ମାଲିକଙ୍କ ଅଜାଣତରେ ଜମି ବିକ୍ରି ଉଦ୍ୟମ

ସମ୍ବଲପୁର,୨୪ା୮(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ମାଲିକ ଅଜାଣତରେ ହେଉଥିଲା ଜମି ବିକ୍ରି। ଦଲାଲମାନେ ନକଲି ଦସ୍ତାବିଜ ତିଆରି କରି ଜମି କିଣାବିକା କରୁଥିଲେ। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବୁର୍ଲା ଥାନା ମାଝିପାଲି ଗ୍ରାମର ଚନ୍ଦ୍ରଶେଖର ବିଶ୍ୱାଳ (୩୦) ଓ କ୍ଷେତରାଜପୁର ଥାନା ନୂଆପଡ଼ାର ଟେଙ୍ଗୁନୁ ହରିପାଲ (୩୫)। ଅଭିଯୁକ୍ତଙ୍କ ନିକଟରୁ ବୁର୍ଲା ସହର ମ୍ୟାପ୍‌, ନକଲି ଚୁକ୍ତିନାମା, ଆଧାର କାର୍ଡ ଭଳି କାଗଜପତ୍ର ସହ ୬ ଲକ୍ଷ ୪୦ ହଜାର ଟଙ୍କା ଜବତ କରାଯାଇଛି। ଏଥିରେ ଏକ ର଼୍ୟାକେଟ କାମ କରୁଥିବାରୁ ଆଗକୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବୁଧବାର ଏସ୍‌ପି ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି। ସୂଚନା ଅନୁସାରେ, ଅନୁଗୋଳ ଜିଲା ଖମାର ଗ୍ରାମର ସୂର୍ଯ୍ୟକାନ୍ତ ନାଏକ ବୁର୍ଲା ମୌଜାରେ ୧ ଏକର ୬୫ ଡେସିମିଲ ଜମି ଅଭିଯୁକ୍ତଙ୍କ ଜରିଆରେ କିଣିଥିଲେ। ଏଥିପାଇଁ ସେ ୨ ଲକ୍ଷ ନଗଦ ଓ ୨୮ ଲକ୍ଷ ଟଙ୍କା ଚେକ୍‌ ଆକାରରେ ଦେଇଥିଲେ। ଏହି ଜମି ମୋଟ ୨ କୋଟି ୧୮ ଲକ୍ଷ ୫୯ ହଜାର ଟଙ୍କାରେ ବିକ୍ରି ପାଇଁ ଚୂଡାନ୍ତ ହୋଇଥିଲା। ଗତ ଫେବୃୟାରୀ ମାସରେ ଅଭିଯୁକ୍ତମାନେ ଅଗ୍ରିମ ଟଙ୍କା ନେଇଥିଲେ ମଧ୍ୟ ଜମି ଦେଉ ନ ଥିଲେ। ଜମି ସମତଳ କରିବା ସମୟରେ ପ୍ରକୃତ ମାଲିକ ପୁରନ୍ଦର ରଣା, ନର ରଣା, ହିରନ୍ମୟ ରଣା, ହରିହର ରଣା ବିରୋଧ କରିଥିଲେ। ଏହି ସମୟରେ ସୂର୍ଯ୍ୟକାନ୍ତ ଠକେଇର ଶିକାର ହୋଇଥିବା ଜାଣିଥିଲେ। ପରେ ସେ ଗତ ୨୧ ତାରିଖରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ସବୁ ରେକର୍ଡପତ୍ର ଯାଞ୍ଚ କରିବା ପରେ ପୋଲିସ ଟିମ୍‌ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ବ୍ୟାଙ୍କ ଜମା ଖାତା ଫ୍ରିଜ୍‌ କରାଯାଇଛି। ଅଗ୍ରିମ ନେଇଥିବା ୩୦ ଲକ୍ଷରୁ ୮ ଲକ୍ଷ ବାକି ରହିଥିଲା, ଯାହାକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri