୧୪ ଦିନ ହେଲା ବନ୍ଦ ରହିଛି ଜମି ରେଜିଷ୍ଟ୍ରେଶନ

ରାୟଗଡ଼ା,୧୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ୧୪ ଦିନ ହେଲା ଜମି ରେଜିଷ୍ଟ୍ରେଶନ ବନ୍ଦ ରହିଛି ।ରାୟଗଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣ ଲାଗି ଜମି ଅଧିଗ୍ରହଣ ଚାଲିଛି। ଏଭଳି ସ୍ଥିତିରେ ବଜାର ଦର ବଢ଼ାଇବା ପାଇଁ ଜମି କିଣାବିକା କରାଯାଉ ଥିବାରୁ ସେଥିରେ ରୋକ୍‌ ଲଗାଇବା ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ବନ୍ଦ ରହିଛି। ଜିଲାପାଳଙ୍କ ଅନୁମତି ପରେ ରେଜିଷ୍ଟ୍ରେଶନ କରାଯିବାକୁ ନିର୍ଦ୍ଦେଶ ରହିଛି। ଏପଟେ ଜମି କିଣାବିକା ହେଉ ନ ଥିବାରୁ ଲକ୍ଷାଧିକ ଟଙ୍କା ରାଜସ୍ବ ହାନି ହେଉଥିବା ବେଳେ ଜରୁରୀ ସମୟରେ ରେଜିଷ୍ଟ୍ରେଶନ କରି ନ ପାରି ଲୋକେ ହଇରାଣ ହେଉଛନ୍ତି।
ରାୟଗଡ଼ା ତହସିଲ କାର୍ଯ୍ୟାଳୟ ପରିସର ଜିଲା ଉପନିବନ୍ଧକ ଓ ବିବାହ ଅଧିକାରୀ କାର୍ଯ୍ୟାଳୟରେ ରାୟଗଡ଼ା, କୋଲନରା ଓ କଲ୍ୟାଣସିଂହପୁର ତହସିଲ ଅଞ୍ଚଳର ସମସ୍ତ ଜମି କିଣାବିକା, ଉପହାର ଓ ଦାନ ପାଇଁ ରେଜିଷ୍ଟ୍ରେଶନ ହୋଇଥାଏ । ବିଷମକଟକ ତହସିଲରେ ଥିବା ଉପନିବନ୍ଧକ କାର୍ଯ୍ୟାଳୟ ଠାରେ ବିଷମକଟକ ଓ ମୁନିଗୁଡ଼ା ଏବଂ କାଶୀପୁର ଠାରେ କାଶୀପୁର ତହସିଲ ଅଞ୍ଚଳର ଜମି ରେଜିଷ୍ଟ୍ରେଶନ କରାଯାଇଥାଏ। ଗତ ୨୮ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ବିଭାଗ ଚିଠି ନମ୍ବର ୪୫୭ରେ ରାୟଗଡ଼ା, କାଶୀପୁର ଓ ବିଷମକଟକ ଉପନିବନ୍ଧକ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରେଶନ ଜିଲାପାଳଙ୍କ ବିନା ଅନୁମତିରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଟିଟିଲାଗଡା-ବିଜୟନଗରମ ତୃତୀୟ ରେଳଧାରଣା ଓ କୋରାପୁଟ-ସିଙ୍ଗାପୁର ଦି୍ବତୀୟ ରେଳଧାରଣା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି। ରାୟଗଡା, କୋଲନରା, କାଶୀପୁର, ମୁନିଗୁଡା, ବିଷମକଟକ ଓ କଲ୍ୟାଣସିଂହପୁର ତହସିଲ ଅନ୍ତର୍ଗତ କେତେକ ଗ୍ରାମରେ ବଜାର ଦର ବୃଦ୍ଧି କରିବା ପାଇଁ ଜମି କିଣାବିକା ବଢିଛି; ଯାହାକି ରେଳ ଧାରଣା ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଜମିର ଦର ବୃଦ୍ଧି କରିବ। ତେଣୁ ଏହା ବନ୍ଦ କରିବା ପାଇଁ ଜିଲାପାଳଙ୍କ ଅନୁମତି ପତ୍ର ଦେଖିବା ପରେ ଜମି ରେଜିଷ୍ଟ୍ରେଶନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ କେବେ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ତାହା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇନାହିଁ । ଅନ୍ୟପକ୍ଷରେ କୌଣସି ଜଣେ ବି ବ୍ୟକ୍ତି ଏଯାବତ ଜିଲାପାଳଙ୍କ ନିକଟକୁ ଅନୁମତି ପତ୍ର ପାଇଁ ଯାଇନାହାନ୍ତି । ବର୍ତ୍ତମାନ ସମୟରେ ବିବାହ ଋତୁ ଚାଲିଥିବା କାରଣରୁ ଜମି କିଣା ବିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ତେବେ ଠିକ ସମୟରେ ବନ୍ଦ ପଡିବା ଯୋଗୁ ଅନେକ ଲୋକ ସମସ୍ୟା ଭୋଗୁଛନ୍ତି। ରେଳଧାରଣା ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଯାଉଥିବା ବେଳେ ସମସ୍ତ ତହସିଲ ଅଞ୍ଚଳରେ ଜମି ରେଜିଷ୍ଟ୍ରସନ ବନ୍ଦ କରାଯିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଯେଉଁ ଅଞ୍ଚଳରେ ରେଳଧାରଣା ନିର୍ମାଣ ହେବ ସେହି ଅଞ୍ଚଳକୁ ବାଦ ଦେଇ ଅନ୍ୟ ଅଞ୍ଚଳଗୁଡିକରେ ଜମି ରେଜିଷ୍ଟ୍ରେଶନ ପାଇଁ ଅନୁମତି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri