Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲଗାତାର ଦ୍ୱିତୀୟ ଦିନ ଗୁଗୁଲ୍ ଟପ୍-ସର୍ଚ୍ଚରେ ଲାକ୍ଷାଦ୍ଵୀପ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ଵୀପ ଗସ୍ତରେ ଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟର ପ୍ରେମରେ ପଡିଛନ୍ତି। ଏଥିସହ ବିଦେଶ ଭ୍ରମଣରେ ଯାଉଥିବା ସମସ୍ତ ଭାରତୀୟଙ୍କୁ ଲାକ୍ଷାଦ୍ଵୀପ ଆସି ବୁଲିଯିବାକୁ ଅପିଲ୍ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ ପରେ ସୋସିଆଲ ମିଡିଆରେ ତାଙ୍କର ଅନୁଭୂତି ଶେୟାର କରିଥିଲେ।

ଏହାପରେ ବିଶ୍ଵବ୍ୟାପୀ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀ ଓ ଭାରତୀୟମାନେ ଲାକ୍ଷାଦ୍ଵୀପରେ ଭ୍ରମଣ କରିବାକୁ ଥିବା ବିଭିନ୍ନ ସ୍ଥାନ ଏବଂ ସୌନ୍ଦର୍ଯ୍ୟତା ବିଷୟରେ ଜାଣିବାକୁ ଗୁଗୁଲ୍ ରେ ସର୍ଚ୍ଚ କରି ଜାଣିବାକୁ ଚେଷ୍ଟା କରିଛନ୍ତି। ଏହି ସଂଖ୍ୟା ଏତେ ରହିଛି ଯେ, ଲଗାତାର ଦ୍ୱିତୀୟ ଦିନ ପାଇଁ ଲାକ୍ଷାଦ୍ଵୀପ ଗୁଗୁଲ୍ ଟପ୍-ସର୍ଚ୍ଚରେ ରହିଛି। ପ୍ରାୟ ୫୦,୦୦୦ ଲୋକ ଏହାକୁ ଗୁଗଲ୍ କରିବା ସହ ଶୁକ୍ରବାର ଲାକ୍ଷାଦ୍ଵୀପର ସୌନ୍ଦର୍ଯ୍ୟତା ବିଷୟରେ ଜାଣିବାକୁ ଚାହିଁଛନ୍ତି।

ଶୁକ୍ରବାର ବୈଦେଶକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ, ”ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ଵୀପ ଗସ୍ତ ପରେ ଏଠାରେ ଥିବା ଦ୍ୱୀପସମୂହ ଏବଂ ପର୍ଯ୍ୟଟନ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାହା ଲାକ୍ଷାଦ୍ଵୀପ ସମୃଦ୍ଧି ପାଇଁ ଅଧିକ ପରିଦର୍ଶକଙ୍କୁ ଆକୃଷ୍ଟ କରିବ। ଯେଉଁଠି ସେମାନେ ଏହାର ଅନନ୍ୟ ସଂସ୍କୃତି ଏବଂ ପରମ୍ପରାକୁ ମଧ୍ୟ ଅନୁଭବ କରିବେ। ଏଥିସହ ସେ କହିଛନ୍ତି, ଯେହେତୁ ଭାରତ ଏବେ ବିଶ୍ୱ ପର୍ଯ୍ୟଟନ ପାଇଁ ପ୍ରସ୍ତୁତ, ଆସନ୍ତୁ ଆମର ମହାନ ଦେଶର ସୌନ୍ଦର୍ଯ୍ୟ ଏବଂ ବିବିଧତା ପ୍ରଦର୍ଶନ କରିବା।”

 


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri