ମରାମତି ଅଭାବ: କଚେରି ପୋଖରୀ କଚଡ଼ାପୂର୍ଣ୍ଣ

ପଟ୍ଟାମୁଣ୍ଡାଇ,୭ା୧୦ (ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇର ଐତିହାସିକ କଚେରି ପୋଖରୀ ପୁନର୍ନିର୍ମାଣ ଦାବିରେ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ପଟ୍ଟାମୁଣ୍ଡାଇ ପୌର କର୍ତ୍ତୃପକ୍ଷ, ତହସିଲଦାର, ବିଡିଓ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିପରି ବ୍ରିଟିଶ ଅମଳରୁ ନିର୍ମିତ କଚେରି ପୋଖରୀ ଖନନ ହେଉ ନ ଥିଲା। ଏ ଦିଗରେ ପଦକ୍ଷେପ ନେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିଲେ। ଫଳରେ କଚେରି ପୋଖରୀ ମରାମତି ଅଭାବରୁ ଏବେ କଚଡ଼ା ପୋଖରୀରେ ପରିଣତ ହୋଇଛି।
ଐତିହାସିକ କଚେରି ପୋଖରୀର କିସମ ପରିବର୍ତ୍ତନ, ସୀମା ନିର୍ଦ୍ଧାରଣ ଓ ଖନନ ପାଇଁ ସାମାଜିକ କର୍ମୀ ଅକ୍ଷୟ ବିଶ୍ୱାଳ କଟକ ଜିଲା ସ୍ଥାୟୀ ଲୋକ ଅଦାଲତରେ କେସ୍‌ ନଂ. ୧୧/୨୦୧୯ରେ ମାମଲା ରୁଜୁ କରିଥିଲେ। ପଟ୍ଟାମୁଣ୍ଡାଇ ତହସିଲଦାର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ, ଉପଜିଲାପାଳ ଓ ଜିଲାପାଳଙ୍କ ବିରୋଧରେ ମାମଲା ଋୁଜୁ କରିଥିଲେ। ଏହାର ଜବାବରେ ପକ୍ଷମାନେ ଲୋକ ଅଦାଲତରେ ହାଜର ହୋଇ ପୋଖରୀର ପୁନର୍ନିର୍ମାଣ, ସୀମା ନିର୍ଦ୍ଧାରଣ ଓ କିସମ ପରିବର୍ତ୍ତନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପୋଖରୀର ମାପଚୁପ କରାଯାଇ ୧.୨୫ ଡିସିମିଲ ଜାଗା ଚିହ୍ନଟ କରାଯାଇ ବଗାୟତରୁ ପୋଖରୀ ଜଳାଶୟ କିସମ ପରିବର୍ତ୍ତନ କରାଯାଇଥିଲା। ଏହାର ଖନନ ପାଇଁ ରାଜ୍ୟ ସରକାର ୧ କୋଟି ୯୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଏହି କାମ ଠିକ୍‌ ଭାବେ କରା ନ ଯିବାରୁ ଏବେ କଚେରିି ପୋଖରୀ ବିଭିନ୍ନ ଅଳିଆ, ଆର୍ବଜନା ପଡି କଚଡ଼ା ପୋଖରୀରେ ପରିଣତ ହୋଇଛି। ଅଳ୍ପ ପାଣି ଥିବାରୁ ପାଣି ପଚି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ନିକଟ ଅତୀତରେ ପ୍ରତି ସହରରେ ଜଳାଶୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପୌର ନିର୍ବାହୀ ଅଧକାରୀ, ପଟ୍ଟାମୁଣ୍ଡାଇ ତହସିଲଦାର, ଜିଲା ପ୍ରଶାସନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ, ଫଳରେ ପଟ୍ଟାମୁଣ୍ଡାଇ ସହରବାସୀ ନାନା ସମସ୍ୟା ଭୋଗୁଛନ୍ତି। କଚେରି ପୋଖରୀକୁ ଲାଗି ଶ୍ରୀରାମ ମନ୍ଦିର, ହନୁମାନ ମନ୍ଦିର, ତହସିଲ ଅଫିସ ଓ ହାଟ ଥିଲେ ମଧ୍ୟ ଦୈନନ୍ଦିନ ଆସୁଥିବା ଲୋକ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ଅଳିଆ ପାଣିରେ କେହି ଗୋଡ଼ ବୁଡାଇବା ପାଇଁ ଉଚିତ ମନେକରୁ ନାହାନ୍ତି। କଚେରି ପୋଖରୀ ମଧ୍ୟରେ ଏକ ଗଭୀର କୂଅ ରହିଥିବା ବେଳେ ଏହି କୂଅଟି ପୋତି ହୋଇପଡିଲାଣି। ଫଳରେ ପାଣି ଝରି କଚେରି ପୋଖରୀଟି ପୂର୍ଣ୍ଣ ରହୁଥିବାବେଳେ କୂଅଟି ପୋତି ହୋଇପଡିଛି। ଫଳରେ ପୋଖରୀଟି ଶୁଖିଲା ପଡିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପିଏଲ୍‌ଭି ପ୍ରଫୁଲ୍ଲ କୁମାର ଦାଶ, ଭବାନୀ ପଣ୍ଡା, ପ୍ରମୋଦ ସାହୁ, ଜିତେନ୍ଦ୍ର କୁମାର ନନ୍ଦୀ, ବିଜ୍ଞାନ ମିହିର ଜେନା, ପ୍ରବୀର କୁମାର ପାତ୍ର, ବିଦ୍ୟାଧର ଦାଶ, ସୁଶୀଲ କୁମାର ଦାଶ, ରୀତାଞ୍ଜଳି ଦାଶ, ସୌମ୍ୟରଞ୍ଜନ ଧଳ, ବିଜୟ ମହାନ୍ତିି ଓ ରାଜେନ୍ଦ୍ର କୁମାର ଦାଶ ପ୍ରମୁଖ ଦୃଢ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri