Posted inଖେଳ

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି । ରବିବାର ୟାସ୍ ମାରିନା ସର୍କିଟ୍‌ରେ ଅନୁଷ୍ଠିତ ମୋଟ ୨୦୨୫ ସିଜିନ୍ ର ଶେଷ ରେସ୍ (ଆବୁଧାବି ଗ୍ରାଣ୍ଡ ପ୍ରିକ୍ସ)ରେ ସେ ତୃତୀୟ ସ୍ଥାନରେ ରହି ମଧ୍ୟ ଡ୍ରାଇଭର୍ସ ଚାମ୍ପିଅନସିପ୍ ଟାଇଟଲ ହାସଲ କରିଛନ୍ତି ।

ଲାଣ୍ଡୋ ନରିସ୍ ପୂର୍ବରୁ ୧୨ ପଏଣ୍ଟରେ ଆଗୁଆ ଥିଲେ । ଏହି ରେସ୍‌ରେ ସେ ତୃତୀୟ ସ୍ଥାନରେ ରହି ଚାମ୍ପିଅନ୍ ହୋଇଛନ୍ତି । ନରିସ୍ ହେଉଛନ୍ତି F1 ବିଶ୍ୱ ଟାଇଟଲ୍ ଜିତିଥିବା ୩୫ତମ ଡ୍ରାଇଭର୍ ।ଏହା ହେଉଛି ୨୦୦୮ରେ ଲୁଇସ୍ ହାମିଲଟନ୍‌ଙ୍କ ପରେ ମ୍ୟାକ୍‌ଲାରେନ୍‌ ପାଇଁ ପ୍ରଥମ ଡ୍ରାଇଭର୍ସ ଚାମ୍ପିଅନସିପ୍ ଟାଇଟଲ୍ ।

ମାକ୍ସ ଭର୍ଷ୍ଟାପେନ୍ ରେସ୍‌ ଜିତିଥିଲେ ମଧ୍ୟ ଚାମ୍ପିଅନସିପ୍ ଷ୍ଟାଣ୍ଡିଂରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନରିସ୍‌ଙ୍କ ଟିମ୍‌ମେଟ୍ ଅସ୍କାର ପିଆଷ୍ଟ୍ରି ରେସ୍‌ରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚାମ୍ପିଅନସିପ୍ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ମ୍ୟାକ୍‌ଲାରେନ୍ ୨୦୦୮ ପରେ ପ୍ରଥମ ଥର ପାଇଁ ଡ୍ରାଇଭର୍ସ ଟାଇଟଲ୍ ଜିତି ଏହାର ୧୭ ବର୍ଷର ଅପେକ୍ଷା ଶେଷ କରିଛି । ଦଳ ପୂର୍ବରୁ କନ୍‌ଷ୍ଟ୍ରକ୍ଟର୍ସ ଟାଇଟଲ୍ ଜିତିସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଏଥର ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା ହୋଇପାରେ, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୨୮।୧: କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, କରଦାତାଙ୍କଠାରୁ ଆରମ୍ଭ କରି ଭାରତର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଶା ଅଧିକ ରହିଛି। କରଦାତା, ବିଶେଷକରି…

ପୂର୍ବତନ ଭାରତୀୟ କ୍ରିକେଟର ଗିରଫ: ମଦ୍ୟପାନ କରି ୩ଟି ଗାଡିକୁ ଧକ୍କା ଦେବା ଅଭିଯୋଗରେ…

ନୂଆଦିଲ୍ଲୀ,୨୮।୧: ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୋଲିସ ଗିରଫ କରିଛି। ମଦ୍ୟପାନ କରି ଗାଡ଼ି ଚଲାଇବା ଏବଂ ଅନ୍ୟ ତିନୋଟି ଗାଡ଼ିକୁ ଧକ୍କା ଦେବା ଅଭିଯୋଗରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri