୧୪ ଦିନ ହେଲା ବନ୍ଦ ରହିଛି ଜମି ରେଜିଷ୍ଟ୍ରେଶନ

ରାୟଗଡ଼ା,୧୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ୧୪ ଦିନ ହେଲା ଜମି ରେଜିଷ୍ଟ୍ରେଶନ ବନ୍ଦ ରହିଛି ।ରାୟଗଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣ ଲାଗି ଜମି ଅଧିଗ୍ରହଣ ଚାଲିଛି। ଏଭଳି ସ୍ଥିତିରେ ବଜାର ଦର ବଢ଼ାଇବା ପାଇଁ ଜମି କିଣାବିକା କରାଯାଉ ଥିବାରୁ ସେଥିରେ ରୋକ୍‌ ଲଗାଇବା ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ବନ୍ଦ ରହିଛି। ଜିଲାପାଳଙ୍କ ଅନୁମତି ପରେ ରେଜିଷ୍ଟ୍ରେଶନ କରାଯିବାକୁ ନିର୍ଦ୍ଦେଶ ରହିଛି। ଏପଟେ ଜମି କିଣାବିକା ହେଉ ନ ଥିବାରୁ ଲକ୍ଷାଧିକ ଟଙ୍କା ରାଜସ୍ବ ହାନି ହେଉଥିବା ବେଳେ ଜରୁରୀ ସମୟରେ ରେଜିଷ୍ଟ୍ରେଶନ କରି ନ ପାରି ଲୋକେ ହଇରାଣ ହେଉଛନ୍ତି।
ରାୟଗଡ଼ା ତହସିଲ କାର୍ଯ୍ୟାଳୟ ପରିସର ଜିଲା ଉପନିବନ୍ଧକ ଓ ବିବାହ ଅଧିକାରୀ କାର୍ଯ୍ୟାଳୟରେ ରାୟଗଡ଼ା, କୋଲନରା ଓ କଲ୍ୟାଣସିଂହପୁର ତହସିଲ ଅଞ୍ଚଳର ସମସ୍ତ ଜମି କିଣାବିକା, ଉପହାର ଓ ଦାନ ପାଇଁ ରେଜିଷ୍ଟ୍ରେଶନ ହୋଇଥାଏ । ବିଷମକଟକ ତହସିଲରେ ଥିବା ଉପନିବନ୍ଧକ କାର୍ଯ୍ୟାଳୟ ଠାରେ ବିଷମକଟକ ଓ ମୁନିଗୁଡ଼ା ଏବଂ କାଶୀପୁର ଠାରେ କାଶୀପୁର ତହସିଲ ଅଞ୍ଚଳର ଜମି ରେଜିଷ୍ଟ୍ରେଶନ କରାଯାଇଥାଏ। ଗତ ୨୮ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ବିଭାଗ ଚିଠି ନମ୍ବର ୪୫୭ରେ ରାୟଗଡ଼ା, କାଶୀପୁର ଓ ବିଷମକଟକ ଉପନିବନ୍ଧକ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରେଶନ ଜିଲାପାଳଙ୍କ ବିନା ଅନୁମତିରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଟିଟିଲାଗଡା-ବିଜୟନଗରମ ତୃତୀୟ ରେଳଧାରଣା ଓ କୋରାପୁଟ-ସିଙ୍ଗାପୁର ଦି୍ବତୀୟ ରେଳଧାରଣା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି। ରାୟଗଡା, କୋଲନରା, କାଶୀପୁର, ମୁନିଗୁଡା, ବିଷମକଟକ ଓ କଲ୍ୟାଣସିଂହପୁର ତହସିଲ ଅନ୍ତର୍ଗତ କେତେକ ଗ୍ରାମରେ ବଜାର ଦର ବୃଦ୍ଧି କରିବା ପାଇଁ ଜମି କିଣାବିକା ବଢିଛି; ଯାହାକି ରେଳ ଧାରଣା ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଜମିର ଦର ବୃଦ୍ଧି କରିବ। ତେଣୁ ଏହା ବନ୍ଦ କରିବା ପାଇଁ ଜିଲାପାଳଙ୍କ ଅନୁମତି ପତ୍ର ଦେଖିବା ପରେ ଜମି ରେଜିଷ୍ଟ୍ରେଶନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ କେବେ ପର୍ଯ୍ୟନ୍ତ ଏହା ବନ୍ଦ ରହିବ ତାହା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇନାହିଁ । ଅନ୍ୟପକ୍ଷରେ କୌଣସି ଜଣେ ବି ବ୍ୟକ୍ତି ଏଯାବତ ଜିଲାପାଳଙ୍କ ନିକଟକୁ ଅନୁମତି ପତ୍ର ପାଇଁ ଯାଇନାହାନ୍ତି । ବର୍ତ୍ତମାନ ସମୟରେ ବିବାହ ଋତୁ ଚାଲିଥିବା କାରଣରୁ ଜମି କିଣା ବିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ତେବେ ଠିକ ସମୟରେ ବନ୍ଦ ପଡିବା ଯୋଗୁ ଅନେକ ଲୋକ ସମସ୍ୟା ଭୋଗୁଛନ୍ତି। ରେଳଧାରଣା ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଯାଉଥିବା ବେଳେ ସମସ୍ତ ତହସିଲ ଅଞ୍ଚଳରେ ଜମି ରେଜିଷ୍ଟ୍ରସନ ବନ୍ଦ କରାଯିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଯେଉଁ ଅଞ୍ଚଳରେ ରେଳଧାରଣା ନିର୍ମାଣ ହେବ ସେହି ଅଞ୍ଚଳକୁ ବାଦ ଦେଇ ଅନ୍ୟ ଅଞ୍ଚଳଗୁଡିକରେ ଜମି ରେଜିଷ୍ଟ୍ରେଶନ ପାଇଁ ଅନୁମତି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri