ଗଣେଶ ଚତୁର୍ଥୀ ଅବସରରେ ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: ନିକଟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ପ୍ରସବ ପୂର୍ବରୁ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ବାହାରେ ସ୍ପଟ କରାଯାଇଥିଲା।

ଏପଟେ ପ୍ରଶଂସକମାନେ ଖୁସି ଖବର ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି। ଦୀପିକା ପାଦୁକୋନ ଓ ରଣବୀର ସିଂ ପ୍ୟାରେଣ୍ଟସ ହୋଇଛନ୍ତି। ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ନିକଟରେ ଦୀପିକା ସିଦ୍ଧିବିନାୟକ ମନ୍ଦିର ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ଗ୍ରୀନ କଲର ବନାରସୀ ଶାଢିରେ ଖୁବ ସୁନ୍ଦର ଲାଗୁଥିଲେ ଅଭିନେତ୍ରୀ। ତାଙ୍କ ମୁହଁରେ ପ୍ରେଗ୍ନେସି ଗ୍ଲୋ ସ୍ପଷ୍ଟ ଦେଖାଯାଉଥିଲା। ଯେତେବେଳେ ରଣବୀର ତାଙ୍କ ଲେଡି ଲଭଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଥିବାର ନଜର ଆସିଥିଲେ।
ଏହା ପରେ ଗଣେଶ ଚତୁର୍ଥୀ ଅବସରରେ ତାଙ୍କ କାର ମୁମ୍ବାଇର ଗିରଗାମ ଚୌପଟିର ସାର୍‌ ଏଚ ଏଚ ରିଲାଏନ୍ସ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଭିନେତ୍ରୀ ତାଙ୍କ ପ୍ରେଗ୍ନେସି ଫଟୋଶୁଟ କରିଥିଲେ। ଏହାର ଥିମ୍‌ ବ୍ଲାକ ରହିଥିଲା। ଦୀପିକାଙ୍କ ସହ ରଣଭୀର ସିଂଙ୍କୁ ମଧ୍ୟ କିଛି ଫଟୋରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଅଭିନେତ୍ରୀ ତାଙ୍କ ବେବେି ବମ୍ପ ପ୍ଲାଣ୍ଟ କରୁଥିବା ଦେଖାଯାଇଥିଲା। ଏହି ଫଟୋଗୁଡ଼ିକ ମାଧ୍ୟମରେ ଅଭିନେତ୍ରୀ ଅନେକ ଟ୍ରୋଲରକୁ ମଧ୍ୟ ଚୁପ କରିଦେଇଥିଲେ। ସୂଚନାଯୋଗ୍ୟ, ଅନେକ ପ୍ରଶଂସକ ଦୀପିକାଙ୍କ ବେବେି ବମ୍ପକୁ ଫେକ୍‌ ବୋଲି କହି ତାଙ୍କୁ ଟ୍ରୋଲ କରୁଥିଲେ।
ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ୬ବର୍ଷର ବିବାହ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଖବର ଆସିବା ପରେ ପ୍ରଶଂସକ ଏବଂ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଗାଡ଼ି ଚଳାଇବା ହେଲା କାଳ

ବଲାଙ୍ଗୀର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଡୁଡୁକାଶିରା ରୋଡ଼ ଏକ ବୁଲାଣିଆ ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri