ନୂଆପଲ୍ଲୀରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ୍‌

ଆର୍‌.ଉଦୟଗିରି,୧୨ା୭(ଡି.ଏନ୍‌.ଏ.): କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ଧସିବା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି।
ତେବେ ଏଥିରେ କୌଣସି ଜୀବନ ନଷ୍ଟ ହୋଇ ନ ଥିବା ବେଳେ ୫ଟି ବାଇକ୍‌ ମାଟି ତଳେ ପୋତି ହୋଇଯାଇଛି। ଆର. ଉଦୟଗିରି ପୋଲିସ, ନୂଆଗଡ଼ ତହସିଲଦାର ଲାବନେନ୍ଦୁ ମହାନ୍ତି ଏବଂ ବ୍ଲକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ତହସିଲଦାର ସୂଚନା ଦେଇଛନ୍ତି।