୁ ବେଆଇନ ଭାବେ କଟାଯାଉଛି। ପଞ୍ଜାବର ଚିତ୍ର ଦେଖିଲେ ଚାରିଆଡ଼େ ବନ୍ୟାଜଳରେ ଚାଷଜମି ଓ ଫସଲ ବୁଡ଼ିଯାଇଛି। ବିକାଶକୁ ପ୍ରତିକାର ପଦକ୍ଷେପ ସହ ସନ୍ତୁଳିତ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି। ମେହେଟ୍ଟା କହିଛନ୍ତି, ପ୍ରକୃତି ଉପରେ ଆମେ ଏତେ ହସ୍ତକ୍ଷେପ କରିଛୁ ଯେ, ପ୍ରକୃତି ଏବେ ନିଜ କୋପ ଦେଖାଇବା ଆରମ୍ଭ କରିଛି। ଏନେଇ ସେ ପରିବେଶ ମନ୍ତ୍ରଣାଳୟ ସଚିବଙ୍କ ସହ ଆଲୋଚନା କରିବେ। ପରିବେଶ ମନ୍ତ୍ରଣାଳୟ ସଚିବ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ସହ କଥାହେବେ। ଏଭଳି ସ୍ଥିତି ବଜାୟ ରହିବାକୁ ଦିଆଯାଇପାରିବ ନାହିଁ। ଏହା ଶୁଣିବା ପରେ ଆବେଦନକାରୀଙ୍କ ଓକିଲ କହିଥିଲେ, ଟନେଲଗୁଡ଼ିକରେ ଲୋକେ ଫସିରହି ମୃତ୍ୟୁ ସ୍ଥିତିର ନିକଟତର ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ସିଜେଆଇ କହିଥିଲେ, ଏହି ପ୍ରସଙ୍ଗର ଗମ୍ଭୀରତାକୁ ସେ ଦେଖିଛନ୍ତି। ୨ ସପ୍ତାହ ପରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।
ଉଲ୍ଲେଖଯୋଗ୍ୟ, ଭୂସ୍ଖଳନ ଓ ବନ୍ୟାର କାରଣ ଖୋଜିବା ସହ ଏଭଳି ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ସକାଶେ କାର୍ଯ୍ୟ ଯୋଜନା ପ୍ରସ୍ତୁତି ସାଙ୍ଗକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଉ ବୋଲି ଆଇନଜୀବୀ ଆକାଶ ବଶିଷ୍ଠଙ୍କ ଜରିଆରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବିପର୍ଯ୍ୟୟ କର୍ତ୍ତୃପକ୍ଷ ଥିବା ସତ୍ତ୍ୱେ ସେମାନେ ଏଭଳି ବିପର୍ଯ୍ୟୟଜନିତ କ୍ଷୟକ୍ଷତି ରୋକିବା ପାଇଁ କୌଣସି ଯୋଜନା କରି ନ ଥିବା ସେ ଉକ୍ତ ପିଟିଶନରେ ଦର୍ଶାଇଛନ୍ତି। ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନଧାରଣ ଅଧିକାରକୁ ସୁନିଶ୍ଚିତ କରି ହିମାଳୟ ପାଦଦେଶରେ ଅବସ୍ଥିତ ରାଜ୍ୟଗୁଡ଼ିକର ବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଥିରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri