ଖଣି ଖନନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଝାରସୁଗୁଡ଼ା ଅଫିସ,୩୦ା୮: ନେଭେଲି ଲିଗଲାଇଟ୍‌ କର୍ପୋରେଶନ (ଏନ୍‌ଏଲ୍‌ସି)କୁ ଝାରସୁଗୁଡା ଜିଲା ମଲଦା ପଞ୍ଚାୟତରେ କୋଲ୍‌ବ୍ଲକ୍‌ ମଳିଥିବାବେଳେ ଏବେ କମ୍ପାନୀ ତରଫରୁ କୋଇଲା ଖଣି ଖନନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ପଞ୍ଚାୟତବାସୀ ବିରୋଧ କରିଆସୁଛନ୍ତି। ଏଥିରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ ଓ ଲୋକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ଜିଲା ପ୍ରଶାସନ ଆହ୍ବାନକ୍ରମେ ଉପଜିଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ମଲଦା ଗ୍ରାମରେ ସୋମବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ପ୍ରଶାସନ ତରଫରୁ ଉପଜିଲାପାଳ ପାଢୀ, ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ତହସିଲଦାର ବସନ୍ତ କୁମାର ହାତୀ ଓ ଏନ୍‌ଏଲ୍‌ସି କମ୍ପାନୀ ତରଫରୁ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେମନ୍ତ କୁମାର, ଜମି ଅଧିଗ୍ରହଣ ଅଧିକାରୀ ପି ମହେଶ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ସରପଞ୍ଚ ରିଙ୍କି ସିଂହ, ନରେନ୍ଦ୍ର ସିଂହ, ପ୍ରମୋଦ କୁମାର ସାହୁ, ପ୍ରଦୀପ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ କମ୍ପାନୀ ଜମି ଅଧିଗ୍ରହଣ ନେଇ ଉପଜିଲାପାଳ ପାଢୀ ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ କମ୍ପାନୀ କୋଲ୍‌ବିଅରିଂ(ସିବି) ଆକ୍ଟ ଜରିଆରେ ଜମି ଅଧିଗ୍ରହଣ କରିବା ପାଇଁ ଯାଉଛି। ଏହି ଆଇନ ଅନୁଯାୟୀ କମ୍ପାନୀ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବ। ଏହାକୁ ଗ୍ରାମବାସୀ ଅଗ୍ରାହ୍ୟକରି ୧୮ଦଫା ସମ୍ବଳିତ ଦାବିପତ୍ର ଉପଜିଲାପାଳ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ମଲଦା ଗ୍ରାମରେ ଅଧିକାଂଶ ଆଦିବାସୀ, ଦଳିତ ଶ୍ରେଣୀ ଲୋକେ ବାସବାସ କରୁଛନ୍ତି। ଏମାନଙ୍କ ମଧ୍ୟରେ ଭୂମିହୀନ, କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ରହିଛନ୍ତି। ଏଠାରେ କୋଇଲା ଖଣି ଖନନ ହେଲେ ଲୋକେ ଜୀବିକା ହରାଇବେ ା ଏଣୁ ଗ୍ରାମର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି ଓ ଥଇଥାନ ଆଦି ପ୍ରଦାନ, ପ୍ରତ୍ୟେକ ପରିବାରକୁ ମାଗଣାରେ ପାନୀୟଜଳ ଓ ବିଦ୍ୟୁତ୍‌ ଯୋଗାଣ, ପ୍ରତି ଏକର ଜମିର କ୍ଷତିପୂରଣ ମୂଲ୍ୟ ୧କୋଟି ଟଙ୍କା ପ୍ରଦାନ, ଚାକିରି ଅନାଗ୍ରହ ଲୋକଙ୍କୁ ୫୦ଲକ୍ଷ ଟଙ୍କା ଅର୍ଥତ୍କ ସହାୟତା ଦିଆଯାଉ। ଜିଲା ପ୍ରଶାସନ ବୈଠକ ଡକାଇ ଗ୍ରାମବାସୀଙ୍କ ଦାବି ସମୂହକୁ ବିଚାରକରି କମ୍ପାନୀ, ଗ୍ରାମବାସୀ ଓ ଜିଲା ପ୍ରଶାସନ ମଧ୍ୟରେ ଚୁକ୍ତି ସ୍ବାକ୍ଷର କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସବୁ ଦାବି ପୂରଣ ନ ହେଲେ ଗ୍ରାମବାସୀ ଖଣି ଖନନ କରିବାକୁ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri