Posted inଖେଳ

ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର

ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା କୋର୍ଟକୁ ଯିବା ପର୍ଯ୍ୟନ୍ତ ମଧ୍‌ୟ କଥା ଯାଇଥାଏ। ଭାରତରେ ମଡେଲ ଟେନିସି ଆକ୍ଟ (ଟେନିସି ଆକ୍ଟ), ୨୦୨୧, ଉଭୟ ଘର ମାଲିକ ଏବଂ ଭଡାଟିଆଙ୍କ ସ୍ବାର୍ଥ ରକ୍ଷା କରେ। ଏଥିରେ ଭଡାଟିଆଙ୍କୁ କିଛି ଅଧିକାର ଦିଆଯାଇଛି। ଏହି ଆଇନର ଉଦ୍ଦେଶ୍ୟ ହେଉଛି ଉଭୟ ପକ୍ଷର ଅଧିକାର ଏବଂ ଦାୟିତ୍ୱକୁ ସନ୍ତୁଳିତ କରିବା ଏବଂ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା। ଏହି ନିୟମ ଅନୁଯାୟୀ ଭଡାଟିଆ କେଉଁ ଅଧିକାର ପାଇଛନ୍ତି, ଯାହା ବ୍ୟବହାର କରି ସେ ତାଙ୍କ ସ୍ବାର୍ଥ ରକ୍ଷା କରିପାରିବେ।
ପ୍ରତ୍ୟେକ ଭଡାଟିଆଙ୍କର ଶାନ୍ତିପୂର୍ଣ୍ଣ ଭାବରେ ଘରେ ରହିବାର ଅଧିକାର ଅଛି। ଏହି ମସୟରେ ଘର ମାଲିକ କୌଣସି ପୂର୍ବ ସୂଚନା ବିନା ଘରକୁ ଆସିପାରିବେ ନାହିଁ। ଘର ମାଲିକ ନିର୍ଦ୍ଧାରିତ ସମୟରେ କେବଳ ଭଟାଥିବା ଲୋକଙ୍କ ସହମତି ପରେ ପରିଦର୍ଶନ କରିପାରିବେ। ଘର କିମ୍ବା ଦୋକାନ ଖାଲି କରିବା ପରେ ସେମାନେ ଶେଷରେ ସୁରକ୍ଷା ଜମା ଫେରସ୍ତ ପାଇବାକୁ ହକଦାର। ଘର ମାଲିକ ଏହାକୁ ଦେବାରେ ଦ୍ୱିଧା କରିପାରିବେ ନାହିଁ।
ଅଯୌକ୍ତିକ ଭଡା ବୃଦ୍ଧି ନେଇ ଭଡ଼ାଟିଆ ଘର ମାଲିକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିପାରନ୍ତି। ନିୟମ ଅନୁଯାୟୀ, ଘର ମାଲିକଙ୍କୁ ଭଡା ବୃଦ୍ଧି ପୂର୍ବରୁ ଆଲୋଚନା ଏବଂ ସୂଚନା ଦେବାକୁ ପଡ଼ିବ।
ଘର ମାଲିକଙ୍କୁ ଆବଶ୍ୟକ ନୋଟିସ ଦେଇ ଭଡାଟିଆ ତାଙ୍କ ଲିଜ କିମ୍ବା ଭଡା ଚୁକ୍ତି ବନ୍ଦ କରିପାରେ। ଜାତି, ଧର୍ମ, ଲିଙ୍ଗ, ବୈବାହିକ ସ୍ଥିତି କିମ୍ବା ଖାଦ୍ୟ ଅଭ୍ୟାସ ଆଧାରରେ ଘରି ମାଲିକମାନେ ସେମାନଙ୍କୁ ଭେଦଭାବ କରିପାରିବେ ନାହିଁ।
ଘର ମାଲିକମାନେ କୌଣସି ପରିସ୍ଥିତିରେ ବିଦ୍ୟୁତ୍‌ ଏବଂ ପାଣି ଭଳି ଅତ୍ୟାବଶ୍ୟକ ସେବାକୁ କାଟି ପାରିବେ ନାହିଁ । ପ୍ରାୟତଃ ,, ଭଡା ବିଳମ୍ବ ହେତୁ ଘର ମାଲିକମାନେ ଭଡାଟିଆଙ୍କ ସହିତ ଏପରି ବ୍ୟବହାର କରିବା ଆରମ୍ଭ କରନ୍ତି ଯାହା ସମ୍ପୂର୍ଣ୍ଣ ଅନ୍ୟାୟ ଅଟେ। ଯଦି ବଡାରେ ରହୁଥିବା ଲୋକମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କୁ ହଇରାଣ କରାଯାଉଛି, ସେମାନେ ଅଭିଯୋଗ କରିପାରିବେ।
ଯଦି ଭଡାରେ ଥିବା ବ୍ୟକ୍ତି କୌଣସି ବଡ଼ ସମସ୍ୟା କିମ୍ବା ବିପଦର ସମ୍ମୁଖୀନ ହୁଏ ତେବେ ସେ ଭଡା ବନ୍ଦ କରିପାରିବେ । ଅବଶ୍ୟ, ଏଥିପାଇଁ ଭଡାଟିଆଙ୍କୁ ଏକ ବୈଧ କାରଣ ଦେବାକୁ ପଡିବ ଏବଂ ଜମି ମାଲିକଙ୍କ ସହ ଆଲୋଚନା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri