ଲଖନା ପଞ୍ଚାୟତ: ଭତ୍ତାରୁ ବଞ୍ଚିତ ବୃଦ୍ଧାବୃଦ୍ଧ

ନୂଆପଡ଼ା,୧୯ା୧୧(ମକାରୁ ବେମାଲ) -ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଲଖନା ପଞ୍ଚାୟତ ଅନ୍ତର୍ଗତ ମୁରଲିବାହାଲି ଗାଁରେ ଅନେକ ବୃଦ୍ଧାବୃଦ୍ଧ ଭତ୍ତାରୁ ବଞ୍ଚତ୍ତ ହୋଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ଦାଶଙ୍କ ଅନୁପସ୍ଥିତିରେ ସେମାନେ ଡାକ ବାକ୍ସରେ ଦରଖାସ୍ତ ଦେଇ ଫେରିଯାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ମୁରଲିବାହାଲି ଗାଁର ଉକିଆ ନିଆଲ (୬୪)ଙ୍କ ସ୍ବାମୀ ଜଣେ ମାନସିକ ବିକୃତ ଓ ସେ ଅନେକ ଦିନ ହେବ ଘର ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ଘରେ ଏକୁଟିଆ ବୃଦ୍ଧା ଉକିଆଙ୍କ ଦେଖାରଖା ପାଇଁ କେହି ନାହାନ୍ତି। କାମଧନ୍ଦା ପାଉ ନ ଥିବାରୁ ଅନେକ ସମୟରେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ହୋଇପାରୁନାହିଁ। ସେହିପରି ଉକ୍ତ ଗାଁର ଅଁଳା ତାଣ୍ଡି (୬୦)ଙ୍କ ସ୍ବାମୀ ଅମୃତ ତାଣ୍ଡି ୨୦୨୪ ଜୁଲାଇ ୨୧ରେ ମୃତ୍ୟୁବରଣ କରିସାରିଛନ୍ତି। ପ୍ରାୟ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଅଁଳା ବିଧବାଭତ୍ତା ପାଇନାହାନ୍ତି। ଏମାନେ ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ୍‌କୁ ଯାଇ ବିଡିଓଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ନିରାଶ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ ପଞ୍ଚାୟତ ତଦାରଖରେ ଯାଉ ନ ଥିବାରୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଧାର ସର୍ଭେ ସମୟରେ ଅଧିକାରୀମାନେ ଘରକୁ ଘର ନ ଯାଇ ଗାଁର ଗୋଟିଏ ସ୍ଥାନରେ ବସି ୱାର୍ଡମେମ୍ବର ବା ବୟୋଜ୍ୟେଷ୍ଠଙ୍କୁ ପଚାରି ସର୍ଭେ କରିଥିବାରୁ ଆଜି ଏହିଦିନ ଦେଖିବାକୁ ପଡୁଛି। ଯୋଗ୍ୟ ହିତାଧିକାରୀ ଆଧାର ଅନୁସାରେ ଭତ୍ତା ପାଇପାରୁନାହାନ୍ତି। ତୁରନ୍ତ ବୃଦ୍ଧାବୃଦ୍ଧ, ବିଧବା, ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଭତ୍ତା ଯୋଜନାରେ ସାମିଲକରିବା ପାଇଁ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତ

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ…

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri