କାଠମାଣ୍ଡୁ ଶୁଟଆଉଟରେ ଜାଲ ନୋଟ ବ୍ୟବସାୟୀ ଲାଲ ମହମ୍ମଦ ନିହତ

କାଠମାଣ୍ଡୁ,୨୦ ।୯: ନେପାଳର ରାଜଧାନୀ କାଠମାଣ୍ଡୁରେ ଖୋଲାଖୋଲି ଭାବେ ଗୁଳି ମାରି ଯେଉଁ ବ୍ୟକ୍ତିଙ୍କୁ ମାରି ଦିଆଯାଇଛି ସେ ହେଉଛନ୍ତି ଭାରତୀୟ ଜାଲ ନୋଟର ବ୍ୟବସାୟୀ ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି । ନେପାଳରେ ଥିବା ଦାଉଦ ଇବ୍ରାହିମଙ୍କ ନିକଟତମ ୟୁନୁସ ଅନସାରୀଙ୍କ ଗ୍ୟାଙ୍ଗରେ ରହି ଲାଲ ମହମ୍ମଦ ଓରଫ ମହମ୍ମଦ ଦର୍ଜି ନେପାଳ ଦେଇ ପାକିସ୍ତାନରୁ ଭାରତକୁ ନକଲି ଭାରତୀୟ ନୋଟ ପଠାଉଥିଲେ । ନକଲି ନୋଟ କାରବାର ସମୟରେ କମିଶନ ଟଙ୍କାକୁ ନେଇ ଏମାନେ ନିଜ ନିଜ ଭିତରେ ଟଣାଭିଡା ହେଉଥିଲେ । ଏହି ଜାଲ ନୋଟ କାରବାରେ ଜଡିତ ଥିବା ନେପାଳର ବାରା ଜିଲାର ବଳରାମ ପଟୁୱାଙ୍କୁ କାଠମାଣ୍ଡୁରେ ହିଁ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ରେକର୍ଡ ଅନୁଯାୟୀ, ଜୁଲାଇ ୪, ୨୦୦୭ରେ କାଠମାଣ୍ଡୁର ଅନାମନଗରରେ ନକଲି ନୋଟ ବ୍ୟବସାୟୀ ପଟୁୱାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଲାଲ ମହମ୍ମଦ ସମେତ ନେପାଳର ଡି କମ୍ପାନୀର ଶାର୍ପ ଶୁଟର ମୁନ୍ନା ଖାଁ ଓରଫ ଇଲତାଫ ହୁସେନ ଅନସାରୀଙ୍କୁ ପୋଲିସ ଗିରଫ କରିଥିଲା । କୋର୍ଟ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଲାଲ ମହମ୍ମଦଙ୍କ ପରିବାରର କହିବା କଥା ହେଲା ୭ ଜୁଲାଇ ୨୦୧୭ରେ ସେ ଜେଲରୁ ମୁକୁଳି ଆସିଥିଲେ । ଏହାପରେ ସେ କାଠମାଣ୍ଡୁର ଗୋଠାଟାରରେ ଗାର୍ମେଣ୍ଟ ବ୍ୟବସାୟ ଆରମ୍ଭ କରିଥିଲେ । ଆପରାଧିକ ପୃଷ୍ଠଭୂମି ଥିବାରୁ ଗ୍ୟାଙ୍ଗୱାରରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଜାଲ ନୋଟ କାରବାର ସମୟରେ ଲାଲ ମହମ୍ମଦ ମୋହମ୍ମଦ ଦର୍ଜି, ଲାଲ ଅନସାରୀ, ଲାଲ ଥାପାଜୀ ସମେତ ଅନେକ ନାମରେ ପରିଚିତ ଥିଲେ । ଲାଲ ମହମ୍ମଦଙ୍କ ହତ୍ୟା ପରେ ପୁଣିଥରେ ଜାଲ ନୋଟ ବ୍ୟବସାୟୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଆରମ୍ଭ ହୋଇଯିବା ଓ ନିଜ ନିଜ ମଧ୍ୟରେ କନ୍ଦଳ ଯୋଗୁ ପରସ୍ପରକୁ ହତ୍ୟା କରିବା ଭଳି ପୁରୁଣା ଘଟଣା ପୁଣିଥରେ ତାଜା ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri