ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ ମୃତ ବ୍ୟକ୍ତିଙ୍କ ଜମି ବିକ୍ରି ହୋଇଥିବା ଘଟଣା ଏବେ ପଦାକୁ ଆସିଛି। ମୃତ ପରିବାର ଲୋକଙ୍କ ଉତ୍ତରାଧିକାରୀମାନେ ଏ ସମ୍ପର୍କରେ ଖବର ପାଇବା ପରେ ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମେତ ସୋରଡା ତହସିଲଦାର ଓ ସୋରଡା ଥାନାରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ଏହାକୁ ଗୁରତର ସହ ନେଇ ସୋରଡା ପୋଲିସ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ସୋରଡା ତହସିଲ ଅନ୍ତର୍ଗତ ପିପଳପଙ୍କା ମୌଜାରେ ସୋରଡା ପାଇକ ସାହିର ଆଜକୁ ୩୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମୋହନ ଚାନ୍ଦ ଗୌଡ, ଗୋବିନ୍ଦ ଗୌଡ, ରଘୁନାଥ ଗୌଡ, ସହଦେବ ଗୌଡ, ସୋମନାଥ ଗୌଡଙ୍କ ନାମରେ ଉକ୍ତ ମୌଜା ଖାତା ନମ୍ବର ୮୭ରେ ପ୍ରାୟ ୨୦ ଭରଣ ଜମି ରହିଛି। ଏହି ସବୁ ଜମିକୁ ହଡପ ପାଇଁ ଏହି ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମର ଜଣେ ବ୍ୟକ୍ତି ନିଜ ଜନସେବା କେନ୍ଦ୍ର ମାଧ୍ୟମରେ ଯୋଜନା କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ବେନାମୀ ଲୋକଙ୍କ ଫୋଟ ଲଗାଇ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ନକଲି ଆଧାର କାର୍ଡ ପ୍ରସ୍ତୁତ କରିବା ପରେ ସେହି ସମୟରେ ଥିବା ରାଜସ୍ବ ନିରୀକ୍ଷକଙ୍କୁ ଉକ୍ତ ଜମିର ନକ୍ସା ପ୍ରସୂତ ପାଇଁ କହିଥିଲେ। ରାଜସ୍ବ ନିରୀକ୍ଷକ ଉକ୍ତ ଜାଗାକୁ ନ ଯାଇ ଜାଗାର ନକ୍ସା ପ୍ରସ୍ତୁତ କରିଥିବା ଅଭିଯୋଗ ହେଇଛି। ସମସ୍ତ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଗତ ୧୯ା୩ା୨୬ରେ ସୋରଡା ଉପନିବନ୍ଧଙ୍କ କାର୍ଯ୍ୟାଳୟରେ ଦଲିଲ ପ୍ରସ୍ତୁତ କରାଯିବା ସହ ମୃତ ବ୍ୟକ୍ତିଙ୍କ ନାମରେ ଜୀବିତ ବ୍ୟକ୍ତିଙ୍କୁ ଠିଆ କରି ଦସ୍ତଖତ ନିଆଯିବା ସହ ଏହି ନକଲି ଦଲିଲ ପ୍ରସ୍ତୁତ କରାଯିବା ସହ ଦୁଇ ଜଣଙ୍କୁ ସାକ୍ଷୀ ରୂପେ ମଧ୍ୟ ଉପସ୍ଥିତ କରାଯାଇ ୧୦୬୯୨୬୦୦୨୮୪ ପ୍ରକାରେ ଦଲିଲ ପଞ୍ଜୀକୃତ କରାଯାଇଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ମୃତ ବ୍ୟକ୍ତି ସୋମନାଥ ଗୌଡଙ୍କ ପୁଅ ଗୋପୀନାଥ ଗୌଡ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ମୃତ ବ୍ୟକ୍ତିମାନଙ୍କ ଉତ୍ତରାଧିକାରୀ ମାନେ ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କର କରିଥିଲେ। ପରେ ଉପନିବନ୍ଧକ ପତ୍ର ସଂଖ୍ୟା ୩୯୩/ ତାରିଖ ୩୦ା୩ା୨୦୨୬ରେ ସୋରଡା ଥାନାରେ ଏହାର ତଦନ୍ତ କରି ଏଥିରେ ସମ୍ପୃକ୍ତ କ୍ରେତା ବିକ୍ରେତା ଓ ସାକ୍ଷୀମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri