ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ‘ଏଣ୍ଡ୍‌ ଅଫ୍‌ ଇୟର’ ଅଫର

ଭୁବନେଶ୍ୱର,୨୮।୧୨(ଅଭୟ ଦାଶ): ପୂର୍ବଭାରତର ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ‘ଏଣ୍ଡ୍‌ ଅଫ୍‌ ଇୟର’ ଅଫରର ଶୁଭାରମ୍ଭ ହୋଇଯାଇଛି। ୨୦୨୩କୁ ମେଲାଣି ଏବଂ ନବବର୍ଷ ୨୦୨୪କୁ ସ୍ବାଗତ ସହ ବର୍ଷପୂର୍ତ୍ତି ମଉଜକୁ ଦ୍ୱିଗୁଣିତ କରିବା ପାଇଁ ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହରେ ଲାଲ୍‌ଚାନ୍ଦ୍‌ ଅନେକ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୯୯ ଟଙ୍କା ରଖାଯାଇଛି। ନୂତନ ବର୍ଷ ସହ ଆଗାମୀ ଉତ୍ସବ ଋତୁକୁ ଧ୍ୟାନରେ ରଖି ଏହି ‘ଏଣ୍ଡ୍‌ ଅଫ୍‌ ଇୟର’ ଅଫରରେ ଗ୍ରାହକଙ୍କୁ ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦%, ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦%, ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏହି ଅଫର କେବଳ ୨୦୨୪ ଜାନୁୟାରୀ ୧ ପର୍ଯ୍ୟନ୍ତ ଉପଲବ୍ଧ। ଲାଲ୍‌ଚାନ୍ଦ୍‌ର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ନେଇ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଏସ୍‌ବିଆଇ କାର୍ଡ ଉପଭୋକ୍ତା ପାଇଁ ଲାଲ୍‌ଚାନ୍ଦ୍‌ର ସମସ୍ତ ଷ୍ଟୋରରେ ୫% ଏକ୍ସଟ୍ରା କ୍ୟାଶ୍‌ ବ୍ୟାକ୍‌ ଅଫର ପ୍ରଦାନ କରାଯାଉଛି। ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ଦୀର୍ଘ ୩୫ବର୍ଷ ଧରି ମିଡିଆ ସଚେତନତା ଅଭିଯାନ ଚଳାଇ ଆସୁଛି। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଗ୍ରାହକଙ୍କୁ ‘ଅପ୍‌-ଟୁ’ ସ୍କାମ୍‌ ଏବଂ ସର୍ତ୍ତମୂଳକ କିମ୍ବା ବିଭ୍ରାନ୍ତି କର ଅଫରରୁ ଦୂରେଇ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ପାଇଁ ଗ୍ରାହକଙ୍କୁ ପରାମର୍ଶ ଦେଇ ଆସୁଛି। କେବଳ ସେତିକି ନୁହେଁ, ଭୁବନେଶ୍ୱରର ଗ୍ରାହକଙ୍କ ସୁବିଧା ପାଇଁ ମାଷ୍ଟର କ୍ୟାଣ୍ଟିନ୍‌ ଶୋ’ରୁମ୍‌ର ପଛପାର୍ଶ୍ୱସ୍ଥ ନୂତନ ଦ୍ୱାରଠାରେ ପର୍ଯ୍ୟାପ୍ତ ପାର୍କିର ସୁବ୍ୟବସ୍ଥା ସହ ସମ୍ମୁଖ ଦ୍ୱାର ନିକଟରେ ଭାଲେଟ ପାର୍କିଂର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri