Categories: କୋରାପୁଟ

ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

କୋରାପୁଟ,୩୦ା୧(ସ୍ବ.ପ୍ର.) କୋରାପୁଟସ୍ଥିତ ଜିଲାପାଳଙ୍କ ସଭା ଗୃହରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି) ଏ. ଅପାଙ୍ଗ ଆଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆର୍‌ଡିସି କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ଜିଲାର ବିଭିନ୍ନ ରାଜସ୍ବ ମାମଲାର ସମୀକ୍ଷା କରିଛନ୍ତି। ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଜିଲାପାଳ ଅବ୍‌ଦାଲ ଏମ୍‌. ଅଖତାର, କୋରାପୁଟ ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ମାଲକାନଗିରି ଅତିରିକ୍ତ ଜିଲାପାଳ ବିରେସନ ପ୍ରଧାନ, ରେଲୱେର ଭୁ ଅର୍ଜନ ଅଧିକାରୀ ଅମୁଲ୍ୟ ସାହୁ, କୋରାପୁଟ ତେଲେଙ୍ଗିରିର ଭୂ-ଅର୍ଜନ ଅଧିକାରୀ ଜନ୍ମେଜୟ ସ୍ବାଇଁ , କୋରାପୁଟ ଉପଜିଲାପଳ ଲଳିତ କୁମାର କହଁର, ଜୟପୁର ଉପଜିଲାପାଳ ଦେବବର ପ୍ରଧାନଙ୍କ ସମେତ ବହୁ ରାଜସ୍ବ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ବ ବିଭାଗର କାଯର୍‌ୟ ସବୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଶେଷ କରି ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନାଗିରି ରେଳପଥ ନିମନ୍ତେ ଜମି ନିମନ୍ତେ ରାଜସ୍ବ ବିଭାଗ ପକ୍ଷରୁ କାଯର୍‌ୟକୁ ଅଧିକ ତ୍ୱରାନ୍ବିତ କରିବା, ଭାରତମାଳା ଜାତୀୟ ରାଜପଥ ପ୍ରକଳ୍ପ ନିମନ୍ତେ ଜମି, ସରକାରୀ ଜମି ଜବରଦଖଲ, ମୁଟେସନ କେସ୍‌, ପଡାଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଆଦି ବିଭିନ୍ନ ରାଜସ୍ବ କାଯର୍‌ୟକୁ ତୁରନ୍ତ ଶେଷ କରିବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଥିଲେ।