Categories: ବାଣିଜ୍ୟ

ଲମ୍ୟାନ ପିଜି୩ର ସ୍ବତନ୍ତ୍ର ଗାର୍ମେଣ୍ଟ ଷ୍ଟୋର ଉଦ୍‌ଘାଟିତ

କଟକ,୨୬।୯: କେୱାଲ କିରନ କ୍ଲଥିଂ ଲିମିଟେଡ (କେକେସିଏଲ)ର ସ୍ବତନ୍ତ୍ର ବ୍ରାଣ୍ଡ ‘ଲମ୍ୟାନ ପିଜି୩ ଏବଂ ଇଣ୍ଟିଗ୍ରିଟି’ର ୫ମ ଏକ୍ସକ୍ଳୁସିଭ ଷ୍ଟୋର ସ୍ଥାନୀୟ ବଜ୍ରକବାଟୀ ରୋଡ୍‌ସ୍ଥିତ କ୍ରିଷ୍ଣା ଆକ୍ରେଡଠାରେ ଉଦ୍‌ଘାଟିତ ହୋଇଯାଇଛି। କେକେସିଏଲ୍‌ର ନ୍ୟାଶନାଲ ସେଲ୍‌ସ ମ୍ୟାନେଜର ହିମାଂଶୁ ପନ୍ଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଡେପୁଟି ମ୍ୟାନେଜର ତାପଶ ଚତୁର୍ବେଦୀଙ୍କ ସମେତ ମାଷ୍ଟର ଫ୍ରାଞ୍ଚାଇଜ୍‌ ଦୀପକ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅତ୍ୟାଧୁନିକ ୟୁଥ ବ୍ରାଣ୍ଡ ଭାବେ କେକେସିଏଲ୍‌ର ବ୍ରାଣ୍ଡ ବେଶ୍‌ ପରିଚିତ। ଏହାର ଗୁଣାତ୍ମକ ସାମଗ୍ରୀ ସାଙ୍ଗକୁ ସବୁ ବର୍ଗକୁ ସୁହାଇବା ଭଳି ମୂଲ୍ୟର ପୋଷାକ ଉପଲବ୍ଧ କରାଇଥାଏ।

କେକେସିଏଲ୍‌ ଯୁବପିଢ଼ିଙ୍କ ଚାହିଦାକୁ ଆଖି ଆଗରେ ରଖି ଲମ୍ୟାନ ପିଜି୩ ତା’ର ବ୍ରାଣ୍ଡ ପ୍ରସ୍ତୁତ କରିଥାଏ। ଏହା ଡେନିମ, କ୍ଲବ ଆଣ୍ଡ କାଜୁଆଲ ୱେୟାର ସାଙ୍ଗକୁ ଫ୍ୟାଶନ ବ୍ରାଣ୍ଡ ଉପରେ ଜ୍ୟାକେଟ୍‌, ଡେନିମ ଆଣ୍ଡ କଟନ ଟ୍ରାଉଜର ଆଦି ସାମଗ୍ରୀ ପ୍ରସ୍ତୁତ କରିଥାଏ। ବଲିଉଡ୍‌ ଅଭିନେତା ରୋହିତ ସେଟ୍ଟୀ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। କମ୍ପାନୀର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଢେଙ୍କାନାଳର କାଞ୍ଚନ ବଜାରଠାରେ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବରୁ କଟକର ତିନିକୋଣିଆ ବଗିଚା, ରାଣୀହାଟ, ସିଡିଏ ସେକ୍ଟର-୮ ଏବଂ ଲିଙ୍କରୋଡ୍‌ଠାରେ ମଧ୍ୟ କମ୍ପାନୀର ବୃହତ୍‌ ଆଉଟଲେଟ ରହିଛି।

Share